ବୀମା ପଲିସି ବାଛିବା ବେଳେ ଲମ୍ବା ଅବଧିର ଦୃଷ୍ଟିକୋଣ ଆବଶ୍ୟକ।

ବୀମା ନେବା ପୂର୍ବରୁ ପ୍ରଥମେ ନିଜ ଆର୍ଥିକ ସ୍ଥିରତା ଓ ସୁରକ୍ଷା ବାବଦରେ ଚିନ୍ତା କରନ୍ତୁ। ଆପଣ କେଉଁ ପ୍ରକାରର ବୀମା ନେବା ଉଚିତ ତାହା ଆପଣଙ୍କ ଆବଶ୍ୟକତା ଉପରେ ନିର୍ଭର କରେ। ତେଣୁ ପ୍ରଥମେ ନିଜ ଆବଶ୍ୟକତାକୁ ଚିହ୍ନିତ କରନ୍ତୁ ଏବଂ ତା’ପରେ ବୀମା ବାବଦରେ ଚିନ୍ତା କରନ୍ତୁ। ଏହାକୁ ଗୋଟିଏ ଉଦାହରଣ ଦ୍ୱାରା ଆମେ ଭଲ ଭାବେ ବୁଝିପାରିବା।

ଧରିନିଅନ୍ତୁ ଆପଣ ଜଣେ ଚାକିରିଆ। ଆପଣଙ୍କ ବୟସ ତିରିସି ଟପିନାହିଁ। ଆପଣଙ୍କ ଦରମା ଠିକଠାକ୍ ଅଛି। ଆପଣଙ୍କ ଉପରେ କୌଣସି ଦାୟିତ୍ୱ ନାହିଁ। ମାନେ ପାରିବାରିକ ବୋଝରୁ ଆପଣ ମୁକ୍ତ। ଆପଣଙ୍କ ପାଖରେ ଛୋଟକାଟର ସଞ୍ଚୟ ରହିଛି। ଆପଣ ସେହି ସଞ୍ଚୟକୁ ଜାରି ରଖିବାକୁ ଚାହାନ୍ତି। ଆପଣ ନିଜ ସାଙ୍ଗସାଥିଙ୍କଠାରୁ ଆର୍ଥିକ ସ୍ଥିରତା ଓ ସୁରକ୍ଷା ପାଇଁ ବୀମାର ଆବଶ୍ୟକତା କଥା ଶୁଣିଛନ୍ତି। ତେଣୁ ଆପଣ ମଧ୍ୟ ଜୀବନ ବୀମାରେ ନିବେଶ କରିବାକୁ ଚାହାନ୍ତ। ତେବେ ପ୍ରଶ୍ନ ହେଉଛି :

  • ଆପଣ କମ ବୀମ କରିବା ପାଇଁ ନିଷ୍ପତି ନେବା ପୂର୍ବରୁ ଜୀବନ ବୀମା ସହ ଜଡିତ ସବୁ ଦୀଗ ବାବଦରେ ବିଚାର କରିସାରିଛନ୍ତି କି?
  • ଆପଣ ଯଦି ଆର୍ଥିକ ସ୍ଥିରତା ଓ ସୁରକ୍ଷା କାରଣରୁ ବୀମା କଥା ଚିନ୍ତା କରୁଛନ୍ତି ତେବେ ଠିକ୍ କରୁଛନ୍ତି, ତେବେ ଆପଣ କେଉଁ ଭଳି ବୀମା ଦରକାର କରିବେ ତାହା ଆପଣଙ୍କ ଆବଶ୍ୟକତା ଉପରେ ନିର୍ଭର?

ଯଦି ଆପଣଙ୍କ ଉପରେ କେହି ନିର୍ଭରଶୀଳ ନୁହନ୍ତି ତେବେ ଜୀବନ ବୀମା ଆବଶ୍ୟକ ନୁହେଁ

ବର୍ତ୍ତମାନ ଯଦି ଆପଣଙ୍କ ଉପରେ କେହି ନିର୍ଭରଶୀଳ ନୁହନ୍ତି ତେବେ ଏବେ ଆପଣଙ୍କର ବୀମା କଭର ନେବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ଆପଣଙ୍କୁ ଏମିତି କିଛି ନିବେଶ କରିବାକୁ ପଡ଼ିବେ ଯେମିତି ଅଚାନକ ଆୟ ହରାଇଲେ କିମ୍ବା ଖର୍ଚ୍ଚ କମିଗଲେ ମଧ୍ୟ ଆପଣଙ୍କ ପାଖରେ ଆୟର ସ୍ରୋତ ରହିବ। ଆସନ୍ତୁ ଜାଣିବା କେମିତି ଆପଣ ଏଭଳି ପରିସ୍ଥିତିରେ ସମ୍ମୁଖୀନ ହେବେ।

ଆୟ ହରାଇବା କଭରେଜ୍(ଲସ୍ ଅଫ୍ ଇନକମ୍ କମଭରେଜ)

ବ୍ୟକ୍ତିଗତ ଦୁର୍ଘଟଣା ବୀମା ଦ୍ୱାରା କୌଣସି ଦୁର୍ଘଟଣାରେ ଅସ୍ଥାୟୀ ଅକର୍ମଣ୍ୟ ହେଲେ କିମ୍ବା କାମ କରିବାରେ ଅସମର୍ଥ ହେଲେ ଆପଣଙ୍କୁ ବୀମା ରାଶି ମିଳିବ। ଏହା ଦ୍ୱାରା  ଲସ ଅଫ୍ ଇନକମ୍ କଭରେଜ୍ ମିଳିବ। ଏଭଳି ପଲିସି ନେଇଥିଲେ ଆପଣଙ୍କୁ ପଲିସି ଟର୍ମ ଅନୁସାରେ ସେ ପର୍ଯ୍ୟନ୍ତ ଆୟ ମିଳିବ ଯେପର୍ଯ୍ୟନ୍ତ ଆପଣ ପୁଣିଥରେ କାମ ଆରମ୍ଭ କରିବା ସ୍ଥିତିକୁ ଆସିନାହାନ୍ତି।

ଇନକମ୍ ପ୍ରୋଟେକ୍ସନ ଲାଇଫ୍ ଇନସ୍ୟୁରାନ୍ସ

ଜୀବନ ବୀମାରେ ଇନକମ୍ ପ୍ରୋଟେକ୍ସନ୍ କଭରେଜ୍ ଥାଏ। କିନ୍ତୁ ଏହାର ଫାଇଦା ସେତେବେଳେ ମିଳିଥାଏ ଯେତେବେଳେ ବୀମା ଧାରକଙ୍କ ମୃତ୍ୟୁ ହୁଏ। ତେବେ ଏଥିରେ ଏମିତି କିଛି ରାଇଡର୍ସ ରହିଛି ଯାହା ଦ୍ୱାରା ଆକ୍ସିଡେଣ୍ଟ୍ କଭର ହୋଇଥାଏ। ତେବେ ଏମିତି ହୋଇପାରେ କଭରେଜ୍ ବଡ ହୋଇନପାରେ କିମ୍ବା ପ୍ରିମିୟମ ଅଧିକ ଦେବାକୁ ପଡ଼ିପାରେ। ଏହା ଏଥିପାଇଁ ଯେ, ତାଙ୍କୁ ଜୀବନ ବୀମା ପାଇଁ ମଧ୍ୟ ପ୍ରିମିୟମ ଦେବାକୁ ପଡ଼ିବ। ଯାହାର ଆବଶ୍ୟକତା ଏବେ ଆପଣଙ୍କୁ ନାହିଁ।

ବୟସ କମ, ପ୍ରିମିୟମ କମ

ଯେହେତୁ ଆପଣଙ୍କ ବୟସ ତିରିଶି ଟପି ନାହିଁ। ଆପଣ ଯୁବକ। ତେଣୁ ଏବେ ଆପଣଙ୍କୁ ହେଲ୍‌ଥ ଇନସ୍ୟୁରାନ୍ସ ବାବଦରେ ଚିନ୍ତା କରିବାକୁ ପଡ଼ିବ। ହେଲ୍‌ଥ ଇନସ୍ୟୁରାନ୍ସ ନେଲେ ଆପଣଙ୍କ ମେଡିକାଲ କଷ୍ଟ କଭର ହେବ। ବୟସ କମ ଓ ଆପଣ ସୁସ୍ଥ ଥିବାରୁ ଆପଣଙ୍କୁ କମ ପ୍ରିମିୟମରେ ବଡ ହେଲ୍‌ଥ କଭରେଜ୍ ମିଳିବ। ଆପଣ ଯଦି ପ୍ରତିବର୍ଷ ନିୟମିତି ଏହି ହେଲ୍‌ଥ ଇନସ୍ୟୁରାନ୍ସର ନବୀକରଣ କରିବେ ତେବେ ବୟସ ବଢ଼ିଲେ ମଧ୍ୟ ଆପଣଙ୍କୁ ଶସ୍ତାରେ କଭରେଜ୍ ମିଳିବ।

କାର ଥିଲେ କଣ କରିବେ?

ଆପଣଙ୍କ ପାଖରେ ଯଦି କାର ଅଛି ତେବେ ଥାର୍ଡ ପାର୍ଟି କଭର ନେବା ବଦଳରେ କମ୍ପ୍ରହେନସିଭ୍ ମୋଟର ଇନସ୍ୟୁରାନ୍ସ ନେବା ଆପଣଙ୍କ ପାଇଁ ଭଲ ବିକଳ୍ପ ହେବ। କାରଣ ଏଥିରେ ଡ୍ୟାମେଜ୍ ମଧ୍ୟ କଭର ହୋଇଥାଏ।

ଟାଇପ୍ ଓ କଭର ଆକାରକୁ ଧ୍ୟାନରେ ରଖନ୍ତୁ

ବୀମା ଟାଇପ୍ ଓ କଭର ଆକାର ବାବଦରେ ଭାବିବା ବେଳେ ଆପଣ କଷ୍ଟ୍‌ ବା ମୂଲ୍ୟ ବିଷୟରେ ମଧ୍ୟ ଚିନ୍ତା କରିବା ଆବଶ୍ୟକ। ଆବଶ୍ୟକତାଠାରୁ ଅଧିକ ଇନସ୍ୟୁରାନ୍ସ କଲେ ଆପଣଙ୍କୁ ଅଧିକ ପ୍ରିମିୟମ ମଧ୍ୟ ଦେବାକୁ ପଡ଼ିବ। ଅନ୍ୟପକ୍ଷରେ କମ୍ ଇନସ୍ୟୁରାନ୍ସ କଭର ଥିଲେ ଦୁର୍ଘଟଣା ଭଳି ପରିସ୍ଥିତିରେ ଇନକମ୍ ଲସର ବିପଦ ରହିଛି।