ମହିଳାଙ୍କୁ ଶସ୍ତା ସୁଧ ହାରରେ ଲୋନ୍ ମିଳିବା ସହ ସଞ୍ଚୟ ଖାତାରେ ମିଳେ ଅଧିକ ସୁଧ।

ଆଧୁନିକ ସମୟରେ ମହିଳା ଆଗକୁ ବଢୁଛନ୍ତି। ଏମିତିରେ ସେମାନଙ୍କ ସାମ୍ନାରେ ଆର୍ଥିକ ସମସ୍ୟା ମଧ୍ୟ ଉଭା ହୋଇଥାଏ। ତେବେ ଏହି ସମସ୍ୟା ସବୁ ନିଦାନ ପାଇଁ ସରକାରୀ ଓ ଘରୋଇ ସଂଗଠନ ଆଗକୁ ଆସିଛନ୍ତି। ଫଳରେ ମହିଳା ଏବେ ଆର୍ଥିକ ସ୍ୱାବଳମ୍ବୀ ହୋଇ ପାରିଛନ୍ତି। ମହିଳାଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ପାଇଁ ଅନେକ ପ୍ରକାରର ରିହାତି ସରକାର ଦେଇଥାନ୍ତି। ଆସନ୍ତୁ ଜାଣିବା କେମିତି ଏହାର ଫାଇଦା ଉଠାଇବେ।

ସଂଚୟ ଖାତା

ବ୍ୟାଙ୍କରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂଚୟ ଖାତା ରହିଛି। ଏଥିରେ ଅନେକ ପ୍ରକାରର ରିୱାର୍ଡ ଓ କ୍ୟାସବ୍ୟାକ୍ ଅଫର ମିଳିଥାଏ। ପିଲାଙ୍କ ଶିକ୍ଷା ପାଇଁ ସଂଚୟ ନିମନ୍ତେ ଜଣେ ମହିଳା ‘ଜୁନିଅର,କିଡ୍ ଆକାଉଣ୍ଟ୍’ ଖୋଲି ପାରିବେ। ଏଥିରେ କୌଣସି ମିନିମମ୍ ବାଲାନ୍ସର ଆବଶ୍ୟକତା ନଥାଏ।

ଲୋନ୍ ଉପରେ କମ ସୁଧ

ଅନେକ ବ୍ୟାଙ୍କରେ ହୋମ୍ ଲୋନ୍ ଉପରେ ସୁଧ ଦର ମହିଳାଙ୍କ ପାଇଁ କମ ଥାଏ। ଏହା ପ୍ରାୟ ୦.୫ ପ୍ରତିଶତ ଶସ୍ତା ଥାଏ। ଲମ୍ବା ଅବଧିର ଲୋନରେ ଏହି ସୁଧ ବଡଧରଣର ଫରକ ଆଣିଥାଏ। କାର ଲୋନ୍ ଉପରେ ମଧ୍ୟ ଏହା ଲାଗୁ ହୋଇଥାଏ।।


ପ୍ରପର୍ଟି କିଣିବା ଉପରେ ଲାଭ

ଅନେକ ରାଜ୍ୟ ସରକାର ମହିଳାଙ୍କ ନାମରେ ପ୍ରପର୍ଟି କିଣା ଯାଉଥିଲେ ଷ୍ଟାମ୍ପ୍ ଡ୍ୟୁଟି ଓ ଟ୍ରାନସଫର ଡ୍ୟୁଟିରେ ରିହାତି ଦେଇଥାନ୍ତି। ଫଳରେ ପ୍ରପର୍ଟି ଶସ୍ତା ପଡିଥାଏ।

ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ

ମହିଳାଙ୍କ ମଧ୍ୟରେ ଏଣ୍ଟରପ୍ରନ୍ୟୁରସିପ୍ ବଢାଇବା ପାଇଁ ସରକାର ଅନେକ ନୀତି ବନାଇଛନ୍ତି। ଏହା ସହ କିଛି ସ୍କିମ୍ ମଧ୍ୟ ତିଆରି କରିଛନ୍ତି। ‘ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ’ ଅନ୍ତର୍ଗତରେ ମହିଳା ଉଦ୍ୟୋଗୀଙ୍କୁ ମ୍ୟାନୁଫେକ୍ଚରିଂ ଓ ଟ୍ରେଡିଂ ସେକ୍ଟରରେ ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଲୋନ୍ ମିଳିଥାଏ।