ମିଡ୍ କ୍ୟାପ୍ ଫଣ୍ଡରେ କଣ ପାଇଁ ଅତିକମ୍‌ରେ ୩୫ ପ୍ରତିଶତ ନିବେଶ ଜରୁରୀ?

ଅନେକ ନିବେଶକ ବିଶେଷକରି ନୂଆ ନିବେଶକ ଲାର୍ଜ ଓ ମିଡ୍ କ୍ୟାପ୍ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି। ସେମାନଙ୍କୁ ଲାଗେ ଯେ, ଏହି ସବୁ ସ୍କିମ୍ ଭଲ ରିଟର୍ଣ୍ଣ ଦେବାର କ୍ଷମତା ରଖନ୍ତି। ମିରାଏ ଏସେଟ୍ ଏମର୍ଜିଂ ବ୍ଲୁଚିପ୍ ଫଣ୍ଡ୍ ଭଳି ସ୍କିମରେ ଅଧିକରୁ ଅଧିକ ନିବେଶକ ନିବେଶ କରୁଛନ୍ତି। ତେବେ ପ୍ରଥମେ ନିବେଶକଙ୍କୁ ଏହି କ୍ୟାଟେଗୋରି କ’ଣ ତାହା ଭଲକରି ଜାଣିବା ଆବଶ୍ୟକ। ଆସନ୍ତୁ ଲାର୍ଜ ଓ ମିଡ୍ କ୍ୟାପ୍ ଫଣ୍ଡ ବାବଦର ୫ଟି ଅତି ଜରୁରୀ ତଥ୍ୟ ବିଷୟ ଜାଣିବା..

. ଲାର୍ଜ ମିଡ୍ କ୍ୟାପ୍ ମ୍ୟୁଚୁଆଲ ଫଣ୍ଡ୍ ସ୍କିମ୍ କଣ?

ସେବି ଆଦେଶ ଅନୁସାରେ ଲାର୍ଜ ଓ ମିଡ୍ କ୍ୟାପ୍ ସ୍କିମ ମ୍ୟୁଚୁଆଲ ଫଣ୍ଡଙ୍କୁ ନିଜ ପୋର୍ଟଫୋଲିଓର ଅତିକମରେ ୩୫ ପ୍ରତିଶତ ଲାର୍ଜ କ୍ୟାପ୍ ସେୟାରରେ ନିବେଶ କରିବାକୁ ପଡ଼ିବ। ସେହିଭଳି ସେମାନଙ୍କୁ ନିଜ ଶେୟାରର ୩୫ ପ୍ରତିଶତ ମିଡ୍ କ୍ୟାପ୍ ଶେୟାରରେ ଲଗାଇବାକୁ ପଡ଼ିବ। ମାର୍କେଟ୍ କ୍ୟାପିଟାଇଲଜେସନ୍ ଅନୁସାରେ ୧୦୦ ଟପ୍ ସେୟାର ଲାର୍ଜ କ୍ୟାପରେ ଆସନ୍ତି। ଅନ୍ୟପକ୍ଷରେ ମିଡ୍ କ୍ୟାପ୍ ସେୟାର ମାର୍କେଟ୍ କ୍ୟାପିଟାଲାଇଜେସନ୍ ଅନୁସାରେ ୧୦୧ରୁ ୨୫୦ କମ୍ପାନି ଏଥିରେ ସାମିଲ ଅଛନ୍ତି।

. ଏହି ସ୍କିମ ସବୁକୁ ବୁଝିବା କଣ ପାଇଁ କଷ୍ଟକର?

ଅନେକ ନିବେଶକ ଏହି ସ୍କିମ ସବୁକୁ ମିଡ୍ କ୍ୟାପରେ ଅଳ୍ପକିଛି ଫଣ୍ଡ୍ ନିବେଶ ପାଇଁ ବାଛିଥାନ୍ତି। କିନ୍ତୁ ଅନେକ ଜାଣନ୍ତି ନାହିଁ ଯେ,ଏହି ସ୍କିମରେ ଅତିକମରେ ଅତିକମରେ ୩୫ ପ୍ରତିଶତ କର୍ପସକୁ ମିଡ୍ କ୍ୟାପ ସେୟାରରେ ନିବେଶ କରିବା ଜରୁରୀ। ମିଡ୍ କ୍ୟାପ୍ ସେୟାରରେ ରିସ୍କ ରହିଥାଏ। ଏଭଳି ସେୟାର ଅସ୍ଥିର ହୋଇପାରନ୍ତି। ତେଣୁ ଆପଣଙ୍କ ପାଖରେ ଯଦି ରିସ୍କ ନେବାର କ୍ଷମତା ରହିଛି ତେବେ ଏଭଳି ସେୟାରରେ ନିବେଶ କରନ୍ତୁ। ଲମ୍ବା ଅବଧିରେ ଅତିରିକ୍ତ ରିଟର୍ଣ୍ଣ ପାଇଁ ସ୍କିମରେ ନିବେଶ ଜାରି ରଖିବାକୁ ପଡ଼ିବ। ଯଦି ମାର୍କେଟ ତଳକୁ ଖସିଥିବା ସମୟରେ ଆପଣ ଭୟଭୀତ ହୋଇ ନିଜ ନିବେଶ ଉଠାଇ ନିଅନ୍ତି ତେବେ ଭବିଷ୍ୟତ ଲାଭରୁ ଆପଣ ବଂଚିତ ହେବେ।

୩. ପୁରୁଣା ମଲ୍ଟି କ୍ୟାପ୍ ସ୍କିମ ସେୟାରରେ ନିବେଶ କରୁଥିଲେ?

ଏହା ସତ ଯେ, ପୁରୁଣା ମଲ୍ଟି କ୍ୟାପ୍ ସ୍କିମ ଲାର୍ଜ ଓ ମିଡ୍ କ୍ୟାପ୍ ଶେୟାର କମ୍ବିନେଶନରେ ନିବେଶ କରୁଥିଲେ। ଏହା ଅଲଗା କଥା ଯେ, ବଜାର ସ୍ଥିତି ଓ ଫଣ୍ଡ୍ ମ୍ୟାନେଜରଙ୍କ ଦୃଷ୍ଟିକୋଣ ଆଧାରରେ ଲାର୍ଜ ଓ ମିଡ୍ କ୍ୟାପ୍ ଶେୟାରଙ୍କ ମଧ୍ୟରେ ସ୍ୱିଚ୍ କରୁଥିଲେ। ବର୍ତ୍ତମାନ ସ୍କିମଗୁଡିକ ମିଡ୍ କ୍ୟାପ୍ ଶେୟାରରେ ଅତିକମରେ ୩୫ ପ୍ରତିଶତ ଟଙ୍କା ନିବେଶ କରିବାକୁ ବାଧ୍ୟ। ଏହି ନିୟମ ଏଭଳି ସ୍କିମକୁ ଅଧିକ ବିପଦପୂର୍ଣ୍ଣ କରୁଛି।

୪. ତେବେ ଏଭଳି ସ୍କିମଠାରୁ ଦୂରେଇ ରହିବା ଠିକ୍?

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଯଦି ଏତେ ରିସ୍କ ରହିଛି ତେବେ ନିବେଶ କରିବା କାହିଁକି? ଅନେକ ମ୍ୟୁଚୁଆଲ୍ ଫଣ୍ଡ୍ ଆଡଭାଇଜର କୁହନ୍ତି ଯେ, ଆଦର୍ଶ ସ୍ଥିତିରେ ଏଭଳି ସ୍କିମକୁ ନିଜ ପରଫମାନ୍ସ ରେକର୍ଡ ତିଆରି କରିବାକୁ  ଅତିକମରେ ୫ ବର୍ଷ ସମୟ ଦେବାକୁ ପଡିବ। ଏହି କ୍ୟାଟେଗୋରିକୁ ସୃଷ୍ଟି ହେବାର ମାତ୍ର ୨ ବର୍ଷ ହୋଇଛି। ଏହା ସହ ଆପଣଙ୍କୁ ଲମ୍ବା ଅବଧିରେ ଏହି ସ୍କିମ ସବୁର ପାଟର୍ନକୁ ଦେଖିବାକୁ ପଡିବ। ଆପଣଙ୍କୁ ବୁଝିବାକୁ ପଡ଼ିବ ଯେ, ଫଣ୍ଡ୍ ହାଉସ କେମିତି ଏହି କ୍ୟାଟେଗୋରିକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛନ୍ତି।

୫. ରିସ୍କ କ’ଣ ଜାଣିସାରିବା ପରେ ନିବେଶ କରାଯାଇପାରେ କି?

ଏଭଳି ସ୍କିମ୍ ସହ ଆସୁଥିବା ରିସ୍କ ବାବଦରେ ଯଦି ଆପଣ ଭଲ ଭାବେ ଜାଣି ସାରିଛନ୍ତି ତେବେ ନିବେଶ କରନ୍ତୁ। ଯଦି ଆପଣ ନୂଆ ନିବେଶକ ତେବେ ମିଡ୍ କ୍ୟାପ୍ ନିବେଶ ପାଇଁ ମଲ୍ଟି କ୍ୟାପ୍ ମ୍ୟୁଚୁଆଲ ଫଣ୍ଡ୍‌କୁ ବାଛି ପାରିବେ। ମଲ୍ଟ କ୍ୟାପ୍ ମ୍ୟୁଚୁଆଲ ଫଣ୍ଡ୍ ଜଣେ ନୂଆ ନିବେଶକ ପାଇଁ ଆଦର୍ଶ ମୁଳକ କାରଣ ଏଥିରେ ଲାର୍ଜ ଓ ମିଡ୍ କ୍ୟାପ୍ ତୁଳନାରେ କମ ରିସ୍କ ଥାଏ।