ଆୟକର ବିଭାଗର ସ୍ପଷ୍ଟୀକରଣ ଆପଣଙ୍କ ମନର ସବୁ ସନ୍ଦେହ ଦୂର କରିବ।

ଆୟକରର ନୂଆ ସିଷ୍ଟମକୁ ବାଛୁଥିବା କରଦାତାଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗ ତରଫରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଯଦି ଆପଣ ନୂଆ ଟ୍ୟାକ୍ସ ବିକଳ୍ପ ବାଛିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ସ୍ଫଷ୍ଟୀକରଣ ବିଷୟରେ ଜାଣିବାକୁ ହେବ।

୨୦୨୦ ବଜେଟରେ ସରକାର କମ ଟ୍ୟାକ୍ସ ଦରର ନୂଆ ବିକଳ୍ପ ଅଣିଛନ୍ତି। ଯାହା ଏପ୍ରିଲ ୧, ୨୦୨୦ରୁ ଲାଗୁ ହୋଇଛି। ଏହା ସହିତ ଟ୍ୟାକ୍ସର ପୁରୁଣା ବିକଳ୍ପ ମଧ୍ୟ ଜାରି ରହିବ। ତେଣୁ କରଦାତା ନିଜ ଇଛା ମୂତାବକ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏକୁ ବାଛି ପାରିବେ।

ନୂଆ ସିଷ୍ଟମରେ ଟ୍ୟାକ୍ସ ଦର

ନୂଆ ଟ୍ୟାକ୍ସ ସିଷ୍ଟମ ଅନୁସାରେ ବାର୍ଷିକ ୨.୫ ଲକ୍ଷ ଟଙ୍କାର ଆୟକାରୀଙ୍କୁ କୌଣସି କର ଦେବାକୁ ପଡ଼ିବ ନାହିଁ। ୨.୫ ଲକ୍ଷରୁ ୫ ଲକ୍ଷ ମଧ୍ୟରେ ଆୟ ଥିଲେ ଆୟର ୫ ପ୍ରତିଶତ, ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ଆୟରେ ୧୦ ପ୍ରତିଶତ, ୭.୫ ଲକ୍ଷରୁ ୧୦ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ, ୧୦ ଲକ୍ଷରୁ ୧୨.୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ, ୧୨.୫ ଲକ୍ଷରୁ ୧୫ ଲକ୍ଷ ମଧ୍ୟରେ ଆୟ ଥିଲେ ୨୫ ପ୍ରତିଶତ ଏବଂ ଯଦି ଆପଣଙ୍କ ଆୟ ୧୫ ଲକ୍ଷରୁ ଅଧିକ ତେବେ ଆପଣଙ୍କୁ ୩୦ ପ୍ରତିଶତ କର ଦେବାକୁ ପଡ଼ିବ।

ଆୟକର ବିଭାଗର ସ୍ପଷ୍ଟୀକରଣ

୧. ଯେଉଁ କର୍ମଚାରୀଙ୍କର ବ୍ୟବସାୟ କିମ୍ବା ଅନ୍ୟକୌଣସି ପ୍ରଫେସନରୁ ଆୟ ନଥିବ, ତାଙ୍କୁ ନିଜ ଦରମାରୁ ଟିଡିଏସ କଟାଯିବା ନେଇ ନିଜ ନିଯୁକ୍ତିଦାତାଙ୍କୁ ଟ୍ୟାକ୍ସର ନୂଆ ବିକଳ୍ପ ଚୟନ ବାବଦରେ ଆଗୁଆ ସୂଚିତ କରିବାକୁ ପଡ଼ିବ।

୨. ଯଦି ଜଣେ ବ୍ୟକ୍ତି ନୂଆ ବିକଳ୍ପକୁ ବାଛନ୍ତି ନାହିଁ ତେବେ ତାଙ୍କୁ ପୁରୁଣା ସିଷ୍ଟମ ଅନ୍ତର୍ଗତରେ କର ଦେବାକୁ ପଡ଼ିବ।

୩. ଯଦି ଜଣେ କର୍ମଚାରୀ ଟିଡିଏସ କାଟକୁ ନେଇ ନୂଆ ଟ୍ୟାକ୍ସ ବିକଳ୍ପ ବାଛନ୍ତି ଓ ଏହା ବାବଦରେ  ନିଜ ନିଯୁକ୍ତିଦାତାଙ୍କୁ ସୂଚିତ କରନ୍ତି ତେବେ ବର୍ଷକ ପାଇଁ ସେ ପୁରୁଣା ଟ୍ୟାକ୍ସ ସିଷ୍ଟମକୁ ଫେରି ପାରିବେ ନାହିଁ।

୪. ଆୟକର ବିଭାଗ ଅନୁସାରେ ଜଣେ କର୍ମଚାରୀ ଚାହିଁଲେ ଆୟକର ରିଟର୍ଣ୍ଣ ସମୟରେ ନୂଆ କିମ୍ବା ପୁରୁଣା ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏ ବାଛି ପାରିବେ। ଏହାରି ଆଧାରରେ ତାଙ୍କର ଟିଡିଏସ୍ କଟିବ। ଏହାର ଅର୍ଥ ହେଲା ଆପଣ ଟିଡିଏସ କଟାଯିବା ନେଇ ଆପଣଙ୍କ ନିଯୁକ୍ତିଦାତାଙ୍କୁ ଯଦି ଟ୍ୟାକ୍ସର ନୂଆ ସିଷ୍ଟମକୁ ଆପଣାଉଥିବା ବାବଦରେ ସୂଚନା ଆଗରୁ ଦେଇଥାନ୍ତି ତେବେ ମଧ୍ୟ ଆପଣ ଚାହିଁଲେ ରିଟର୍ଣ୍ଣ ଫାଇଲ କରିବା ବେଳେ ନିଜ ନିଷ୍ପତ୍ତି ବଦଳାଇ ପାରିବେ ଓ ଟ୍ୟାକ୍ସର ପୁରୁଣା ସିଷ୍ଟମକୁ ପୁଣି ବାଛି ପାରିବେ।

ଆୟକର ବିଭାଗ କହିଛି ଯେ, “ନିଯୁକ୍ତିଦାତ୍ତା ମୋଟ ଦରମା ହିସାବ କରିବା ପରେ ଆୟକର ଅଧିନିୟମର ଧାରା 115BACର ନିୟମ ଅନୁସାରେ ଟିଡିଏସ କାଟିବେ। ଯଦି କୌଣସି କର୍ମଚାରୀ ନୂଆ ସିଷ୍ଟମ ଚୟନ କରିବା ବାବଦରେ କୌଣସି ସୂଚନା ଦିଅନ୍ତି ନାହିଁ ତେବେ ନିଯୁକ୍ତିଦାତ୍ତା ଆୟକର ଅଧିନିୟମର ଧାରା 115BACର ନିୟମ ଉପରେ କୌଣସି ବିଚାର ନକରି ଟିଡିଏସ କାଟି ପାରିବେ।