ଆୟକର ବାବଦରେ ସେସବୁ ପ୍ରଶ୍ନର ଉତ୍ତର, ଯାହା ଆପଣ ଜାଣିବାକୁ ଚାହାନ୍ତି।

ଆୟକର କଣ? କିଏ ଆୟକର ପରିଧି ବା ଆଇଟି ସ୍ଲାବ୍ ଭିତରକୁ ଆସନ୍ତି? ମୁଁ ମଧ୍ୟ ଆୟକର ଦେବା ଜରୁରୀ କି? ଏମିତି ଅନେକ ପ୍ରଶ୍ନ ଆମ ମନରେ ଆସିଥାଏ। ବିଶେଷକରି ସେମାନଙ୍କ ମନରେ ଯେଉଁମାନେ ନୂଆ ନୂଆ ଚାକିରି ଆରମ୍ଭ କରିଥାନ୍ତି କିମ୍ବା ପ୍ରଥମ ଥର ପାଇଁ ଟ୍ୟାକ୍ସ ଦେବାକୁ ଯାଉଥାନ୍ତି। ପଇସା ପ୍ଲସରେ ଆମ ଲକ୍ଷ୍ୟ ହେଉଛି ଆୟକର କଣ ତାହା ଆପଣଙ୍କୁ ସରଳ ଭାଷାରେ ବୁଝାଇବା। ଯେମିତି ଆପଣଙ୍କ ଆର୍ଥିକ ଜୀବନ ସହଜ ହେବ।   ୧.’ପୂର୍ବ ବର୍ଷ’ କଣ ?

ପୂର୍ବ ବର୍ଷ କିମ୍ବା ଆର୍ଥିକ ବର୍ଷ କିମ୍ବା ଆପଣଙ୍କ ଟ୍ୟାକ୍ସ ବର୍ଷ ହେଉଛି ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ତା’ପର ବର୍ଷ ମାର୍ଚ୍ଚ ୩୧ ତାରିଖରେ ସରୁଥିବା ୧୨ ମାସର ସମୟ ଅବଧି। ଆପଣ ଯେତେବେଳେ ବି ଚାକିରି ଆରମ୍ଭ କରନ୍ତୁ, ଆପଣଙ୍କ ଟ୍ୟାକ୍ସ ବର୍ଷ ଏପ୍ରିଲ ୧ ତାରିଖରୁ ଆରମ୍ଭ ହୁଏ ଓ ମାର୍ଚ୍ଚ ୩୧ ତାରିଖରେ ଶେଷ ହୁଏ। ତେଣୁ ପ୍ରତି ଆର୍ଥିକ ବର୍ଷ ପାଇଁ ଟ୍ୟାକ୍ସ ପ୍ଲାନିଂ କରିବା ନିହାତି ଜରୁରୀ।

. ନିର୍ଦ୍ଧାରଣ ବର୍ଷ

ଟ୍ୟାକ୍ସ ଫାଇଲିଂ ବେଳେ ଆପଣ ଏହି ଶବ୍ଦକୁ ଶୁଣିଥିବେ। ଆସେସମେଣ୍ଚ ଇୟର ବା ନିର୍ଦ୍ଧାରଣ ବର୍ଷ ହେଉଛି ସେହି ଆର୍ଥିକ ବର୍ଷ ଯେଉଁ ବର୍ଷରେ ଆପଣ ‘ଗତ’ ବର୍ଷ ପାଇଁ ଆୟକର ଆକଳନ କରନ୍ତି  ଓ ପୂର୍ବ ବର୍ଷ ପାଇଁ ଆୟକର ଦିଅନ୍ତି। ସରଳରେ, ଆସେସମେଣ୍ଟ ଇୟର ହେଉଛି ସେହି ବର୍ଷ, ଯେଉଁ ବର୍ଷ ଆପଣ ପୂର୍ବବର୍ଷ ପାଇଁ ପାଇଁ ଆୟକର ରିଟର୍ଣ୍ଣ ଭରନ୍ତି।

ଉଦାହରଣ ସ୍ୱରୁପ, ଯଦି ଆପଣଙ୍କ ଚାକିରି ୧ ଜାନୁଆରି ୨୦୧୯ରେ ଆରମ୍ଭ ତେବେ ଆପଣଙ୍କ ଆୟକର ବର୍ଷ ୩୧ ମାର୍ଚ୍ଚ ୨୦୧୯ରେ ଶେଷ ହେବ। ୨୦୧୮-୧୯ ହେଉଛି ଆପଣଙ୍କ ପୂର୍ବ ଆର୍ଥିକ ବର୍ଷ ଓ ଆପଣଙ୍କ ଆସେସମେଣ୍ଟ ଇୟର ହେଉଛି ୨୦୧୯-୨୦।

. ନିଜଦରମା’କୁ ବୁଝନ୍ତୁ

ଯେତେବେଳେ ଚାକିରି ଆରମ୍ଭ କରୁଛନ୍ତି ସେତେବେଳେ ଏଚ୍‌ଆର୍‌ ଡିପାର୍ଟମେଣ୍ଟଠାରୁ ଦରମା ବାବଦରେ ବିସ୍ତୃତ ତଥ୍ୟ, ପେ ସ୍ଲିପ୍, ଟ୍ୟାକ୍ସ ଷ୍ଟେଟମେଣ୍ଟ ସଂଗ୍ରହ କରନ୍ତୁ। ଯାହାଫଳରେ ଆପଣ ନିଜ ଦରମାର ପ୍ରମ୍ମୁଖ ଭାଗକୁ ଜାଣିବା ସହ କେତେ କର କଟିବ ଜାଣି ପାରିବେ।

. କେଉଁଆୟ’ ଉପରେ ଆପଣ କର ଦିଅନ୍ତି

ଦରମା ପରେ ମଧ୍ୟ ଆପଣ ଅଲଗା ସ୍ରୋତରୁ ମଧ୍ୟ ଆୟ କରୁଥିବେ। ସବୁ ସ୍ରୋତରୁ ହେଉଥିବା ଆୟକୁ ମିଶାଇବା ପରେ ଯାହା ଆସିଥାଏ ତାହା ହେଉଛି ଆପଣଙ୍କ ମୋଟ ଆୟ।

ଆୟ ସ୍ରୋତ

ଦରମାରୁ ଆୟ ଦରମ,ଭତା, ଛୁଟି ବିକ୍ରିରୁ ମିଳିଥିବା ଟଙ୍କା, ସାଧାରଣତଃ ଚାକିରି ଚୁକ୍ତି ଅନୁସାରେ ଆପଣଙ୍କୁ ମିଳୁଥିବା ଅର୍ଥ ହେଉଛି ଦରମା
ଘର ସଂପତିରୁ ଆୟ  ଘର କିମ୍ବା ବିଲ୍ଡିଂରୁ ଆୟ, ଯାହାକୁ ଆପଣ ନିଜେ ବ୍ୟବହାର କରୁଥିବେ କିମ୍ବା ଭଡାରେ ଦେଇଥିବେ
Income from ପୁଂଜିଗତ ଲାଭରୁ ଆୟ ଆପଣ ଯେତେବେଳେ କୌଣସି  ପୁଂଜି ବିକ୍ରି କରନ୍ତି,ସେତେବେଳ ହେଉଥିବା ଲାଭ ବା କ୍ଷତିରୁ ଆୟ
ବ୍ୟବସାୟ କିମ୍ବା ପେଶାରୁ ଆୟ କୌଣସି ପେଶା କିମ୍ବା ବ୍ୟବସାୟରୁ  ହେଉଥିବା ଆୟ ବା କ୍ଷତି
ଅନ୍ୟ ସ୍ରୋତରୁ ଆୟ ସେଭିଂ ବ୍ୟାଙ୍କ ଆକାଉଣ୍ଟ, ଫିକ୍ସିଡ୍ ଡିପୋଜିଟ୍, ଫ୍ୟାମିଲି ପେନସନ୍ କିମ୍ବା ଉପହାରରୁ ଆୟ

 

. ରିହାତି

ରିହାତି ଆପଣଙ୍କ ଗ୍ରସ୍ ଇନକମ୍ (ମୋଟ ଆୟ)କୁ ହ୍ରାସ କରିଥାଏ। ରିହାତିରୁ ମିଳୁଥିବା ରାଶି ଯୋଗୁଁ ଆପଣଙ୍କୁ କମ ଆୟକର ଦେବାକୁ ପଡ଼ିଥାଏ। ଏଥିପାଇଁ ଆୟକର ବିଭାଗ ଆପଣଙ୍କୁ ଅନୁମତି ଦେଇଥାଏ।

. ଆୟକର ଧାରା  80C ଆପଣଙ୍କ ଭଲ ବନ୍ଧୁ

ଆୟକର ଧାରା 80C ଆପଣଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କାର କର ରିହାତି ଦେଇଥାଏ। ଆପଣଙ୍କ ଗ୍ରସ ଇନ୍‌କମ ଯଦି ୫ ଲକ୍ଷ, ତେବେ ଆପଣଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟକର ରିହାତି ପାଇପାରିବେ। ଏଥିପାଇଁ ଆପଣଙ୍କୁ ପିପିଏଫ୍, ବୀମା, ଫିକ୍ସଡ୍ ଡିପୋଜିଟ୍, କର ରିହାତି ଦେଉଥିବା ମ୍ୟୁଚୁଆଲ ଫଣ୍ଡ୍‌, ଇଏଲ୍‌ଏସ୍‌ଏସ୍‌ରେ ନିବେଶ କରିବାକୁ ପଡିବ।

. TDS ବା ସ୍ରୋତରୁ କର

ଦରମା ଦେବା ବେଳେ କଟୁଥିବା ଟ୍ୟାକ୍ସକୁ ଟିଡିଏସ (ଟ୍ୟାକ୍ସ ଡିଡକ୍ଟେଡ୍ ଆଟ୍ ସୋର୍ସ) କୁହାଯାଏ। ଆୟକର ଭାଗ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁସାରେ ଦରମାଦାତ୍ତା ଦରମା ଦେବା ବେଳେ ଟ୍ୟାକ୍ସ ବାବଦରେ କିଛି ଅର୍ଥ କାଟିଥାନ୍ତି। ଉଦାହରଣ ସ୍ୱରୁପ, ଯଦି ଜଣେ କର୍ମଚାରୀଙ୍କ ଟ୍ୟାକ୍ସବଲ ଇନକମ୍ ୨ ଲକ୍ଷ ୫୦ ହଜାରରୁ ଅଧିକ ହୋଇଥାଏ ତେବେ ନିଯୁକ୍ତିଦାତା ତାଙ୍କ ଦରମାରୁ ଟ୍ୟାକ୍ସ କାଟି ରଖନ୍ତି। ସେହିଭଳି ଆପଣ ଯଦି ଫିକ୍ସଡ୍ ଡିପୋଜିଟରୁ ଆୟ କରୁଥାନ୍ତି, ତେବେ ବ୍ୟାଙ୍କ ମଧ୍ୟ ସେହି ଏଫ୍‌ଡିରୁ ଟିଡିଏସ କାଟିଥାଏ। ଯେହେତୁ ବ୍ୟାଙ୍କ ଆପଣ କେଉଁ ଟ୍ୟାକ୍ସ ସ୍ଲାବରେ ଯାଉଛନ୍ତି ତାହା ଜାଣି ନଥାଏ, ତେଣୁ ବ୍ୟାଙ୍କ ୧୦ ପ୍ରତିଶତ ହାରରେ ଟିଡିଏସ କାଟିଥାଏ। ଯଦି ଆପଣ ପାନ୍ ନମ୍ବର ଦେଇନଥିବେ ତେବେ ଟିଡିଏସ ୨୦ ପ୍ରତିଶତ ରହିବ।

. କର ପାଇଁ ହିସାବ

ଆୟକର ପରିସରରେ ଆସୁଥିବା ଆପଣଙ୍କ ଆୟ ଉପରେ ଟ୍ୟାକ୍ସ ସ୍ଲାବ୍ ଲାଗୁ ହୋଇଥାଏ। ତା’ପରେ ଆପଣଙ୍କୁ କେତେ ଟ୍ୟାକ୍ସ ଦେବାକୁ ହେବ ତା’ର ହିସାବ କରାଯାଏ। ଯେତିକି ଟ୍ୟାକ୍ସ ଦେବାକୁ ହେବ ସେଥିରୁ ଆଗରୁ ଦିଆଯାଇଥିବା ଟିଡିଏସକୁ ବାଦ ଦିଆଯାଏ।

. ମାନକ ରିହାତି(ଷ୍ଟାଣ୍ଡାର୍ଡ ଡିଡକ୍‌ସନ)

ଜଣେ କର୍ମଚାରୀ ନିଜ ଗ୍ରସ ସାଲେରି ଉପରେ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକସନ ପାଇବାକୁ ହକଦାର।