ଆପଣଙ୍କ ସାଲେରି ସ୍ଲିପ ଆପଣଙ୍କ ଟ୍ୟାକ୍ସ ଗୁରୁ, ଭଲକି ପନ୍ତୁ ଜାଣିଯିବେ ଆପଣଙ୍କୁ କର ଦେବାକୁ ପଡ଼ିବ କି ନାହିଁ?

ଉଦାହରଣ ଦ୍ୱାରା ବୁଝନ୍ତୁ ଦରମା ଟିଡିଏସ

ଧରିନିଅନ୍ତୁ ଆପଣଙ୍କ ବୟସ ୨୪। ଆପଣଙ୍କ ଜୀବନର ପ୍ରଥମ ଚାକିରିକୁ ବର୍ଷଟିଏ ମଧ୍ୟ ପୁରିନି। ଏହା ଭିତରେ ଜାନୁଆରି ସରିବାକୁ ବସିଲାଣି। ଆପଣଙ୍କ ସହକର୍ମୀମାନେ ଏବେ ୮୦ସି, ୮୦ସିସିଡି ବିଷୟରେ କଥା ହେଉଛନ୍ତି। କିନ୍ତୁ ଆପଣ ଏସବୁ କ’ଣ କିଛି ମଧ୍ୟ ଜାଣିନାହାନ୍ତି। ତେବେ ଆପଣ ଏବେ କ’ଣ କରିବେ? ପ୍ରଥମେ ନିଜ ଦରମାକୁ ବୁଝନ୍ତୁ। ଦରମା ଉପରେ କେତେ ଟ୍ୟାକ୍ସ ଦେଉଛନ୍ତି ତାହା ଜାଣନ୍ତୁ। ତା’ପରେ କେମିତି ନିବେଶ କଲେ କମ କର ଦେବାକୁ ପଡ଼ିବ ତାହା ଜାଣନ୍ତୁ। ଏବେ ଆସନ୍ତୁ ଜାଣିବା ଆପଣଙ୍କ ଦରମା କେତେ। ଆପଣଙ୍କ ଦରମା ହେଉଛି ମାସିକ ୬୦ ହଜାର। ବାର୍ଷିକ ୬ ଲକ୍ଷ ୬୦ ହଜାର। ଏହା ହେଉଛି ଆପଣଙ୍କ ଦରାମ ଡିଟେଲ।

ଦରମା ଭାଗ ମାସିକ ବାର୍ଷିକ
ମୁଳ ବେତନ ୩୦,୦୦୦ ୩,୬୦,୦୦୦
ଘର ଭଡା ଭତ୍ତା ୧୫,୦୦୦ ୧,୮୦,୦୦୦
ବିଶେଷ ଭତ୍ତା ୧୦,୦୦୦ ୧,୨୦,୦୦୦
ମୋଟ ୬,୬୦,୦୦୦

 

ଏବେ ଆପଣ ନିଜ ସାଲେରି ସ୍ଲିପ୍ ଦେଖନ୍ତୁ। ସେଥିରେ ଆପଣ ଜାଣି ପାରିବେ ଆପଣଙ୍କ ଟିଡିଏସ୍ କେତେ କଟୁଛି, ଆପଣ ଟ୍ୟାକ୍ସ ବ୍ରାକେଟରେ ଆସୁଛନ୍ତି କି ନାହିଁ? ଯଦି ଆସୁଛନ୍ତି ତେବେ ଆପଣଙ୍କୁ କେତେ ଟ୍ୟାକ୍ସ ଦେବାକୁ ପଡ଼ିବ?

ଚାଲନ୍ତୁ ଆପଣଙ୍କ ସାଲେରି ସ୍ଲିପ୍‌କୁ ପୁଙ୍ଖାନୁପୁଙ୍ଖ ପଢ଼ିବା ଆଉ ତାକୁ ବୁଝିବାକୁ ଚେଷ୍ଟା କରିବା। ଆପଣଙ୍କ କମ୍ପାନି ଆପଣଙ୍କ ଦରମାରୁ ପ୍ରତି ମାସରେ ୨୯୮୮ ଟଙ୍କା ଟିଡିଏସ୍ କାଟୁଛି। ଅର୍ଥାତ୍‌ ବର୍ଷକୁ ୩୫ ହଜାର ୮୬୦ ଟଙ୍କା। ଆପଣଙ୍କର ଏହା ପ୍ରଥମ ଚାକିରି ଓ ଆପଣ ବର୍ଷସାରା ନିଜ ନୂଆ ଆର୍ଥିକ ସ୍ୱାଧିନତାକୁ ଉପଭୋଗ କରିବାରେ ଏତେ ମସଗୁଲ ଯେ, କେତେ ଟ୍ୟାକ୍ସ ଦେବାକୁ ପଡ଼ିବ ଓ କେମିତି ଟ୍ୟାକ୍ସ ଛାଡ଼ ମିଳିବ ତା’ଉପରେ ଚିନ୍ତା କରିବାକୁ ସମୟ ପାଇ ନାହାନ୍ତି।

ଠିକ୍ ଅଛି, ଚିନ୍ତା କରନ୍ତୁ ନାହିଁ। ଆପଣଙ୍କୁ ଏଥିରେ ପଇସା ପ୍ଲସ୍ ସାହାଯ୍ୟ କରିବ।

ଆପଣଙ୍କ ପାଇଁ ପ୍ରଥମ କାମ ହେଲା, ସବୁ ସ୍ରୋତରୁ ଆପଣଙ୍କ ମୋଟ ଆୟ କେତେ ତା’ର ହିସାବ କରନ୍ତୁ। ଧରିନିଅନ୍ତୁ ଦରମା ପରେ ଆପଣ ନିଜ ବ୍ୟାଙ୍କ ସଞ୍ଚୟ ଖାତାରୁ ସୁଧ ଭାବେ ୨,୫୦୦ ଟଙ୍କା ପାଇଛନ୍ତି। ଆପଣ ୫୦ ହଜାର ଟଙ୍କାର ଏଫ୍‌ଡି କରିଛନ୍ତି। ସେଥିରୁ ୩୧ ମାର୍ଚ୍ଚ ଭିତରେ ଆପଣ ୩,୫୦୦ ଟଙ୍କା ସୁଧ ପାଇବେ। ସୁଧ ଉପରେ କେତେ ଟିଡିଏସ୍‌ କଟିଛି ଯଦି ଜାଣିନାହାନ୍ତି, ତେବେ ତାହା ୨୬ ଏଏସ୍‌ ଫର୍ମରୁ ଜାଣି ପାରିବେ। ଏହାସହ ନିଜ ସାଲେରି ସ୍ଲିପରୁ ମାସିକ ୨,୯୮୮ ଟଙ୍କା ଟିଡିଏସ୍‌ କଟୁଥିବା ଆପଣ ଜାଣିପାରିବେ।

ଆପଣଙ୍କ ମୋଟ ଆୟ
ଦରମରୁ ଆୟ ୬,୬୦,୦୦୦
ଅଲଗା ସ୍ରୋତରୁ ଆୟ ୬,୦୦୦
ବ୍ୟାଙ୍କ ସଂଚୟ ଖାତାରୁ ସୁଧ ୨,୫୦୦
ଫିକ୍ସଡ୍ ଡିପୋଜିଟ୍ ସୁଧ ୩,୫୦୦
ଗ୍ରସ ଟୋଟାଲ ଆୟ ୬,୬୬,୦୦୦
ଜାନୁଆରି ୨୦୨୦ ଶେଷ ସୁଧା ଟିଡିଏସ (୨୯୮୮x୧୦ ୨୯,୮୦୦

 

ଆପଣ ଭୁବନେଶ୍ୱରରେ ଭଡ଼ା ଘରେ ରୁହନ୍ତି। ମାସକୁ ଘର ଭଡା ୧୦ ହଜାର ଟଙ୍କା। ଯଦି ଆପଣ ନିଜ ଘର ମାଲିକଙ୍କଠାରୁ ରସିଦ ଓ ତାଙ୍କ ପାନ୍ ନମ୍ବର ଆଣି ପାରିବେ ତେବେ ଏଚଆରଏ ଅନ୍ତର୍ଗତରେ ଆପଣ ଘର ଭଡ଼ା ଛାଡ଼ ମଧ୍ୟ ପାଇପାରିବେ। ଯଦି ଆପଣ ଠିକ୍ ସମୟ ମଧ୍ୟରେ ନିଜ ଅଫିସରେ ଘରଭଡ଼ା ରସିଦ ଦାଖଲ କରିପାରିବେ ତେବେ ଆପଣଙ୍କ କର ହିସାବକୁ ନିଯୁକ୍ତି ଦାତା ଆଡଜଷ୍ଟ କରିପାରିବେ।

ଆପଣଙ୍କ ଏଚ୍‌ଆର୍‌ଏ ଛା
ଏଚ୍‌ଆର୍‌ଏ ଛାଡ଼ ନିମ୍ନଲିଖିତରୁ ସର୍ବନିମ୍ନ
ଏଚ୍‌ଆର୍‌ଏ ଗ୍ରହଣ (ଏ) ୧୫,୦୦୦ ଟଙ୍କା
ମୂଳ ବେତନର ୫୦% ୧୫,୦୦୦ ଟଙ୍କା
ମୂଳ ବେତନର ୧୦%  କମ ଘର ଭଡ଼ା ୭,୦୦୦ ଟଙ୍କା
ଏଚ୍‌ଆର୍‌ଏ ଛାଡ଼ (ଉପରର କମ) (ବି) ୭,୦୦୦ ଟଙ୍କା
ଏଚ୍‌ଆର୍‌ଏ କରଯୋଗ୍ୟ (ଏ)-(ବି) ୮,୦୦୦ ଟଙ୍କା

 

ବର୍ତ୍ତମାନ ଦେଖିବା ଆପଣଙ୍କ ପରିବର୍ତ୍ତିତ କର ହିସାବ

ଆପଣଙ୍କ କର ଗଣନା
ଦରମାରୁ ଆୟ ୫,୭୬,୦୦୦
ମୂଳ ବେତନ ୩,୬୦,୦୦୦
ଏଚଆରଏର କରଯୋଗ୍ୟ ଅଂଶ ୯୬,୦୦୦
ବିଶେଷ ଭତ୍ତା ୧,୨୦,୦୦୦
ଅନ୍ୟ ସ୍ରୋତରୁ ଆୟ ୬,୦୦୦
ସକଳ ମୋଟ ଆୟ ୫,୮୨,୦୦୦
ସେକ୍ସନ ୮୦ସି ଅନ୍ତର୍ଗତରେ ଛାଡ ୧,୫୦,୦୦୦
ସେକ୍ସନ ୮୦ ଟିଟିଏ ଅନ୍ତର୍ଗତରେ ଛା ୨,୫୦୦
ମୋଟ ଆୟ ୪,୨୯,୫୦୦
କର ଦେୟ ୮,୯୭୫
କମ: ସେକ୍ସନ ୮୭ଏ ଅନ୍ତର୍ଗତରେ ରିହାତି ( ଲକ୍ଷ ପର୍ଯ୍ୟନ୍ତ ଆୟ) ୮,୯୭୫
କର ଦେବାକୁ ହେବ ଶୂନ୍ୟ

 

ଆପଣ ଏଠି ଗୋଟିଏ କଥା ଲକ୍ଷ୍ୟ କଲେ କି, ସେକ୍ସନ ୮୦ ସି ଅନ୍ତର୍ଗତରେ ଆପଣ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼ ପାଇପାରିବେ। ସେକ୍ସନ୍ ୮୭ଏ କ୍ରମରେ ମିଳୁଥିବା ରିହାତି କାରଣରୁ ଆପଣଙ୍କୁ କୌଣସି କର ଦେବାକୁ ପଡ଼ିବ ନାହିଁ। ଏହି ଛାଡ଼ ସହ ଆପଣଙ୍କ କରଯୋଗ୍ୟ ଆୟ ୫ ଲକ୍ଷରୁ ଅଧିକ ହେବ ନାହିଁ। ଯାହା ୨୦୨୦-୨୧ ଆସେସମେଣ୍ଟ୍ ଇୟରରେ ସେକ୍ସନ ୮୭ଏ ଅନ୍ତର୍ଗତରେ ରିହାତି ପାଇବା ପାଇଁ ଯୋଗ୍ୟ। ତଥାପି ଆପଣଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। କାରଣ ଆପଣଙ୍କ ସକଳ ମୋଟ ଆୟ ୨ ଲକ୍ଷ ୫୦ ହଜାର ଲିମିଟ୍‌ଠାରୁ ଅଧିକ। ଏହାସହ ଆପଣ ଟିଡିଏସ୍‌ ଭାବେ ଦେଇଥିବା  ୨୯,୮୮୦ ଟଙ୍କା ଫେରିପାଇବା ପାଇଁ ଦାବି ମଧ୍ୟ କରିପାରିବେ।

ଆପଣ ସେକ୍ସନ ୮୦ସି ଅନ୍ତର୍ଗତରେ ୧,୫୦,୦୦୦ ଟଙ୍କା ଛାଡ଼ ପାଇପାରିବେ। ପିଏଫ୍‌ରେ ନିବେଶରେ ଏହି ଛାଡ଼ ପାଇଥାନ୍ତି। ପିଏଫ୍ ମୂଳ ବେତନର ୧୨ ପ୍ରତିଶତ ହୋଇଥାଏ। ଏହି ହିସାବରେ ବାର୍ଷିକ ଆପଣଙ୍କ ପିଏଫ୍‌ ଜମା ହେଉଛି ୪୩,୨୦୦ ଟଙ୍କା। ଯେହେତୁ ଏହା ଦରମାରୁ ଆଗୁଆ କଟା ହୋଇସାରିଛି ତେଣୁ ଅଧିକ କିଛି ଦେବାକୁ ପଡ଼ିବ ନାହିଁ।

ପିଏଫ୍ ସହ ଆପଣ ଇକ୍ୱିଟି ମାର୍କେଟ ଫଣ୍ଡରେ ନିବେଶ କରିଛନ୍ତି। ୫୦,୦୦୦ ଟଙ୍କା ଇଏଲ୍‌ଏସ୍‌ଏସ୍‌ରେ ନିବେଶ କରିବା ସହ ୫୭,୫୮୦ ଟଙ୍କାର ପିପିଏଫ୍ ଆକାଉଣ୍ଟ ଅଛି। ଏହି ଦୁଇଟି ନିବେଶ ମିଶିକରି ହେଉଛି ୧,୫୦,୭୮୦ ଟଙ୍କା। ତେବେ ୮୦ସି ଅନ୍ତର୍ଗତରେ ଆପଣ କେବଳ ଦେଢ଼ ଲକ୍ଷ ଟଙ୍କାର ଛାଡ଼ ପାଇପାରିବେ।

ସେକ୍ସନ ୮୦ସି ଅନ୍ତର୍ଗତରେ ଉପଲବ୍ଧ ଟ୍ୟାକ୍ସ ଛା
ମୂଳ ଦରମାର  ୧୨% ଇପିଏଫ୍‌ ଯୋଗଦାନ ୪୩,୨୦୦
ଇଏଲ୍‌ଏସ୍‌ଏସ୍‌ ନିବେଶ ୫୦,୦୦୦
ପିପିଏଫ୍‌ ନିବେଶ ୫୭,୫୮୦
ମୋଟ ୧,୫୦,୭୮୦
ଛା ପାଇଁ ଯୋଗ୍ୟ ୧,୫୦,୦୦୦