ଆପଣ ନିଜ ସେଭିଂ ଆକାଉଣ୍ଟ ଦ୍ୱାରା ବିଲ୍ ପୈଠ କରିବା ସହ ନିବେଶ ମଧ୍ୟ କରିପାରିବେ..

ସଞ୍ଚୟ ଖାତା ଗୋଟିଏ କିନ୍ତୁ ଫାଇଦା ଅନେକ। ସଞ୍ଚୟ ଓ ନିବେଶର ଯାତ୍ରା ସାଧାରଣତଃ ସର୍ବପ୍ରଥମେ ସେଭିଂ ଆକାଉଣ୍ଟରୁ ହିଁ ଆରମ୍ଭ ହୋଇଥାଏ। ସେଭିଂ ଆକାଉଣ୍ଟ ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ ନିଜ ଟଙ୍କାକୁ ସୁରକ୍ଷିତ ରଖିବା ହୋଇଥାଏ। ଏହା ସହ ଅର୍ଥ ଦେଣନେଣ ମଧ୍ୟ ଗୋଟିଏ ପ୍ରମ୍ମୁଖ କାରଣ। ଏହାସହ ଖାତା ଆପଣଙ୍କ ଓ ବ୍ୟାଙ୍କ ମଧ୍ୟରେ ସମ୍ପର୍କ ତିଆରି କରିଥାଏ। ଏହି ଖାତା ଜରିଆରେ ହିଁ ଆପଣଙ୍କର ଅଲଗା ଅଲଗା ନିବେଶ ବିକଳ୍ପ ସହ ପରିଚୟ ହୋଇଥାଏ।

ନିବେଶ ପାଇଁ ସଞ୍ଚୟ

ନିବେଶ ପାଇଁ ସଞ୍ଚୟଖାତାରୁ ଏକ ପୂର୍ବ ନିର୍ଧାରିତ ରାଶି ନିର୍ଦ୍ଦିଷ୍ଟ ତାରିଖରେ କଟିଥାଏ। ସେୟାରରେ ନିବେଶ ପାଇଁ ସଞ୍ଚୟଖାତା ଧାରକ ଥ୍ରୀ ଇନ୍ ୱାନ୍ ଇନଭେଷ୍ଟମେଣ୍ଟ୍, ଟ୍ରେଡିଂ ଓ ଡିମାଟ୍ ଆକାଉଣ୍ଟ ଖୋଲି ପାରିବେ। ପିପିଏଫ୍, ଏଫଡି, ବୀମା ଓ ଅନ୍ୟ ନିବେଶ ଉତ୍ପାଦରେ ମଧ୍ୟ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍‌ ଜରିଆରେ ନିବେଶ କରାଯାଇପାରିବ।

ବିଲ ପୈଠ

ସେଭିଂ ବ୍ୟାଙ୍କ ଆକାଉଣ୍ଟକୁ ଜଣେ ବ୍ୟକ୍ତି ନିଜ କ୍ୟାସ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ ଭଳି ବ୍ୟବହାର କରିପାରିବେ। ଏହା ସାହାଯ୍ୟରେ ବିଦ୍ୟୁଦ୍ ବିଲ୍, ପାଣି ବିଲ୍, ଗ୍ୟାସ ବିଲ୍, ଟ୍ୟାକ୍ସ, ଲୋନ୍, ଇଏମଆଇ ଓ ବୀମା ପ୍ରିମିୟମ ପୈଠ କରିପାରିବେ। ଅନେକ ଇଣ୍ଟରେନଟ୍ ବ୍ୟାଙ୍କିଂ ପୋର୍ଟାଲ ଗ୍ରାହକଙ୍କୁ ସ୍ନାପସଟ୍ ଦେଇଥାନ୍ତି, ଯେଉଁଥିରୁ ସେମାନେ ନିଜ ଖାତାରୁ ହୋଇଥିବା ନିବେଶ ବାବଦରେ ତଥ୍ୟ ପାଇଥାନ୍ତି।

ଟ୍ୟାକ୍ସ କମ୍ପଲାୟନସ

କିଏ କେତେ ଆୟ କରୁଛନ୍ତି, କେତେ ଖର୍ଚ୍ଚ କରୁଛନ୍ତି  ତାର ପୂରା ହିସାବ ସେଭିଂ ବ୍ୟାଙ୍କ ଆକାଉଣ୍ଟରେ ହୋଇଥାଏ। ଏହା ସାହାଯ୍ୟରେ ଆପଣ ସହଜରେ ପତା ଲଗାଇ ପାରିବେ ଯେ, କେଉଁ ଆସେଟ୍ କେତେ ଆୟ ଦେଇଛି କିମ୍ବା କେତେ କ୍ଷତି ହୋଇଛି। ବାର୍ଷିକ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟରେ ପୂରା ବର୍ଷର ଆୟ ଓ ଖର୍ଚ୍ଚର ବିବରଣୀ ଥାଏ। ତେଣୁ ଆଇଟି ରିଟର୍ଣ୍ଣ ଫାଇଲ କରିବା ବେଳେ ସେଭିଂ ଆକାଉଣ୍ଟ କାମରେ ଆସିଥାଏ।

ବ୍ୟାଙ୍କ ସହ ସମ୍ପର୍କ

ସଞ୍ଚୟଖାତାର ଆକାର ଆଧାରରେ ବ୍ୟାଙ୍କ ଆପଣଙ୍କୁ ଅନ୍ୟ ଅନେକ ପ୍ରକାର ଲାଭ ଦେଇଥାଏ। ଆପଣଙ୍କୁ ବ୍ୟାଙ୍କ ପ୍ରି ଆପ୍ରୋଭଡ୍ ପର୍ସନାଲ ଲୋନ୍, କ୍ରେଡିଟ୍ କାର୍ଡ୍, ଓଭରଡ୍ରାଫ୍ଟ ଫେସିଲିଟି ତଥା ଅନେକ ପ୍ରକାରର କ୍ରୟ ଉପରେ ରିହାତି ମଧ୍ୟ ଦେଇଥାଏ।

ୟୁପିଆଇ ପେମେଣ୍ଟ ସୁବିଧା

ୟୁପିଆଇ ପେମେଣ୍ଟ୍ ପାଇଁ ଆପଣ ନିଜ ଆକାଉଣ୍ଟକୁ ଭିମ୍, ଗୁଗୁଲ ପେ, ପେଟିଏମ୍ ଭଳି ପେମେଣ୍ଟ ଆପ୍ଲିକେସନ୍ ସହ ଯୋଡ଼ି ପାରିବେ।

କ’ଣ ଧ୍ୟାନରେ ରଖିବେ?

ଗୁଗୁଲ ପେ, ଭିମ୍, ପେଟିଏମ୍ ବ୍ୟବହାର କରିବା ବେଳେ ସାବଧାନତା ଅବଲମ୍ବନ କରୁନ୍ତୁ। କେବେ ମଧ୍ୟ କାହାରି ସହିତ ଏପରିକି ବ୍ୟାଙ୍କ କର୍ମଚାରୀଙ୍କ ସହ ନିଜ୍ ଡେବିଟ୍ କାର୍ଡ ପିନ୍, ଓଟିପି ସେୟାର କରନ୍ତୁ ନାହିଁ। ଅଜଣା କଲରୁ ଲଟେରି, ୟୁପିଆଇ ପେମେଣ୍ଟ ବାବଦରେ କଲ ଆସିଲେ କିମ୍ବା କୌଣସି ଲିଙ୍କ୍ ଆସିଲେ ତାକୁ କ୍ଲିକ୍ କରୁନ୍ତୁ ନାହିଁ। ହ୍ୟାକର ଲିଙ୍କ ଜରିଆରେ ଆପଣଙ୍କ ସେଭିଂ ଆକାଉଣ୍ଟରୁ ଟଙ୍କା ଚୋରି କରିବା ସମ୍ଭାବନା ରହିଛି।