ଟର୍ମ ପ୍ଲାନ ସହ ଆସୁଥିବ ଅତିରିକ୍ତ ରାଇଡର୍ସକୁ ବୁଝନ୍ତୁ..

ବୀମା ପଲିସିରେ ଥିବା ରାଇଡର୍ସ ଅତିରିକ୍ତ ଲାଭ ଅଫର କରନ୍ତି। ଏହା ଏମିତି ବେନିଫିଟ୍‌(ଲାଭ) ହୋଇଥାଏ ଯାହା ଷ୍ଟାଣ୍ଡାର୍ଡ ବୀମାରେ ଆସିନଥାଏ। ଏଭଳି ଅନେକ ରାଇଡର୍ସ ଜୀବନ ବୀମା, ମୋଟର ବୀମା ଓ ସ୍ୱାସ୍ଥ୍ୟ ବୀମା ସହ ବିକ୍ରି କରାଯାଇଥାଏ। ଏହା ଜରିଆରେ ଗ୍ରାହକଙ୍କୁ ବିଶେଷ ସୁବିଧା ଦିଆଯାଇଥାଏ।

ଟର୍ମ ଲାଇଫ୍ ଇନସ୍ୟୁରାନ୍ସ ରାଇଡର୍ସ କଣ?

ବୀମା କମ୍ପାନି ଗତ ୭ରୁ ୮ ବର୍ଷ ଧରି ପ୍ରୋଟେକ୍ସନ ବା ଟର୍ମ ପ୍ଲାନ୍ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି। ଟର୍ମ ପ୍ଲାନ୍ ସହ ଅତିରିକ୍ତ ବେନିଫିଟ୍ ଭାବେ ରାଇଡର୍ସ ଲୋକପ୍ରିୟ ହେବାରେ ଲାଗିଛି। ଟର୍ମ ପ୍ଲାନ୍ ସହ ଅନେକ ପ୍ରକାରର ରାଇଡର୍ସ ବିକ୍ରି କରାଯାଏ। ଏହାଭିତରେ ସାମିଲ ଥାଏ, କ୍ରିଟିକାଲ ଇଲନେସ୍, ପ୍ରିମିୟମ ଛାଡ, ଆକ୍ସିଡେଣ୍ଟାଲ ଡେଥ୍, ସ୍ଥାୟୀ କିମ୍ବା ଆଂଶିକ ଶାରୀରିକ ଅକ୍ଷମତା ଓ ଇନକମ୍ ବେନିଫିଟ୍ ଭଳି ରାଇଡର। ବୀମା ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ରାଇଡର ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମାସିକ ଆୟ ଦେଇଥାଏ। ଏହା ଅଭିଭାବକଙ୍କ ଟର୍ମ ଲାଇଫ୍ କଭର ସହ କ୍ରୟ କରାଯାଇଥାଏ ଓ କୌଣସି ପ୍ରକାରର ଦୁର୍ଘଟଣା ସ୍ଥିତିରେ ଏଥିରେ ପିଲାଙ୍କ ପାଇଁ ୨୫ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଛାଡ଼ ରହିଥାଏ।

ତେବେ କ‘ଣ ଷ୍ଟାଣ୍ଡାର୍ଡ ରାଇଡର କ୍ରୟ କରାଯାଇପାରିବ?

କୌଣସି ଷ୍ଟାଣ୍ଡାର୍ଡ ରାଇଡର କ୍ରୟ କରାଯାଇ ପାରିବ ନାହିଁ। କାରଣ ହେଉଛି ଏହା କୌଣସି ପ୍ରଡକ୍ଟ ନୁହେଁ। ଏହା ବୀମ ସହ ଆସୁଥିବା ଅତିରିକ୍ତ ସୁବିଧା ବା ବେନିଫିଟ୍ ଯାହାକୁ କୌଣସି ଇନସ୍ୟୁରାନ୍ସ ପ୍ରଡକ୍ଟ ସହ ବିକ୍ରି କରାଯିବ।

ରାଇଡର୍ସ କେତେ ଲୋକପ୍ରିୟ?

ଏଭଳି ରାଇଡର୍ସ ଗତ ୭ରୁ ୮ ବର୍ଷ ଧରି ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ରାଇଡର୍ସ କାରଣରୁ ଉପଭୋକ୍ତାଙ୍କୁ ନିଜ ହିସାବରେ ଆବଶ୍ୟକତା ପୂରା କରୁଥିବା ପ୍ରଡକ୍ଟ ନେବାରେ ସୁବିଧା ହୁଏ। ସବୁଠୁ ଅଧିକ ପ୍ରଚଳିତ ରାଇଡର୍ସ ହେଉଛି, ମୋଟର ଇନସ୍ୟୁରାନ୍ସ ରାଇଡ୍ ଜିରୋ ଡେପ୍ରିସିଏସନ୍। ଜିରୋ ଡେପ୍ରିସିଏସନ ରାଇଡରରେ ମରାମତି ମାମଲାରେ ଗାଡି ପାର୍ଟର ଡେପ୍ରିସିଏସନନ(ମୂଲ୍ୟହ୍ରାସ)କୁ ଯୋଡ଼ା ଯାଇନଥାଏ। ଅନ୍ୟ ପପୁଲାର ମୋଟର ଇନସ୍ୟୁରାନ୍ସ ରାଇଡର୍ସ ହେଉଛନ୍ତି, ରିଟର୍ଣ୍ଣ ଟୁ ଇନଭଏସ, କି ପ୍ରୋଟେକ୍ଟ, ଟାୟାର ପ୍ରୋଟେକ୍ଟ ଓ ଇଂଜିନ ପ୍ରୋଟେକ୍ଟ। ରିଟର୍ଣ୍ଣ ଟୁ ଇନଭଏସ ରାଇଡରରେ ସମ୍ପୂର୍ଣ୍ଣ କ୍ଷତି ମାମଲାରେ ଗାଡ଼ିର କିଣା ମୁଲ୍ୟ(ଇନଭଏସରେ ଲେଖାଯାଇଥିବା ଦାମ) ବୀମା କମ୍ପାନି ଦେଇଥାଏ। ପାଖାପାଖି ୭୦ ପ୍ରତିଶତ ଟର୍ମ ଲାଇଫ୍ ପଲିସି ରାଇଡର୍ସ ସହ ବିକ୍ରି ହୋଇଥାଏ।

ରାଇଡର କ୍ରୟ ପାଇଁ କେତେ ଖର୍ଚ୍ଚ ହୁଏ?

ଗାଡିର ଡ୍ୟାମେଜ୍ ପଲିସିରେ ପ୍ରାୟ ସବୁ ରାଇଡର୍ସ ପାଇଁ ପ୍ରିମିୟମ ୧୦ ପ୍ରତିଶତ ବଢ଼ିପାରେ। ଲାଇଫ୍ ଇନସ୍ୟୁରାନ୍ସ ପଲିସିରେ ରାଇଡର୍ସ ମୁଲ୍ୟ ଅନେକ ବିଷୟ ଉପରେ ନିର୍ଭର କରିଥାଏ। କ୍ରିଟିକାଲ ଇଲନେସ୍ ସବୁଠାରୁ ମହଙ୍ଗା ଲାଇଫ୍ ଇନସ୍ୟୁରାନ୍ସ  ରାଇଡର। ଏଥିରେ ପ୍ରିମିୟମ ଦାମରେ ୧୫ ପ୍ରତିଶତ ଅଧିକ ବୃଦ୍ଧି ହୋଇପାରେ। ରାଇଡର୍ସ ଉପରେ ଲାଗୁ ହେବାକୁ ଥିବା ପ୍ରିମିୟମର ସର୍ବାଧିକ ସୀମା ନିର୍ଦ୍ଧାରିତ ହୋଇଛି। ଏହା ବେସିକ୍ ଇନସ୍ୟୁରାନ୍ସ ପ୍ଲାନର ୩୦ ପ୍ରତିଶତରୁ ଅଧିକ ହୋଇ ପାରିବ ନାହିଁ।