ଗୃହ ବୀମା ଆପଣଙ୍କୁ ପ୍ରାକୃତିକ ବିପଦର ମୁକାବିଲା ପାଇଁ ତୟାର ରଖେ କାରଣ ପଣ ଘର ଥରୁଟିଏ ତିଆରି କରନ୍ତି..

ଘର ଆମ ସମସ୍ତଙ୍କ ସ୍ୱପ୍ନ। ସାଧାରଣତଃ ଜଣେ ମଧ୍ୟବିତ ପରିବାର କିମ୍ବା ନିମ୍ନ ମଧ୍ୟବିତ ପରିବାର ଜୀବନରେ ଥରଟିଏ ଘର ତିଆରି କରନ୍ତି। ଘର ଗୋଟିଏ ଥରର ନିବେଶ ହୋଇଥାଏ। ଆମେ କେହି ମଧ୍ୟ ବାରମ୍ବାର ଘରେ ନିବେଶ କରିବାକୁ ଚାହୁଁନା କି କରୁନା। କିନ୍ତୁ ଦୁର୍ଭାଗ୍ୟବଶତଃ ଘର ସରିଗଲା ପରେ ଆମେ ଭାବୁଯେ, କାମ ସରିଗଲା। କିନ୍ତୁ ପ୍ରକୃତରେ ସେମିତି ହୋଇନଥାଏ। ଘର ତିଆରି ସରିବା ପରେ ଆମକୁ ତା’ର ବୀମା କରାଇବାକୁ ପଡିବ। କାରଣ ଆପଣ ମଧ୍ୟ ଏହା ଜାଣିଛନ୍ତି ଯେ, ପ୍ରକୃତି ସବୁଠୁ ଶକ୍ତିଶାଳି। ପ୍ରାକୃତିକ ବିପତ୍ତି ଉପରେ ଆମର ନିୟନ୍ତ୍ରଣ ନଥାଏ। ବନ୍ୟା, ବାତ୍ୟ, ଭୂକମ୍ପ କିମ୍ବା ଅଗ୍ନିକାଣ୍ଡରେ ଆପଣଙ୍କ ସ୍ୱପ୍ନର ଘର ନଷ୍ଟ ହେବାର ଆଶଙ୍କା ରହିଛି। ଏମିତିରେ ଆପଣଙ୍କୁ କିଛି ପ୍ରିମିୟମ ଦେଇ ନିଶ୍ଚିତ ସୁରକ୍ଷା କିଣିବାକୁ ପଡିବ। ଏହି ସୁରକ୍ଷା ଦେଇଥାଏ। ହୋମ୍ ଇନସ୍ୟୁରାନ୍ସ। ପ୍ରାକୃତିକ ଆପଦରେ ଆପଣଙ୍କ ଘରର କେତେ କ୍ଷତି ଘଟିଛି ତାହା ଆକଳନ କରିବା ସହଜ କଥା ନୁହେଁ।  କିନ୍ତୁ ଯଦି ଆପଣ ନିଜ ଆର୍ଥିକ ଆବଶ୍ୟକତାର ଅନୁମାନ କରି ବୀମା କରାଇଥିବେ ତେବେ ଏହି କ୍ଷତି ଅନେକ ମାତ୍ରରେ ପୁରଣ ହୋଇପାରିବ। ତେଣୁ ଠିକ୍ ସମୟରେ ଘର ପାଇଁ ବୀମା କରାଇବା ବୁଦ୍ଧିମାନର କାମ। ଅନେକ ବୀମା କମ୍ପାନି ଏଭଳି ପଲିସି ଆଣିଥାନ୍ତି ଯେହା ପ୍ରାକୃତିକ ଆପଦା କାରଣରୁ ଘରର କ୍ଷତି ହେଲା କ୍ଷତି ଭରଣ କରିଥାଏ।

ହୋମ ଇନସ୍ୟୁରାନ୍ସରେ କ’ଣ କଭର ହୋଇଥାଏ :

କମ୍ପ୍ରେହେନସିଭ୍ ହୋମ୍ ଇନସ୍ୟୁରାନ୍ସ ପଲିସିରେ କମ୍ପାନି ସାମାନ୍ୟ କ୍ଷତି ପାଇଁ କିଛି ମଧ୍ୟ ଦେଇନଥାଏ। କିନ୍ତୁ ବାତ୍ୟା, ବନ୍ୟା, ଭୁକମ୍ପ ଭଳି ପ୍ରାକୃତିକ ବିପଦ ଏଥିରେ ସାମିଲ ହୋଇଥାଏ।  ତେଣୁ ବାତ୍ୟା, ବନ୍ୟା ଭଳି ପରିସ୍ଥିତିରେ ଆପଣଙ୍କ ଘର କ୍ଷତିଗ୍ରସ୍ତ ହେଲେ ବିମା କମ୍ପାନି ଆପଣଙ୍କୁ କ୍ଷତିପୁରଣ ଦେଇଥାଏ।. ବିଶେଷଜ୍ଞଙ୍କ କହିବା ହେଉଛି ପ୍ରାକୃତିକ ଅନିଶ୍ଚିତତାକୁ ନଜରରେ ରଖି ସମସ୍ତଙ୍କ ପକ୍ଷରେ ହୋମ୍ ଇନସ୍ୟୁରାନ୍ସ  ନେବା ଜରୁରୀ ଅଟେ। କେବଳ ଘର ପାଇଁ ନୁହେଁ ଆପଣ ଘରେ ଥିବା ସାମଗ୍ରୀ, ଇଲେକ୍ଟ୍ରିକାଲ, ମେକାନିକାଲ ଉତ୍ପାଦ ତଥା ଫର୍ଣ୍ଣିଚର ପାଇଁ ମଧ୍ୟ ଇନସ୍ୟୁରାନ୍ସ ପଲିସି କିଣିବା କଥା ବୋଲି କୁହନ୍ତି ବିଶେଷଜ୍ଞ।

କେବଳ ଯେ, ବନ୍ୟା ବାତ୍ୟାରେ ଆପଣଙ୍କ ଘରେ ଥିବା ସାମଗ୍ରୀ ନଷ୍ଟ ହେଲେ ଆପଣଙ୍କୁ ବୀମା ରାଶି ମିଳିବ ତା’ନୁହେଁ ଯଦି ଆପଣଙ୍କୁ ଘରୁ କୌଣସି ବସ୍ତୁ ଚୋରି ହୁଏ ତା’ପାଇଁ ମଧ୍ୟ ଆପଣଙ୍କୁ କ୍ଷତିପୁରଣ ମିଳିପାରିବ। ବନ୍ୟା,  ବାତ୍ୟା କିମ୍ବା ଭୂକମ୍ପରେ ଆପଣଙ୍କ ଘର ଯଦି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଏ ତେବେ ବୀମା କମ୍ପାନି ଆପଣଙ୍କୁ ପୁଣିଥରେ ଘର ତିଆରି କରିବା ପାଇଁ ଟଙ୍କା ଦେଇଥାଏ।

ଡ୍-ଅନ୍ ପଲିସି

ଜୀବନ ବୀମା ଭଳି ହୋମ୍ ଇନସ୍ୟୁରାନ୍ସରେ ମଧ୍ୟ ଆପଣଙ୍କୁ ଆଡ୍ ଅନ୍ ର ସୁବିଧା ମିଳିଥାଏ। ଆଡ୍ ଅନ୍ ନେଇ ଜଣେ ପଲିସି ଧାରକ ନିଜ ପଲିସି କଭରକୁ ବଢାଇ ପାରିବେ। ଅନେକ ଆଡ୍ ଅନ୍ ପ୍ରାକୃତିକ ଆପଦା, ଯେପରି ବନ୍ୟା, ବାତ୍ୟା ଓ ଭୂକମ୍ପ ସ୍ଥିତିକୁ କଭର କରିଥାଏ। ବିଶେଷଜ୍ଞ କୁହନ୍ତି ଯେ, ହୋମ୍ ଇନସ୍ୟୁରାନ୍ସ ବୀମା  ପଲିସିରେ ଦୁଇଟି ଶ୍ରେଣିକୁ କଭର କରାଯାଏ। ପ୍ରଥମ ବିଲ୍ଡିଂ ଷ୍ଟ୍ରକଚର ଓ ଦ୍ୱିତୀୟ ହେଉଛି ଘରର ଦାମୀ ସାମଗ୍ରୀର ବୀମା। ଯଦି ପ୍ରାକୃତିକ ଆପଦା କାରଣରୁ ଆପଣଙ୍କ ଘରର ଷ୍ଟ୍ରକ୍ଚର କ୍ଷତିଗ୍ରସ୍ତ ହୁଏ କିମ୍ବା ପୁରା ଘର ଭାଙ୍ଗିଯାଏ ତେବେ ବୀମା କମ୍ପାନି ଆପଣଙ୍କୁ ଘର ତିଆରି କରିବା ପାଇଁ ଆବଶ୍ୟକ ଖର୍ଚ୍ଚର ଅଧିକାଂଶ ଭାଗ  ଦେଇଥାଏ।ସେହିଭଳି ଘରର ଦାମି ସାମଗ୍ରୀ ଯେମିତି ସେଲଫୋନ୍, ଲାପଟପ୍, ଟିଭି କିମ୍ବା ଅନ୍ୟ ସାମଗ୍ରୀ ଚୋରି ହେଲେ ବୀମା କମ୍ପାନି ଆପଣଙ୍କୁ କ୍ଷତି ଭରଣ କରିଥାଏ। ତେବେ ଏଥିପାଇଁ ଆପଣଙ୍କୁ ସାମଗ୍ରୀ ଚୋରି ପାଇଁ ପଲିସି ନେବାକୁ ପଡିବ। ଯାହା  ଆପଣଙ୍କୁ ନିଆଁ ଲାଗିବା, ଚୋରି ଭଳି ପରିସ୍ଥିତିରେ ସୁରକ୍ଷା ଦେଇଥାଏ।