ସାବଧାନ! ଏଜେଣ୍ଟ୍‌ ଓ କମ୍ପାନି ଭ୍ରମପୂର୍ଣ୍ଣ ଦାବି କରି ବିକ୍ରି କରୁଛନ୍ତି ୟୁଲିପ୍ ପ୍ଲାନ୍..

ନିବେଶ ସହ ବୀମା ସୁରକ୍ଷା ଚାହୁଁଥିବା ଅନେକ ୟୁଲିପକୁ ବାଛିଥାନ୍ତି। ତେବେ ୟୁଲିପ୍ ପ୍ଲାନ୍ ନେବା ପୂର୍ବରୁ ନିଜ ରିସର୍ଚ୍ଚ କରନ୍ତୁ। କାରଣ ଅନେକ ସମୟରେ ଏଜେଣ୍ଟ୍ ଓ କମ୍ପାନି ଅନେକ ଭ୍ରାମକ ତଥ୍ୟ ଦେଇ ଆପଣଙ୍କୁ ସେମାନଙ୍କ ପ୍ରଡକ୍ଟ ନେବାକୁ ଉସକାଇ ପାରନ୍ତି। ଆସନ୍ତୁ ଜାଣିବା, ସେହିଭଳି କିଛି ଭ୍ରାମକ ଦାବି ଉପରେ ଯାହାଠାରୁ ଆପଣଙ୍କୁ ଦୁରେଇ ରହିବାକୁ ପଡ଼ିବ।

ନୂଆ ଓ ସର୍ବୋତ୍ତମ ପ୍ଲାନକୁ ସିଫ୍ଟ ହୁଅନ୍ତୁ

ଅନେକ ସମୟରେ ଆପଣଙ୍କୁ ୟୁଲିପ୍ ଦେଉଥିବା ଗୋଟିଏ କମ୍ପାନିର ଏଜେଣ୍ଟ ତା’ କମ୍ପାନିର ନୂଆ ଓ ସର୍ବୋତ୍ତମ ପ୍ଲାନକୁ ସିଫ୍ଟ ହେବାକୁ ଉପଦେଶ ଦେବେ। ଏଜେଣ୍ଟ ଆପଣଙ୍କୁ କହିବେ ଯେ, ଆପଣଙ୍କ ପୁରୁଣା ୟୁଲିପର ପ୍ଲାନର NAV ମୂଲ୍ୟ ଅତି ଅଧିକ ବଢ଼ିଗଲାଣି। ଭବିଷ୍ୟତରେ ସେଥିରେ ଅଭିବୃଦ୍ଧି(ଗ୍ରୋଥ)ର ସମ୍ଭାବନା ବହୁତ କମ। ବୀମା କମ୍ପାନି ଏବେ ନୂଆ ଫଣ୍ଡ୍ ଅପସନ୍ ଲଞ୍ଚ କରିଛି ଯାହାର NAV ଏବେ କମ ଅଛି ବୋଲି ଆପଣଙ୍କୁ କୁହାଯିବ। ଯାହାର ଅର୍ଥ ହେଉଛି ଗୋଟିଏ ୟୁଏଲ୍‌ପିରୁ ଗୋଟିଏ ୟୁଲିପକୁ ଡେଇଁବାର କୌଣସି ସାଧନା ନାହିଁ। ଯାହାର ସିଧା ଅଥଁ ହେଉଛି ଆପଣଙ୍କୁ ନୂଆ ପ୍ଲାନ୍‌ କିଣିବାକୁ ହେବ। ଏମିତି ବି ହୋଇପାରେ ଆପଣଙ୍କ ପୂରୁଣା ପ୍ଲାନ୍‌କୁ ସରେଣ୍ଡର କରାଯାଇ ପାରିବ ନାହିଁ ଓ ଆପଣଙ୍କୁ ନୂଆ ପ୍ଲାନ୍ କିଣେଇ ଦିଆଯିବ। ଏମିତିରେ ଆପଣଙ୍କୁ ଦୁଇଟି ପ୍ଲାନ୍ ପାଇଁ ପ୍ରିମିୟମ ଦେବାକୁ ହେବ। ଯାହାଫଳରେ ଆପଣଙ୍କ ଉପରେ ଆର୍ଥିକ ବୋଝ ବଢ଼ିବ।

ୟୁଲିପ୍ ବ୍ୟାଙ୍କ ଏଫଡି ଭଳି

ଅନେକ ବିତରକ ୟୁଲିପ ବ୍ୟାଙ୍କ ଏଫ୍‌ଡି ଭଳି ବୋଲି ଆପଣଙ୍କୁ କହିବେ। ସେମାନଙ୍କ ଟାର୍ଗେଟ୍ ବ୍ୟାଙ୍କ୍ ଗ୍ରାହକ ହୋଇଥାନ୍ତି। ୟୁଲିପ୍ ବ୍ୟାଙ୍କ ଏଫ୍‌ଡି ଭଳି ବୋଲି ଆପଣଙ୍କ ମନରେ ବିଶ୍ୱାସ ଜନ୍ମେଇ ୟୁଲିପ୍ ପ୍ଲାନ୍ ଆପଣଙ୍କୁ ବିକ୍ରି କରିବା ଏଭଳି ଏଜେଣ୍ଟଙ୍କ ଚାଲ ହୋଇଥାଏ। ବ୍ୟାଙ୍କ ଏଫ୍‌ଡି ଭଳି ଟଙ୍କା ଡବଲ ହେବା ସହ ସାଥିରେ ବୀମା ମିଳୁଥିବାରୁ ଓ ଏହା ଉପରେ ଟ୍ୟାକ୍ସ ଛାଡ ଥିବାରୁ ଏଫ୍‌ଡି ବଦଳରେ ୟୁଲିପ୍ କରିବାକୁ ଆପଣଙ୍କୁ ଉସକାଇବେ। କହିବେ ଯେ, ବୀମା ସୁବିଧା ମିଳୁଥିବାରୁ ଏହା ବ୍ୟାଙ୍କ ଏଫ୍‌ଡିଠାରୁ ଭଲ। ତେବେ ଆପଣଙ୍କୁ ବୁଝିବାକୁ ଯେ, ୟୁଲିପ୍ ମାର୍କେଟ୍ ଲିଙ୍କ୍ ପ୍ଲାନ୍। ଏଥିରେ ନିବେଶ ଉପରେ କୌଣସି ଗ୍ୟାରେଣ୍ଟି ନଥାଏ। ବ୍ୟାଙ୍କ୍ ଏଫଡି ଉପରେ ଆପଣଙ୍କୁ ରିଟର୍ଣ୍ଣ ଗ୍ୟାରେଣ୍ଟି ମିଳିଥାଏ। କିନ୍ତୁ ୟୁଲିପରେ ସେଭଳି ଗ୍ୟାରେଣ୍ଟି ନଥାଏ। ଆପଣଙ୍କ ନିବେଶ ଏଫ୍‌ଡିଠାରୁ ଅଧିକ ହୋଇପାରେ କିମ୍ବା କମ୍ ମଧ୍ୟ।

କେବଳ ବର୍ଷ ପାଇଁ ନିବେଶ କରିବାକୁ

ଏଜେଣ୍ଟ୍ ଆପଣଙ୍କୁ କହିବେ ଯେ, ଏହି ପ୍ଲାନରେ ଆପଣଙ୍କୁ ମାତ୍ର ୫ବର୍ଷ ନିବେଶ କରିବାକୁ। ସେମାନେ ଆପଣଙ୍କୁ କହିବେ ଯେ, ଛୋଟ ଅବଧିରେ ନିବେଶ କରି ଆପଣ ଟ୍ୟାକ୍ସ ବଞ୍ଚାଇ ପାରିବେ। କିନ୍ତୁ ସେମିତି ହୋଇନଥାଏ। ପ୍ରଥମତଃ ଆପଣଙ୍କୁ ୫ ବର୍ଷରେ ଭଲ ରିଟର୍ଣ୍ଣ ମିଳିବ ବୋଲି ଗ୍ୟାରେଣ୍ଟି ନଥାଏ। ଭଲ ରିଟର୍ଣ୍ଣ ପାଇଁ ଆପଣଙ୍କୁ ୧୦ରୁ ୧୨ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ। ଏହା ସହ ଏଥିରେ ନିବେଶ ୫ ବର୍ଷ ପାଇଁ ଲକ୍ ଇନ୍ ରହିଥାଏ। ପାଞ୍ଚ ବର୍ଷ ପରେ ଆପଣ ଟଙ୍କା ଉଠାଇ ପାରିବେ ସତ କିନ୍ତୁ ଯେଉଁ ସବୁ ଚାର୍ଜ ଆପଣଙ୍କୁ ଦେବାକୁ। ତାହା ଆପଣଙ୍କ ଆରମ୍ଭ ବର୍ଷରେ ହିଁ ଦେଇଥିବେ। ଆହୁରି ମଧ୍ୟ ନିବେଶ ଉପରେ ଟ୍ୟାକ୍ସ ଛାଡ଼ ପାଇଁ ଆପଣଙ୍କ ଜୀବନ ବୀମା କଭର ପ୍ରିମିୟମର ୧୦ ଗୁଣା ହେବା ଆବଶ୍ୟକ। ଏହାଠାରୁ କମ ହେଲେ ଆପଣଙ୍କୁ କୌଣସି ଟ୍ୟାକ୍ସ ଲାଭ ମିଳିବ ନାହିଁ।

ୟୁଲିପରେ ଡବଲ ହେବ ଟଙ୍କା

ୟୁଲିପରେ ଆପଣ ନିବେଶ କରିଲେ ୫ ବର୍ଷରେ ମୁଳ ପୁଞ୍ଜି ଡବଲ ହୋଇଯିବ ବୋଲି ଏଜେଣ୍ଟ କହିବେ। ସେୟାର ମାର୍କେଟ ଜୋର ଧରିଥିବା ବେଳେ ଏହି ଭଳି ଦାବି କରାଯାଇଥାଏ। ଏଭଳି ଦାବିକୁ ସାବ୍ୟସ୍ତ କରିବାକୁ ସେମାନେ ପୁରୁଣା ରେକର୍ଡ ଦେଖାଇବେ। କିନ୍ତୁ ସତ ହେଲା ଆପଣ ୟୁଲିପରେ ଡେବ୍ଟ ଓ ଇକ୍ୱିଟି ଦୁଇ ଫଣ୍ଡ୍‌ରେ ନିବେଶ କରିଥାନ୍ତି। ଏହି ଦୁଇ ଫଣ୍ଡ୍‌ରୁ ମିଳିବାକୁ ଥିବା ରିଟର୍ଣ୍ଣ ସହି ସମ୍ପତ୍ତି ବର୍ଗର ପ୍ରଦର୍ଶନ ଉପରେ ନିର୍ଭର କରିଥାଏ। ୫ ବର୍ଷରେ ଟଙ୍କା ଡବଲ ହେବାର ଗ୍ୟାରେଣ୍ଟି କେହି ମଧ୍ୟ ଦେଇ ପାରିବେ ନାହିଁ। ଏଭଳି ଦାବି ଶୁଣି କେବେ ମଧ୍ୟ ଲୋଭରେ ପଡ଼ନ୍ତୁ ନାହିଁ।

ସିଙ୍ଗଲ ପ୍ରିମିୟମ ପ୍ଲାନ୍ ନେବାକୁ ଆପଣଙ୍କୁ ପ୍ରେରିତ କରାଯିବ

କେବଳ ଗୋଟିଏ ଥର ପାଇଁ ପ୍ରିମିୟମ ଦେଇ ଲମ୍ବା ଅବଧିର ନିବେଶର ଲାଭ ନିଅନ୍ତୁ ବୋଲି ଆପଣଙ୍କୁ ଏଜେଣ୍ଚ କହିବେ। ଏହା ମଧ୍ୟ ଲମ୍ବା ଅବଧିର ନିବେସ କରିବାକୁ ଚାହୁଁଥିବା ଓ ଟ୍ୟାକ୍ସ ବଂଚାଇବାକୁ ଚାହୁଁଥିବା ନିବେଶକଙ୍କୁ ପାଲରେ ପକାଇବାର ଗୋଟିଏ ପ୍ଲାନ୍। ଯଦି ଆପଣ ସବୁକିଛି ଜାଣିକରି ପ୍ଲାନ୍ କିଣୁଛନ୍ତି ତେବେ କିଛି ଅସୁବିଧା ନାହିଁ। କିନ୍ତୁ ଦେଖିବାକୁ ମିଳିଛି ଯେ, ଅନେକ ସମୟରେ ସିଙ୍ଗଲ ପ୍ରିମିୟମ କହି ଯେଉଁ ପ୍ଲାନକୁ ଆପଣଙ୍କୁ ବିକ୍ରି କରାଯାଇଥାଏ, ପ୍ରକୃତରେ ଆପଣଙ୍କୁ ସେହି ପ୍ଲାନରେ ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଦେବାକୁ ପଡ଼େ।

ଆପଣ କ’ଣ କରିବା ଉଚିତ ?

ୟୁଲିପକୁ ଆହୁରି ଅନେକ ପ୍ରକାରର ମିଥ୍ୟା ଦାବି କରି ବିକ୍ରି କରାଯାଇଥାଏ। ଆପଣ ଯଦି ରିସର୍ଚ୍ଚ କରି ଏହାକୁ କିଣୁଛନ୍ତି ତେବେ ଠିକ୍ ଅଛି। କିନ୍ତୁ ଯଦି ଆପଣଙ୍କୁ ଭୁଲ ଓ ଭ୍ରାମକ ତଥ୍ୟ ଦେଇ ଏହାକୁ ବିକ୍ରି କରାଯାଇଛି ତେବେ ଆପଣ ଇରେଡା ପାଖରେ ଅଭିଯୋଗ କରିପାରିବେ। ପ୍ରମାଣ ସହ ଅଭିଯୋଗ ରଖିଲେ ଆପଣଙ୍କ ଟଙ୍କା ଫେରସ୍ତ ମିଳିବ।