ଆପଣଙ୍କ ପାଖରେ ଅଛି ରାସ୍ତା ଯାହା ଦ୍ୱାରା ଆପଣ ମୋଟର ଇନସ୍ୟୁରାନ୍ସ ବାବଦରେ ଦେଉଥିବା ପ୍ରିମିୟମକୁ କମ କରିପାରିବେ। 

ନୂଆ ସଡ଼କ ସୁରକ୍ଷା ଆଇନ ଲାଗୁ ହେବା ପରେ ଦେଶରେ ମୋଟର ବୀମା ବିକ୍ରି ବଢ଼ିଯାଇଛି। ସଡ଼କ ଦୁର୍ଘଟଣା କମାଇବା ପାଇଁ ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। ବୀମା କେବଳ ଆପଣଙ୍କ ଗା଼ଡିକୁ ସୁରକ୍ଷା ଦେଇନଥାଏ ଏହା ମଧ୍ୟ ଦୁର୍ଘଟଣା ପରିସ୍ଥିତିରେ ଆପଣଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ହେଲେ ଆପଣଙ୍କ ପରିବାରକୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ ଦିଏ। ତେବେ ବୀମା କରାଇବା ବେଳେ ଆପଣଙ୍କୁ ପ୍ରିମିୟମ ବୋଝ ଭଳି ଲାଗୁଥିବ। ଆଜି ଆମେ ଆପଣଙ୍କୁ ଏମିତି ୪ ଉପାୟର କଥା କହିବୁ ଯାହା ଆପଣଙ୍କ ପ୍ରିମିୟମ ବୋଝକୁ ହାଲୁକ କରିବ। ଆସନ୍ତୁ ଜାଣିବ ସେସବୁ କଣ..

ଅନଲାଇନ୍ ପଲିସି ସପିଂ:

ଅନଲାଇନରେ ଏମିତି ଅନେକ ବୀମା ପ୍ରଦାନକାରୀ ଅଛନ୍ତି ଯେଉଁମାନେ କେବଳ କାର ବୀମା ବିକ୍ରି କରନ୍ତି ତାହା ନୁହେଁ, ସେମାନେ ମଧ୍ୟ ଆପଣଙ୍କୁ ତୁଳନା କରିବାର ବିକଳ୍ପ ଦେଇଥାନ୍ତି। ଅନଲାଇନରେ ଯେତେବେଳେ ଆପଣ ମୋଟର ଇନସ୍ୟୁରାନ୍ସ କିଣିନ୍ତି ସେତେବେଳେ ଆପଣଙ୍କୁ ସେହି ଏକା ପ୍ରଡକ୍ଟକୁ ପ୍ରଦାନ କରୁଥିବା ବାକି କମ୍ପାନିଙ୍କ ତଥ୍ୟ ମଧ୍ୟ ମିଳିଥାଏ। ଫଳରେ ଆପଣ ବିଭିନ୍ନ କମ୍ପାନିଙ୍କ ପ୍ରିମିୟମ ଓ ସେମାନଙ୍କ ଦ୍ୱାରା ଦିଆଯାଉଥିବା ସୁବିଧାକୁ ତୁଳନା କରି ବୀମା ନେଇ ପାରିବେ। ଆପଣ ପଲିସି ସେତିକିବେଳେ କିଣନ୍ତୁ ଯେତେବେଳେ ପ୍ରଡକ୍ଟ ବାବଦରେ ନିଶ୍ଚିତ ହେବେ। ଏଭଳି କଭରେଜ୍ ନିଅନ୍ତୁ ଯେଉଁଥିରେ ପର୍ଯ୍ୟାପ୍ତ କଭରେଜ୍ ମିଳୁଥିବ। ଉତ୍ପାଦ ବାବଦରେ ଭଲକରି ଜାଣିବା ପରେ ବୀମା କମ୍ପାନିର ୱେବସାଇଟକୁ ଯାଇ ଉତ୍ପାଦ କିଣନ୍ତୁ।

ନୋ କ୍ଲେମ୍ ବୋନସ୍ (NCB):

ଅଧିକାଂଶ ପଲିସି ଧାରକ ଏହା ଜାଣିନାହାନ୍ତି ଯେ, ସେମାନେ ନୋକ୍ଲେମ୍ ବୋନସର ହକଦାର। ଯଦି ଆପଣ ମୋଟର ଇନସ୍ୟୁରାନ୍ସ ନେଇଛନ୍ତି ଓ ପଲିସି ଅବଧି ମଧ୍ୟରେ ଛୋଟକାଟିଆ କ୍ଲେମ୍ କରିନାହାନ୍ତି ତେବେ ବୀମା କଂପାନି ଆପଣଙ୍କୁ ନୋକ୍ଲେମ୍ ବୋନସ ଦେଇଥାଏ। ନୋକ୍ଲେମ୍ ବୋନସକୁ ନେଇ  ଅଲଗା କମ୍ପାନିର ଅଲଗା ନିୟମ ଥାଏ। ତେଣୁ ମୋଟର ବୀମା ନେବା ପୂର୍ବରୁ କେଉଁ କମ୍ପାନିର ନୋକ୍ଲେମ୍ ବୋନସ ପଲିସି ଭଲ ତାହା ମଧ୍ୟ ଯାଞ୍ଚ୍‌ କରିନିଅନ୍ତୁ। ପଲିସି ନେବା ପରେ ସୁରକ୍ଷିତ ଡ୍ରାଇଭିଂ କରି ଛୋଟମୋଟ କ୍ଲେମ୍ କରନ୍ତୁ ନାହିଁ। ଫଳରେ ବୀମା ଅବଧି ପରେ ପୁଣିଥରେ ବୀମା କରିବା ବେଳେ ଆପଣଙ୍କୁ ପ୍ରିମିୟମ କମ ପଡ଼ିପାରେ।

ପଲିସି ଲାପ୍ସ:

ଠିକ ସମୟରେ ବୀମା ପଲିସିର ପ୍ରିମିୟମ ଦିଅନ୍ତୁ ଓ ପଲିସି ଯେମିତି ଲାପ୍ସ ନହୁଁ ଧ୍ୟାନ ରଖନ୍ତୁ। ଯଦି ଆପଣ ପଲିସି ଲାପ୍ସ ହେବା ପରେ ବୀମାକୁ ପୁଣି କରାନ୍ତି ତେବେ କମ୍ପାନି ଆପଣଙ୍କ ଗାଡ଼ି ବାବଦରେ ଯାଞ୍ଚ୍‌ କରିବ। ବେଳେ ବେଳେ ଏହି ଯାଞ୍ଚ୍‌ରୁ ବୀମା ଦେଉଥିବା କମ୍ପାନି ଆପଣଙ୍କ ଗାଡି ପାଇଁ ଅଧିକ ପ୍ରିମିୟମ ଦାବି କରିପାରେ। ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ଠିକ୍ ସମୟରେ ବୀମା ପ୍ରିମିୟମ ଦେବାକୁ ପଡ଼ିବ। ଠିକ୍ ସମୟରେ କିମ୍ବା ସମୟ ପୂର୍ବରୁ ନବୀକରଣ କଲେ ଆପଣଙ୍କୁ ଅଧିକ ପ୍ରିମିୟମ ଦେବାକୁ ପଡ଼ିବ ନାହିଁ କିମ୍ବା ଅଧିକ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ଆଡ୍ ଅନ୍:

ପଲିସି ଧାରକ ଭାବେ ଆପଣଙ୍କର ଏହା ଜାଣିବା ଉଚିତ ଯେ, ଏକ ସାମାନ୍ୟ ବିମା କଭର ସହିତ ଆଡ୍-ଅନ୍ ଆପଣଙ୍କୁ ସଂକଟ କାଳରେ ଅଧିକ ସହାୟତା ଦେଇଥାଏ। ଏହା ସହ ପଲିସିର ଆଡ୍ ଅନ୍ ବ୍ୟବସ୍ଥା ଆପଣଙ୍କୁ ଅଧିକ ପ୍ରିମିୟମ ଦେବାରୁ ବଞ୍ଚାଇଥାଏ। ଲୋକପ୍ରିୟ ଆଡ୍-ଅନ୍ ଯେମିତି ଇଞ୍ଜିନ୍ ସୁରକ୍ଷା ପଲିସି ଆପଣଙ୍କୁ ଲମ୍ବା ସମୟ ପାଇଁ ଅଧିକ ପ୍ରିମିୟମ ଦେବାରୁ ରକ୍ଷା କରିଥାଏ। ତେଣୁ ପଲିସି କିଣିବା ବେଳେ ଆପଣ ଆଡ୍-ଅନ୍ ମଧ୍ୟ ନିଅନ୍ତୁ।