credit cards

ବୀମା ଏକ ଜରୁରୀ ଆବଶ୍ୟକତା। ବଜାରରେ ଆବଶ୍ୟକତା ଅନୁସାରେ ଆପଣଙ୍କୁ ଅନେକ ପ୍ରକାରର ବୀମା ମିଳେ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ମାଗଣା ବୀମା ସୁବିଧା ଉଠାଇ ପାରିବେ। ଯଦି ଆପଣ କୌଣସି ଫାଇନାନ୍‌ସିଆଲ ପ୍ରଡକ୍ଟସରେ ନିବେଶ କରୁଛନ୍ତି କିମ୍ବା ଡେବିଟ୍, କ୍ରେଡିଟ୍ କାର୍ଡ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ମାଗଣା ବୀମା ମିଳିବାର ସମ୍ଭାବନା ରହିଛି। ସବୁଠୁ ବଡ କଥା ହେଲା ଏଥିଲାଗି ଆପଣଙ୍କୁ ଟାଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ। ଆମେ ଆପଣଙ୍କୁ ଏମିତି କିଛି ଫାଇନାନ୍‌ସିଆଲ ପ୍ରଡକ୍ଟସ ବାବଦରେ କହିବାକୁ ଯାଉଛୁ, ଯାହା କିଛି ସର୍ତ୍ତ ସହ ମାଗଣା ଇନ୍‌ସୁରାନ୍ସ କଭର ଦିଅନ୍ତି।

୧. କ୍ରେଡିଟ୍ କାର୍ଡ୍ : 

ଅଲଗା ଅଲଗା କ୍ରେଡିଟ୍ ଆଧାରରେ କ୍ରେଡିଟ୍ କାର୍ଡ ଉପରେ ଇନ୍‌ସୁରାନ୍ସ ଅଫର କରାଯାଇଥାଏ। ପ୍ରତ୍ୟକ କ୍ରେଡିଟ୍ କାର୍ଡ ସହ ଗୋଟିଏ ୱେଲକମ୍ କିଟ୍ ମିଳିଥାଏ। ୱେଲକମ୍ କିଟରେ ହିଁ କ୍ରେଡିଟ୍ କାର୍ଡ କମ୍ପାନୀର ଇନ୍‌ସୁରାନ୍ସ ଅଫରର ସବିଶେଷ ତଥ୍ୟ ଥାଏ। ସାଧାରଣତଃ ଭାରତରେ କ୍ରେଡିଟ୍ କାର୍ଡ କମ୍ପାନୀ ୫୦ ଲକ୍ଷ ଟଙ୍କାର କମ୍ପ୍ଲିମେଣ୍ଟାରୀ ଇନ୍‌ସୁରାନ୍ସ ଅଫର କରିଥାନ୍ତି। କିଛି ମାମଲାରେ ଏହି ଅଫର ବଢିଥାଏ ମଧ୍ୟ। ସ୍ନାପଡିଲ୍ ଏଚଡିଏଫସି ଓ ଏଚଡିଏଫସି ମନିବ୍ୟାକ୍ କ୍ରେଡିଟ୍ କାର୍ଡରେ ୫୦ ଲକ୍ଷ ଟଙ୍କାର ଆକ୍ସିଡେଣ୍ଟାଲ ଡେଥ୍ ଇନ୍‌ସୁରାନ୍ସ ମିଳିଥାଏ। ତେଣୁ ଯଦି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ଚେକ୍ କରିନିଅନ୍ତୁ ଆପଣଙ୍କୁ ମାଗଣାରେ କମ୍ପାନୀ କେତେ ଇନ୍‌ସୁରାନ୍ସ କଭର ଦେଇଛି।

debit card

୨. ଡେବିଟ୍ କାର୍ଡ

କ୍ରେଡିଟ୍ କାର୍ଡ ଭଳି ଡେବିଟ୍ କାର୍ଡରେ ମଧ୍ୟ ବୀମା ସୁବିଧା ମିଳିଥାଏ। ପର୍ସନାଲ ଆକ୍ସିଡେଣ୍ଟ କଭର, ପର୍ଚେସ ପ୍ରୋଟେକ୍ସନ କଭର ଏବଂ ପର୍ମାନେଣ୍ଟ ଡିଜାବିଲିଟି (ସ୍ଥାୟୀ ବିକଳାଙ୍ଗ ହେବା ପରିସ୍ଥିତିରେ ମିଳୁଥିବା ବୀମା) କଭର ଡେବିଟ୍ କାର୍ଡରେ ମିଳିଥାଏ। ତେବେ ଇନ୍‌ସୁରାନ୍ସ କଭର ଅଫର କରିବା ବେଲେ ସବୁ କମ୍ପାନୀ ନିଜସ୍ୱ ଅଲଗା ସର୍ତ୍ତ ରଖିଥାନ୍ତି। ଯେମିତି, ଏଭଳି କଭର ପାଇବା ପାଇଁ ଆପଣଙ୍କୁ ନିଜ ସେଭିଂ ଆକାଉଣ୍ଟରେ ନିର୍ଦ୍ଧିଷ୍ଟ ମିନିମମ୍ ବାଲାନ୍ସ ବଜାୟ ରଖିବାକୁ ପଡିବ। କୌଣସି ଦୁର୍ଘଟଣା କିମ୍ବା କ୍ଲେମ୍ ସମୟରେ ଡେବିଟ୍ କାର୍ଡ ଆକ୍ଟିଭ୍ ରହିବା ଜରୁରୀ। ସେହିଭଳି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କ୍ଲେମ୍ ନକଲେ କିମ୍ବା ଆଇନ ଉଲ୍ଲଂଘନ ମାମଲାରେ ଆପଣଙ୍କୁ ବୀମା ଟଙ୍କା ମିଳିବ ନାହିଁ।

mutual fund୩. ମ୍ୟୁଚୁଆଲ ଫଣ୍ଡ୍

କିଛି ମ୍ୟୁଚୁଆଲ ଫଣ୍ଡ୍ କମ୍ପାନୀ ଏସଆଇପି (ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନ୍) ସହ କମ୍ପ୍ଲିମେଣ୍ଟାରି ଇନ୍‌ସୁରାନ୍ସ କଭର ସୁବିଧା ଦେଇଥାନ୍ତି। ଯଦି କୌଣସି ନିବେଶକଙ୍କର ଏସଆଇପି ସମୟସୀମା ପୁରା ହେବା ଆଗରୁ ମୃତ୍ୟୁ ହୁଏ ତେବେ ବାକି ଏସଆଇପି କିସ୍ତିକୁ ବୀମା କମ୍ପାନୀ ପ୍ରଦାନ କରିଥାଏ। ଯାହାଦ୍ୱାରା ନୋମିନୀ ଉପରେ ଏସଆଇପି ବୋଝ ପଡିନଥାଏ। ବିଶେଷଜ୍ଞଙ୍କ ଅନୁସାରେ ଏହି ସୁବିଧା ପାଇବା ପାଇଁ କିଛି ନିୟମ ଓ ସର୍ତ୍ତ ରହିଛି। ଏଥିପାଇଁ ନୋମିନିଙ୍କୁ ଏକ ନିଶ୍ଚିତ ଅବଧୀ ପାଇଁ ଏସଆଇପି କିସ୍ତି ଦେବାକୁ ପଡିପାରେ, ସେହି ଅବଧି ପରେ ବୀମା କମ୍ପାନୀ ବଳକା କିସ୍ତି ଦେଇଥାଏ। ଏସଆଇପି ଅବଧି ପୁରା ହେବା ପରେ ବୀମା କଭର ମଧ୍ୟ ସରିଯାଇଥାଏ।

money

୪. ବ୍ୟାଙ୍କ ଡିପୋଜିଟ୍

ଅନେକ ନିବେଶକ ମାର୍କେଟରେ ନିବେଶ କରିବା ବଦଳରେ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ୍ କରିବାକୁ  ପସନ୍ଦ କରନ୍ତି। ତେବେ ଅନେକ ବ୍ୟାଙ୍କ୍ ଜମାକାରୀଙ୍କୁ ଏହା ଜଣା ନାହିଁ ଯେ, ବ୍ୟାଙ୍କ ଡିପୋଜିଟ ସହ ମାଗଣା ଇନ୍‌ସୁରାନ୍ସ କଭର ମଧ୍ୟ ମିଳିଥାଏ। ବ୍ୟାଙ୍କ ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ୍ କ୍ରେଡିଟ୍ ଗ୍ୟାରେଣ୍ଟି କରପୋରେସନ ଅଫ ଇଣ୍ଡିଆ (DIGCI) ଦ୍ୱାରା ବ୍ୟାଙ୍କରେ ୧ ଲକ୍ଷ ଟଙ୍କାର ଡିପୋଜିଟ୍ ଉପରେ ଏକ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି ଦିଆଯାଇଥାଏ। ତେଣୁ ବ୍ୟାଙ୍କ ଯଦି ବି ଦେବାଳିଆ ହୋଇଯାଏ ତେବେ ମଧ୍ୟ ଆପଣଙ୍କୁ ୧ ଲକ୍ଷ ଟଙ୍କା ମିଳିବ।

epfo

୫. EPF

ଯଦି ଆପଣ ଇପିଏଫଓ(କର୍ମଚାରୀ ଭବିଷ୍ୟନିଧୀ ସଂଗଠନ) ସଦସ୍ୟ ଏବଂ ଏଥିରେ ନିୟମିତ ଅର୍ଥ ଯୋଗଦାନ କରନ୍ତି ତେବେ ଆପଣଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନସ୍ୟୁରାନ୍ସ କଭର ମିଳିଥାଏ  । ଯଦି ଚାକିରି କାଳରେ ଆପଣଙ୍କ ମୃତ୍ୟୁ ହୋଇଯାଏ ତେବେ ଆପଣଙ୍କ ନୋମିନିଙ୍କୁ ୬ ଲକ୍ଷ ଟଙ୍କା ମିଳିବ। ଏହି ବୀମା କଭରକୁ କର୍ମଚାରୀ ଜମା ବୀମା ଯୋଜନା (EDLI)କୁହାଯାଇଥାଏ। ମୃତ୍ୟୁ ପୂର୍ବ ୧୨ ମାସର ଦରମା ଉପରେ ଏହି ବୀମା କଭର ନିର୍ଭର।କରିଥାଏ।