ଆପଣଙ୍କୁ ଆୟକର ଦେବାକୁ ପଡ଼ିବ କି ନାହିଁ ଯଦି ଜାଣିନାହାନ୍ତି ତେବେ ଏହାକୁ ପଢ଼ନ୍ତୁ।

ଆୟକର ସ୍ଲାବ ଭିତରେ ଆପଣ ଯାଉଛନ୍ତି କି ନାହିଁ? ଆଉ ଯଦି ଯାଉଛନ୍ତି ତେବେ ଆପଣଙ୍କୁ କେତେ ଆୟକର ଦେବାକୁ ପଡ଼ିବ? ଏସବୁ ପ୍ରଶ୍ନ ଯଦି ଆପଣଙ୍କୁ ବିଚଳିତ କରୁଛି, ତେବେ ଆସନ୍ତୁ ଜାଣିବା ଆୟକରର କେଉଁ ସ୍ଲାବ ଭିତରେ ଆପଣ ଆସୁଛନ୍ତି ..

ବଜେଟ୍ ୨୦୧୯ ଅନୁଯାୟୀ ଆସେସମେଣ୍ଟ ଇୟର ୨୦୨୦-୨୧ର ଆୟକର ସ୍ଲାବ୍

ଯଦି ଆପଣଙ୍କ ବାର୍ଷିକ ଆୟ ୨.୫୦ ଲକ୍ଷ ତେବେ ଆପଣଙ୍କୁ ଆୟକର ଦେବାକୁ ପଡିବ ନାହିଁ। ୨.୫୦ ଲକ୍ଷରୁ ୫ ଲକ୍ଷ ଭିତରେ ବାର୍ଷିକ ଆୟ ହୋଇଥିଲେ ଆପଣଙ୍କୁ ୫ ପ୍ରତିଶତ ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ। କିନ୍ତୁ ଯଦି ଆପଣ ଆୟକରର ବିଭିନ୍ନ ଧାରାର ଉପଯୋଗ କରିବେ ତେବେ ଆପଣଙ୍କୁ ବସ୍ତୁତଃ କୌଣସି କର ଦେବାକୁ ପଡ଼ିବ ନାହିଁ।  ଯେଉଁମାନଙ୍କ ଆୟ ଗୋଟିଏ ଆର୍ଥିକ ବର୍ଷରେ ୫ରୁ ୧୦ ଲକ୍ଷ ଭିତରେ ହୋଇଥାଏ ସେମାନଙ୍କୁ ୨୦ ପ୍ରତିଶତ ଆୟକର ଦେବାକୁ ପଡିଥାଏ। ୧୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କୁ ୩୦ ପ୍ରତିଶତ କର ଦେବାକୁ ହୁଏ। ସେହିଭଳି ୫୦ ଲକ୍ଷରୁ ୧ କୋଟି ଭିତରେ ଆୟ କରୁଥିବା ବ୍ୟକ୍ତିଙ୍କୁ ଅତିରିକ୍ତ ୧୦ ପ୍ରତିଶତ ସରଚାର୍ଜ ଦେବାକୁ ପଡ଼େ। ୧ କୋଟିରୁ ଅଧିକ ଆୟକରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସରଚାର୍ଜ ବା ଅତିରିକ୍ତ ଦେୟ ୧୫ ପ୍ରତିଶତ ହୋଇଥାଏ।

ଆୟକର ସ୍ଲାବ ଟ୍ୟାକ୍ସ ଦର
୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ୍ୟ
୨.୫ ଲକ୍ଷରୁ ୫ ଲକ୍ଷ ଭିତରେ ୫%
୫ ଲକ୍ଷରୁ ୧୦ଲକ୍ଷ ଭିତରେ ୨୦%
୧୦ ଲକ୍ଷ ଉପରକୁ ୩୦%
ଆୟ ପରିସର ଅତିରିକ୍ତ ଦେୟ
୫୦ ଲକ୍ଷରୁ ୧ କୋଟି ଆୟକରର ୧୦%
୧ କୋଟି ଉପରକୁ ଆୟକରର ୧୫%

୬୦ରୁ ୮୦ ବର୍ଷ ବୟସ୍କଙ୍କ ପାଇଁ ଆୟକର ସ୍ଲାବ୍ 

ସିନିୟର ସିଟିଜେନଙ୍କ କ୍ଷେତ୍ରରେ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କର ଶୂନ୍ୟ। ତିନିଲକ୍ଷରୁ ଲକ୍ଷ ଆୟ କରୁଥିବେ ପ୍ରତିଶତ ଆୟକର ଦେବାକୁ ପଡ଼ିବ। କିନ୍ତୁ ବିଭିନ୍ନ ଟ୍ୟାକ୍ସ ସେଭିଂ ସ୍କିମରେ ନିବେଶ କରି ସେମାନେ ମଧ୍ୟ ଲକ୍ଷ ପର୍ଯ୍ୟନ୍ତ ଆୟକୁ ଟ୍ୟାକ୍ସ ଶୂନ୍ୟ କରିପାରିବେ।

ଆୟକର ସ୍ଲାବ ଟ୍ୟାକ୍ସ ଦର
୩ ଲକ୍ଷ ପର୍ଯ୍ୟନ୍ତ ଶୂନ୍ୟ
୩ ଲକ୍ଷରୁ ୫ ଲକ୍ଷ ୫%
୫ ଲକ୍ଷରୁ ୧୦ ଲକ୍ଷ ୨୦%
୧୦ ଲକ୍ଷରୁ ଅଧିକ ୩୦%
ଆୟ ପରିସର ଅତିରିକ୍ତ ଦେୟ
୫୦ ଲକ୍ଷରୁ ୧ କୋଟି  ଆୟକରର ୧୦%
୧ କୋଟିରୁ ଅଧିକ ଆୟକରର  ୧୫%

୮୦ ବର୍ଷରୁ ଅଧିକ ବୟସ୍କ କରଦାତାଙ୍କ ପାଇଁ ଟ୍ୟାକ୍ସ ସ୍ଲାବ୍ 

ଆୟକର ସ୍ଲାବ ଟ୍ୟାକ୍ସ ଦର
୫ ଲକ୍ଷ ପର୍ଯ୍ୟନ୍ତ ଶୂନ୍ୟ
୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ୨୦%
୧୦ ଲକ୍ଷରୁ ଅଧିକ ୩୦%
ଆୟ ପରିସର ଅତିରିକ୍ତ ଦେୟ
୫୦ ଲକ୍ଷରୁ ୧ କୋଟି ଆୟକରର ୧୦%
୧ କୋଟିରୁ ଅଧିକ ଆୟକରର ୧୦%

ଅତିରିକ୍ତ ଦେୟ ସହ ଟ୍ୟାକ୍ସର ୪% ସ୍ୱାସ୍ଥ୍ୟ ଓ ଶିକ୍ଷା ସେସ୍