ଏହି ପଲିସି ବୀମା ଧାରକଙ୍କ ଆକସ୍ମିକ ମୃତ୍ୟୁରେ ପରିବାରକୁ ଦେଇଥାଏ କମ ପ୍ରିମିୟମରେ ଅଧିକ ଆର୍ଥିକ ସାହାଯ୍ୟ। 

ଜୀବନ ବୀମାର ବିଭିନ୍ନ ପ୍ଲାନ ମଧ୍ୟରୁ ଆଉ ଗୋଟିଏ ହେଉଛି ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ। ଆପଣଙ୍କ ପରେ ଆପଣଙ୍କ ପରିବାରର ଆର୍ଥିକ ସୁରକ୍ଷା କଥା ସବୁବେଳେ ଚିନ୍ତା କରିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ଏବେଠାରୁ ଗୋଟିଏ ଫଣ୍ଡ ତିଆରି କରିବା ବାବଦରେ ଚିନ୍ତା କରିବାକୁ ପଡ଼ିବ। ଏହି ଲକ୍ଷ୍ୟକୁ ଆପଣ ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ ଦ୍ୱାରା ପୂରା କରିପାରିବେ।

ଆପଣଙ୍କ ପରେ ଆପଣଙ୍କ ପରିବାର ତାର ନିୟମିତ ଆୟ ହରାଇବା ଆଶଙ୍କା ଥାଏ। ଏମିତିରେ ପରିବାର ପାଇଁ ଗୋଟିଏ ବଡ ପାଣ୍ଠି ତିଆରି ପାଇଁ ଆମକୁ କ’ଣ କରିବାକୁ ହେବ?

ପରିବାରର ଆର୍ଥିକ ସୁରକ୍ଷା ପାଇଁ ପ୍ରପର୍ଟି ବା ଅଚଳ ସମ୍ପତି ସୁରକ୍ଷିତ ଫଣ୍ଡ୍‌ ବୋଲି ପରମ୍ପରା ଗତ ଭାବେ ଆମେ ଭାବି ଆସୁଛେ। କିନ୍ତୁ ସତ ହେଲା ରିୟଲ ଇଷ୍ଟେଟରେ ନିବେଶ ପାଇଁ ଅଧିକ ପାଣ୍ଠିର ଆବଶ୍ୟକତା ଥାଏ। ଯାହା ସମସ୍ତଙ୍କ ପାଖରେ ନଥାଏ। ଏହା ସହ ରିୟଲ ଇଷ୍ଟେଟରେ ନିବେଶ ଲିକ୍ୟୁଡ୍ ଇନଭେଷ୍ଟମେଣ୍ଟ୍ ହୋଇଥାଏ।  ତେଣୁ କିଛି ପ୍ରପର୍ଟିର ବିକଳ୍ପ ଭାବେ ଇକ୍ୱିଟିକୁ ନେଇଥାନ୍ତି। ସେମାନେ ଇକ୍ୱିଟିରେ ନିବେଶ କରିଥାନ୍ତି। ତେବେ ସମସ୍ୟା ହେଲା ସେୟାର ବଜାର ଅନିଶ୍ଚିତତାର ବଜାର। ସେଠାରେ କିଛି ମଧ୍ୟ ଗ୍ୟାରେଣ୍ଟି ଦେଇ ହୁଏନା। ଆପଣଙ୍କ ପୁଞ୍ଜି ସେୟାର ବଜାରରେ ବଢ଼ିପାରେ କିମ୍ବା କମିପାରେ କିମ୍ବା ପୂରାପୂରି ବୁଡ଼ି ଯାଇପାରେ। ଏହାଛଡ଼ା ଜଣେ ଛୋଟ ନିବେଶକଙ୍କ ପାଇଁ ସେୟାର ବଜାର ଉପଯୁକ୍ତ ନିବେଶ ସ୍ଥଳ ନୁହେଁ। ସବୁଠୁ ବଡ଼ କଥା ହେଲା ସେୟାର ବଜାର ନିବେଶ ଲମ୍ବା ଅବଧିର ହୋଇଥିବାରୁ ଏଥିରେ ନିବେଶ କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେ। ଏମିତିରେ ଆପଣଙ୍କ ପାଖରେ ଗୋଟିଏ ବିକଳ୍ପ ବଞ୍ଚିଥାଏ। ତାହା ହେଉଛି ହୋଲ ଲାଇଫ୍ ଇନସ୍ୟୁରାନ୍ସ।

ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ

ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ ଆପଣଙ୍କ ଉପରେ ନିର୍ଭରଶୀଳଙ୍କ ପାଇଁ ଗୋଟିଏ ବଡ ପାଣ୍ଠି ତିଆରି କରିବାରେ ସାହାଯ୍ୟ କରିପାରିବ। ବଜାରରେ ଏଭଳି ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ ପ୍ରଡକ୍ଟ ମିଳୁଛି ଯାହା ଆପଣଙ୍କୁ ଖୁବ କମ ପ୍ରିମିୟମରେ ଏକ କୋଟି ଟଙ୍କାର କଭର ଦେଇଥାଏ। ଯେଉଁଥିରେ ଜଣେ ୩୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ୧ କୋଟିର ହୋଲ୍ ଲାଇଫ୍ କଭର ପାଇଁ ମାସିକ ୨ ହଜାର ଟଙ୍କାର ନିବେଶ କରିବାକୁ ପଡ଼ିଥାଏ। ସେହିଭଳି ୧.୫୦ କୋଟିର କଭର ପାଇଁ ତାଙ୍କୁ ମାତ୍ର ଆଉ ୭୫୦ ଟଙ୍କା ଅଧିକ ଦେବାକୁ ପଡ଼ିବ  ସେହିଭଳି ଯଦି ଆପଣ ନିଜ ଲାଇଫ୍ କଭରକୁ ଦୁଇଗୁଣ ବଢାଇବାକୁ ଚାହୁଁଛନ୍ତି ଅର୍ଥାତ ୨ କୋଟିର କଭର ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପ୍ରିମିୟମର ମାସିକ ପ୍ରାୟ ୮୭୦ ଟଙ୍କା ବୃଦ୍ଧି ଘଟିବ।

ଧୂମପାନ କରୁନଥିବା ବ୍ୟକ୍ତିଙ୍କ ପାଇଁ ହୋଲ ଲାଇଫ୍ କଭର(୩୦ ବର୍ଷ ବୟସ୍କ)

କଭର                       ପ୍ରିମିୟମ(ବାର୍ଷିକ)        

୧ କୋଟି                   ୨୩,୯୪୯

୧.୫ କୋଟି               ୩୩,୨୧୭

୨ କୋଟି                   ୩୪୪୬୪

(କମ୍ପାନି ଅନୁସାରେ ପ୍ରିମିୟମ ବଦଳିଥାଏ)

ରିସ୍କକୁ ଧ୍ୟାନରେ ରଖନ୍ତୁ

ରିଟାୟରମେଣ୍ଟକୁ ନେଇ ଆପଣଙ୍କୁ ଏକ ଫଣ୍ଡ ତିଆରି କରିବା ପାଇଁ ବିଭିନ୍ନ ପ୍ରଡକ୍ଟରେ ନିବେଶ କରିବାକୁ ପଡ଼ିଥାଏ। ଆପଣ ପିପିଏଫ୍, ଏନଏସସି, ଏନପିଏସ ଭଳି ସରକାରି ଇନସ୍ଟ୍ୟୁମେଣ୍ଟସେର ନିବେଶ କରିପାରିବେ। ଏହାସହ ଲମ୍ବା ଅବଧିରେ ବଡ ଫଣ୍ଡ୍‌ ତିଆରି ପାଇଁ ମ୍ୟୁଚୁଆଲ ଫଣ୍ଡ୍‌ ଭଳ ବିକଳ୍ପ। କିନ୍ତୁ ଯଦି ଫଣ୍ଡ୍ ତିଆରି ଭିତରେ ଆପଣଙ୍କ ମୃତ୍ୟୁ ହୁଏ ତେବେ କମ ହେବ? ଏଭଳି ପରିସ୍ଥିତିରେ ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ ଆପଣଙ୍କ ପରିବାର ପାଇଁ ଲାଭକାରୀ ସାବ୍ୟସ୍ତ ହୋଇପାରେ।

ତତ୍କାଳ ମିଳିଥାଏ ମୃତ୍ୟୁ ଲାଭ

ଯେତେବେଳ ଘରର ଆୟକାରୀ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ସେତେବଳେ ପରିବାର ମାନସିକ ଭାବେ ଭାଙ୍ଗି ପଡିଥାଏ। ଘର ଖର୍ଚ୍ଚ କେମିତି ଚଳିବା ତାକୁ ନେଇ ଟିନ୍ତା ବଢିଥାଏ। ଏମିତିରେ ହୋଲ୍ ଲାଇଫ୍ ଟର୍ମ ଇନସ୍ୟୁରାନ୍ସ କାମରେ ଆସିଥାଏ। ଏହା ନୋମିନିଙ୍କୁ ତତ୍କାଳ ଡେଥ୍ ବେନିଫିଟ୍ ଦେଇଥାଏ। ଏହା ବିଶୁଦ୍ଧ ରୁପରେ ଏକ ଜୀବନ ବୀମା ପ୍ଲାନ୍।

ସମ ଆର୍ସ୍ୟୁଡ୍ ବାର୍ଷିକ ଆୟର ୨୦ ଗୁଣ ହେବା ଆବଶ୍ୟକ

ଜୀବନ ବୀମା ରାଶି  କେତେ ହେବା ଆବଶ୍ୟକ ଏହା ବ୍ୟକ୍ତିଙ୍କ ଆୟ, ଆବଶ୍ୟକତା ଓ ଦାୟିତ୍ୱ ଉପରେ ନିର୍ଭର କରିଥାଏ। ତେବେ ବୀମା ବିଶେଷଜ୍ଞଙ୍କ ଅନୁସାରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ ସମ ଆସ୍ୟୁର୍ଡ ତାଙ୍କର ବାର୍ଷିକ ଆୟର ୨୦ ଗୁଣ ହେବା ଆବଶ୍ୟକ। ଆପଣ ଏଭଳି ସମ୍ ଆସ୍ୟୁର୍ଡ ବାଛନ୍ତୁ ଯେଉଁଥିରେ ଆପଣଙ୍କ ପରେ ଆପଣଙ୍କ ପରିବାର ସବୁ ରୁଣ ଶୁଝିବା ପରେ ତାଙ୍କ ପାଖରେ ଗୋଟିଏ ବଡ ପାଣ୍ଠି ବଞ୍ଚିବ। ଯେଉଁଥିରେ ସେମାନେ ନିଜ ଆବଶ୍ୟକତାକୁ ପୂରଣ କରିପାରିବେ।

ଟ୍ୟାକ୍ସ ଛା

ହୋଲ୍ ଲାଇଫ୍ ଟର୍ମ ଇନସ୍ୟୁରାନ୍ସରେ ନିବେଶରୁ ମିଳୁଥିବା ଆୟ ଉପରେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ। ଟର୍ମ ଲାଇଫର ହୋଲ୍ ଲାଇଫ୍ ଅପ୍ସନ ଆପଣଙ୍କୁ ୯୯ ବର୍ଷ ପର୍ଯ୍ୟନ୍ତ  କଭର ପ୍ରଦାନ କରିଥାଏ। ଏହା ରେଗୁଲାର ଇନସ୍ୟୁରାନ୍ସଠାରୁ ଅଲଗା ହୋଇଥାଏ। ପାରମ୍ପାରିକ ଇନସ୍ୟୁରାନ୍ସ ୧୦, ୨୦ କିମ୍ବା ୩୦ ବର୍ଷ ପାଇଁ ହୋଇଥିବା ବେଳେ ଏହା ୯୯ ବର୍ଷ ପର୍ଯ୍ୟନ୍ତ କଭର ଦେଇଥାଏ।