ବର୍ତ୍ତମାନ ସମୟରେ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ଅନେକ ଛୋଟ ନିବେଶକ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥାନ୍ତି। କାରଣ ମ୍ୟୁଚୁଆଲ ଫଣ୍ଡ ଲମ୍ବା ଅବଧିରେ ଭଲ ରିଟର୍ଣ୍ଣ ଦେଇଥାଏ। ଏହା ସହ ସେୟାର ମାର୍କେଟଠାରୁ ଏଥିରେ କମ ରିସ୍କ ଥାଏ। ମ୍ୟୁଚୁଆଲ ଫଣ୍ଡ ଅନେକ ପ୍ରକାରର ହୋଇଥାଏ। ତେବେ ଜଣେ ନୂଆ ନିବେଶକଙ୍କ କେଉଁ ମ୍ୟୁଚୁଆଲ ଫଣ୍ଡ ବାଛିବେ ତାକୁ ନେଇ ନେଇ ସମସ୍ୟାରେ ପଡିଥାନ୍ତି। ଏହି ଭଳି ନିବେଶକଙ୍କ ପାଇଁ ଆମର ଏହି ସିରିଜ୍ .. ମ୍ୟୁଚୁଆଲ ଫଣ୍ଡ୍‌ର ଫଣ୍ଡା। ଏହି ସିରିଜରେ ଆମେ ବିଭିନ୍ନ ପ୍ରକାରର ମ୍ୟୁଚୁଆଲ ଫଣ୍ଡ ବିଷୟରେ ଜାଣିବା। ପ୍ରଥମ କିସ୍ତିରେ ପଢନ୍ତୁ..ମ୍ୟୁଚୁଆଲ ଫଣ୍ଡ୍‌ କେତେ ପ୍ରକାରର?

mutualfund

ମ୍ୟୁଚୁଆଲ ଫଣ୍ଡ କେତେ ପ୍ରକାର?

ଯେଉଁମାନେ ନିବେଶ ବାବଦରେ ଅଳ୍ପକିଛି ଜାଣନ୍ତି ସେମାନେ ମ୍ୟୁଚୁଆଲ ଫଣ୍ଡ୍ ବାବଦରେ ଜାଣିଥିବେ। ତେବେ ଜଣେ ନୂଆ ନିବେଶକଙ୍କ ପାଇଁ ହୁଏତ ମ୍ୟୁଚୁଆଲ ଫଣ୍ଡକୁ ବୁଝିବାକ କଷ୍ଟକର ହୋଇପାରେ। କାରଣ ବଜାରରେ ବିଭିନ୍ନ ପ୍ରକାରର ମ୍ୟୁଚୁଆଲ ଫଣ୍ଡ୍ ଉପଲବ୍ଧ ଅଛି। ଆମେ ଏବେ ଆପଣଙ୍କୁ କହିବୁ ମ୍ୟୁଚୁଆଲ ଫଣ୍ଡ କ’ଣ?

ସାମୁହିକ ନିବେଶ

ମ୍ୟୁଚୁଆଲ ଫଣ୍ଡରେ ଏକ ପ୍ରକାରର ସାମୁହିକ ନିବେଶ ହୋଇଥାଏ। ଯେଉଁଥିରେ ଅନେକ ନିବେଶକ ମିଶିକରି ଷ୍ଟକ୍,ଅଳ୍ପ ଅବଧି ନିବେଶ କିମ୍ବା ଅନ୍ୟ ସିକ୍ୟୁରିଟିରେ ନିବେଶ କରନ୍ତି। ମ୍ୟୁଚୁଆଲ ଫଣ୍ଡରେ ଜଣେ ଫଣ୍ଡ ମ୍ୟାନେଜର ରୁହନ୍ତି। ଫଣ୍ଡ ମ୍ୟାନେଜର କେଉଁ ଫଣ଼୍ଡରେ ନିବେଶ ହେବ ତାହା ନିର୍ଧାରିତ କରିଥାନ୍ତି। ଏହାସହ ଲାଭକ୍ଷତିର ହିସାବ ମଧ୍ୟ ରଖନ୍ତି।

୭ ପ୍ରକରାର ମ୍ୟୁଚୁଆଲ ଫଣ୍ଡ

ମ୍ୟୁଚୁଆଲ ଫଣ୍ଡ ୭ ପ୍ରକାରର। କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚା ୫ ପ୍ରକାରର ମ୍ୟୁଚୁଆଲ ଫଣ୍ଡକୁ ନେଇ ହୋଇଥାଏ। ଏହି ୫ ପ୍ରକାରର ମ୍ୟୁଚୁଆଲ ଫଣ୍ଡ ହେଲେ .. ଇକ୍ୱିଟି ଫଣ୍ଡ୍,ବାଲାନ୍ସ ଫଣ୍ଡ୍,ଇଣ୍ଡେକ୍ସ ଫଣ୍ଡ,ଡେବ୍ଟ ଫଣ୍ଡ୍, ମନି ମାର୍କେଟ୍ ଫଣ୍ଡ୍,ଗିଲ୍ଡ ଫଣ୍ଡ ଓ ଲିକ୍ୱିଡ୍ ଫଣ୍ଡ୍। ଏଥର ଆସନ୍ତୁ ସଂକ୍ଷପରେ ଜାଣିବା ଏହି ସବୁ ଫଣ୍ଡ କେମିତି କାମ କରନ୍ତି।

mutual fund

  • ମନି ମାର୍କେଟ୍ ଫଣ୍ଡ୍

ଏହା କମ ଅବଧିର ଫିକ୍ସଡ୍ ଆୟ ପ୍ରତିଭୁତି ଭଳି ସରକାରୀ ବଣ୍ଡ,ଟ୍ରେଜେରି ବିଲ୍,ବ୍ୟାଙ୍କରଙ୍କ ସ୍ୱୀକୃତି, ବାଣିଜ୍ୟକ ପତ୍ର ଓ ଜମା ପ୍ରମାଣପତ୍ରରେ ନିବେଶ କରନ୍ତି। ଏହା ସାଧାରଣତଃ ଏକ ସୁରକ୍ଷିତ ନିବେଶ ହୋଇଥାଏ। କିନ୍ତୁ ଏଥିରୁ ଅନ୍ୟ ମ୍ୟୁଚୁଆଲ ଫଣ୍ଡ ତୁଳନାରେ କମ ରିଟର୍ଣ୍ଣ ମିଳିଥାଏ। ଏହା ସୁରକ୍ଷିତ ଫଣ୍ଡ ଅଟେ। ଏହା ସେହିଭଳି ଲୋକଙ୍କ ପାଇଁ ଯେଉଁମାନେ ତୁରନ୍ତ ନିଜ ନିବେଶ ଉପରେ ଫାଇଦା ଚାହାନ୍ତି।

  • ଇକ୍ୱିଟି ଫଣ୍ଡ୍

ଇକ୍ୱିଟି ଫଣ୍ଡ୍ ଏମିତି ଏକ ମ୍ୟୁଚୁଆଲ ଫଣ୍ଡ ଯାହା ଷ୍ଟକରେ ମୁଖ୍ୟତଃ ନିବେଶ କରିଥାଏ। ଏହା ସକ୍ରିୟ କିମ୍ବା ନିଷ୍କ୍ରିୟ (ଇଣ୍ଡେକ୍ସ ଫଣ୍ଡ) ଭାବେ ମ୍ୟାନେଜ କରାଯାଇପାରେ। ଇକ୍ୱିଟି ଫଣ୍ଡ ଷ୍ଟକ ବଣ୍ଡ ଭାବେ ମଧ୍ୟ ପରିଚିତ। ଷ୍ଟକ ମ୍ୟୁଚୁଆଲ ଫଣ୍ଡ ମୁଖ୍ୟତଃ କମ୍ପାନିର ଆକାର,ପୋର୍ଟଫୋଲିଓରେ ହୋଲ୍ଡିଂସର ନିବେଶ ଶୈଳୀ ଅନୁସାରେ ବର୍ଗୀକୃତ ହୋଇଥାଏ।

debt fund

  • ଡେବ୍ଟ୍ ଫଣ୍ଡ୍

ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ୍ ପବ୍ଲିକ ଲିଷ୍ଟେଡ୍ କମ୍ପାନୀରେ ନିବେଶ କରେ। ଅନ୍ୟପକ୍ଷରେ ଡେବ୍ଟ ମ୍ୟୁଚୁଆଲ ଫଣ୍ଡ ସରକାରୀ ଓ କମ୍ପାନୀଙ୍କର ଫିକ୍ସଡ୍ ଇନକମ୍ ସିକ୍ୟୁରିଟିଜ୍ (ପ୍ରତିଭୁତି)ରେ ନିବେଶ କରିଥାଏ। ଏହାମଧ୍ୟରେ କରପୋରେଟ୍ ବଣ୍ଡ୍,ସରକାରୀ ସିକ୍ୟୁରିଟି,ଟ୍ରେଜେରି ବିଲ୍,ମନି ମାର୍କେଟ୍ ଇନଷ୍ଟ୍ର୍ୟୁମେଣ୍ଟ ଓ ଅନ୍ୟପ୍ରକାରର ଡେବ୍ଟ ପ୍ରତିଭୁତି ରହିଛି। ଶେୟାର ଭଳି କୌଣସି କମ୍ପାନିରେ ଇକ୍ୱିଟିରେ ନିବେଶ କରିବା ସେହି କମ୍ପାନିର ଗ୍ରୋଥ ପାଇଁ ଅଂଶଧନ କିଣିବା। କିନ୍ତୁ ଯେତେବେଳେ ଆପଣ ଡେବ୍ଟ ଫଣ୍ଡ୍ କିଣନ୍ତି ସେତେବେଳେ ଆପଣ ଜାରି କରୁଥିବା କମ୍ପାନୀକୁ ଲୋନ୍ ଦିଅନ୍ତି। ସରକାରୀ ଓ ପ୍ରାଇଭେଟ୍ କମ୍ପାନି ନିଜର ବିଭିନ୍ନ ଖର୍ଚ୍ଚ ଚଳାଇବା ପାଇଁ ଲୋନ୍ ନିମନ୍ତେ ବିଲ୍ ଓ ବଣ୍ଡ୍ ଜାରି କରନ୍ତି।

mutual fund

  • ବାଲାନ୍ସ ଫଣ୍ଡ

ବାଲାନ୍ସ ଫଣ୍ଡକୁ ହାଇବ୍ରିଡ୍ ଫଣ୍ଡ ବୋଲି ମଧ୍ୟ କୁହାଯାଇଥାଏ। ଏହା କମନ ଷ୍ଟକ୍, ବଣ୍ଡ ଓ କମ୍ ଅବଧିର ବଣ୍ଡ। ଏହି ଫଣ୍ଡରେ ରିସ୍କ କମ୍ ଥାଏ। ଏହାସହ ଅନେକ ସମୟରେ ନିବେଶ ପୁଂଜିର ସୁରକ୍ଷା ଗ୍ୟାରେଣ୍ଟି ମିଳିଥାଏ। ତେଣୁ ଏହା ଲାଭଦାୟକ ଫଣ୍ଡ ବୋଲି କୁହାଯାଇପାରେ।

  • ଗିଲ୍ଟ ଫଣ୍ଡ

ଏହି ଫଣ୍ଡକୁ ସବୁଠୁ ସୁରକ୍ଷିତ ଫଣ୍ଡ୍ ବୋଲି ମଧ୍ୟ କୁହାଯାଇଥାଏ। ଏହି ଫଣ୍ଡରେ ନିବେଶ କରାଯାଇଥିବ ଅର୍ଥକୁ କମ୍ପାନି ସରକାର ଓ ସରକାରୀ ଯୋଜନାରେ ଲଗାଇଥାଏ। ଯେହେତୁ ଏହି ସବୁ ନିବେଶରେ ସରକାରଙ୍କ ସମର୍ଥନ ଥାଏ ତେଣୁ ଏହା ବୁଡିବାର ଆଶଙ୍କା ବହୁତ କମ ଥାଏ କିମ୍ବା ବିଲକୁଲ ନଥାଏ। କାରଣ ଅନେକ ସମୟରେ ନିବେଶକଙ୍କ ପାଇଁ ସରକାର ହସ୍ତକ୍ଷେପ କରିଥାନ୍ତି।

  • ଲିକ୍ୱିଡ୍ ଫଣ୍ଡ

ଏହା ଏକପ୍ରକାରର ଲିକ୍ୱିଡ୍ ଫଣ୍ଡ। ଏହି ଯୋଜନାରେ ନିବେଶକଙ୍କ ଟଙ୍କା ମୁଖ୍ୟତଃ ଅଳ୍ପ ଅବଧିର ସାଧନରେ ଲାଗିଥାଏ। ଉଦାହରଣ ସ୍ୱରୁପ ଟି ବିଲ୍,ସିପି ଆଦିରେ ନିବେଶ। ଏହି ଫଣ୍ଡ୍ କମ ଅବଧିରେ ନିବେଶ ଉପରେ ଭଲ ରିଟର୍ଣ୍ଣ ଦେଇଥାଏ।

  • ଗ୍ରୋଥ୍ ଫଣ୍ଡ୍

ଏହି ଫଣ୍ଡ୍ ଜରିଆରେ ଦୃତ ଗତିରେ ଧନବୃଦ୍ଧିର ପ୍ରୟାସ ହୋଇଥାଏ। ଏହି ଫଣ୍ଡ ସେହି ସବୁ କମ୍ପାନିରେ ନିବେଶ କରିଥାଏ ଯେଉଁମାନଙ୍କର ଅଭିବୃଦ୍ଧି (ଗ୍ରୋଥ୍) ସମ୍ଭାବନା ଅଧିକ ଓ ଭଲ ଥାଏ। କିନ୍ତୁ ଏଥିରେ ଅଧିକ ରିସ୍କ ଥାଏ। ଯେଉଁମାନେ ସେୟାର ମାର୍କେଟରେ ନିବେଶ କରିବାକୁ ଚାହନ୍ତି କିନ୍ତୁ ଅଭିଜ୍ଞତା ଅଭାବରୁ ନିବେଶ କରିବାକୁ ଭୟ କରନ୍ତି ସେମାନଙ୍କ ପାଇଁ ଏହା ଭଲ ଫଣ୍ଡ। କାରଣ ଏଥିରେ ସେୟାର ମାର୍କେଟ ତୁଳନାରେ ରିସ୍କ କମିଯାଏ।