ଚାଇନାର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ହୁଆୱେ ୨୫ ମେ ରେ ଲଞ୍ଚ କରିଛି ନୂଆ ୫ ଜି ସ୍ମାର୍ଟଫୋନ୍ (Huawei Enjoy Z 5G)। ଏହି ହ୍ୟାଣ୍ଡସେଟର ବଜାର ଦର ରହିଛି ୧୬୯୯ ୟୁଆନ୍ (ପ୍ରାୟ ୧୮,୦୦୦ ଟଙ୍କା)। ବର୍ତ୍ତମାନ ପାଇଁ ଏହା କେବଳ ଚାଇନାର ଘରୋଇ ବଜାରରେ ବିକ୍ରି ହେବ।

ହୁଆୱେ ଏନ୍ଞ୍ଜଏ ଜେଡ୍ ୫ ଜିରେ କ’ଣ ରହିଛି ସୁବିଧା:

ଏହି ସ୍ମାର୍ଟଫୋନ୍ ମିଡନାଇଟ୍ ବ୍ଲାକ୍, ସ୍କାଏ ବ୍ଲୁ ଏବଂ ଗୋଲାପୀ ଭଳି ତିନୋଟି ରଙ୍ଗରେ ଉପଲବ୍ଧ ଅଛି । ସ୍ମାର୍ଟଫୋନରେ ୬.୫୭ ଇଞ୍ଚର ଫୁଲ୍ ଏଚଡି ଡିସପ୍ଲେ ରହିଥିବା ବେଳେ ଡିସପ୍ଲେ ରିଜଲ୍ୟୁସନ୍ ୧୦୮୦ x ୨୪୦୦ ପ୍ଲିକ୍ସେଲ୍ ରହିଛି । ଏହି ସ୍ମାର୍ଟଫୋନରେ ଅକ୍ଟା-କୋର୍ ମିଡିଆଟେକ୍ ଡାଇମେନସିଟି ୮୦୦ ଥିବା ପ୍ରୋସେସର ରହିଛି ।

ଉଭୟ ୬/୮ ଜିବି ରାମ୍ ଓ ୬୪/୧୨୮ ଜିବି ଷ୍ଟୋରେଜ ଭଳି ଦୁଇଟି ବିକଳ୍ପରେ ଏହି ସ୍ମାର୍ଟଫୋନ୍ ଉପଲବ୍ଧ। ଏହା ସହ ମାଇକ୍ରୋ ଏସଡି କାର୍ଡ ପାଇଁ ମଧ୍ୟ ଅଲଗା ସ୍ଲଟ୍ ଦିଆଯାଇଛି। ଯାହା ଫଳରେ ଉପଭୋକ୍ତା ନିଜ ମନ ମୁତାବକ ଷ୍ଟୋରେଜ୍ କ୍ଷମତାକୁ ବଢ଼ାଇ ପାରିବେ ।

Huawei Enjoy Z 5Gରେ ଆଣ୍ଡ୍ରଏଡ୍ ୧୦ ସପୋର୍ଟ ଅପରେଟିଂ ସିଷ୍ଟମ୍ ସହିତ କମ୍ପାନିର ନିଜସ୍ୱ ଇଏମୟୁଇ ୧୦.୧ ରହିଛି। ଏହା ସାଙ୍ଗକୁ ରହିଛି ସାଇଡ୍ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର । ଏହା ସାଙ୍ଗକୁ ରହିଛି ୨୨.୫ ୱ୍ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ଓ ୪,୦୦୦ ଏମଏଏଚ୍ ବେଟ୍ରି ।

ହୁଆୱେ ସ୍ମାର୍ଟଫୋନରେ ଟ୍ରିପଲ୍ ବା ତିନୋଟି ରିୟର କ୍ୟାମେରା ରହିଛି । ୪୮ ଏମପି ସେନ୍ସର ଯୁକ୍ତ ମେନ୍ କ୍ୟାମେରା ସେଟଅପ୍ ସହିତ, ୧୨୦° ରୋଟେସନ ଥିବା ୮ ଏମପି ଅଲ୍ଟ୍ରାୱାଇଡ୍ ଆଙ୍ଗଲ୍ କ୍ଯାମେରା ଏବଂ ୪ ସିଏମ ଡେପଥ୍ ବିଶିଷ୍ଟ ୨ ଏମପି ମାକ୍ରୋ ଲେନ୍ସ କ୍ୟାମେରା। ପୁଣି ସାମ୍ନା ପାଖରେ ଏଫ୍/୨.୦ ଆପେଚର ଥିବା ୧୬ ଏମପି ସେଲଫି ସୁଟର ମଧ୍ୟ ରହିଛି ।

କଲ୍ ଓ ଇଣ୍ଟରନେଟ୍ ସେବା ସଂଯୋଗୀକରଣ ଦୃଷ୍ଟିରୁ ସ୍ମାର୍ଟଫୋନରେ ୫ ଜି, ୪ ଜି, ଭୋଲ୍ଟି ସହିତ ୱାଇଫାଇ, ବ୍ଲୁଟୁଥ୍, ଜିପିଏସ୍ ଏବଂ ଟାଇପ୍ ସି ୟୁଏସବି ସପୋର୍ଟ ମଧ୍ୟ ରହିଛି।