ଇଏଲଏସ୍‌ଏସ୍‌ରେ ଆପଣ ଦେଉଥିବା ଟଙ୍କା ସେୟାର ମାର୍କେଟରେ ନିବେଶ ହୋଇଥାଏ, ଏବେ ନିବେଶ କଲେ ପାଇବେ ବମ୍ପର ରିଟର୍ଣ୍ଣ।

ବ୍ୟାଙ୍କ୍‌ରେ ନିବେଶରୁ ଭଲ ରିଟର୍ଣ୍ଣ ମିଳେ ନାହିଁ। ସେଭିଂସ ଓ ଏଫଡି ଉପରେ ସୁଧ ଧିରେ ଧୀରେ କମିବାରେ ଲାଗିଛି। ଏଣେ କରୋନା ମାଡ଼ରେ ସେୟାର ମାର୍କେଟ୍ କ୍ରାସ କରିସାରିଛି। ଏମିତିରେ ଆପଣ ଇଏଲଏସ୍‌ଏସ୍‌ରେ ନିବେଶ କରିବା କେତେଦୁର ଠିକ୍ ହେବ?

ଡେଟ୍ ଫଣ୍ଡରେ କମ୍ ରିଟର୍ଣ୍ଣ

ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପ୍ରଥମେ ଆପଣଙ୍କୁ ମ୍ୟୁଚୁଆଲ ଫଣ୍ଡ ବାବଦରେ ଜାଣିବାକୁ ପଡିବ। ମ୍ୟୁଚୁଆଲ ଫଣ୍ଡରେ ଆପଣ କରୁଥିବା ନିବେଶ ଇକ୍ୱିଟି ଫଣ୍ଡ୍ (ସେୟାର ବଜାର) ଓ ଡେଟ୍ ଫଣ୍ଡ୍ (ବଣ୍ଡ୍, ଟ୍ରେଜେରି ବିଲ୍‌)ରେ ଜମା ହୁଏ। ଡେଟ୍ ଫଣ୍ଡର ଅର୍ଥ ହେଉଛି ଆପଣଙ୍କ ଫଣ୍ଡ ଉପରେ ଆପଣଙ୍କୁ ଫିକ୍ସ ରିଟର୍ଣ୍ଣ ମିଳିଥାଏ। ଯଦି ଆପଣ ଅଧିକ ରିଟର୍ଣ୍ଣ ଚାହାନ୍ତି ତେବେ ଆପଣଙ୍କୁ ଇକ୍ୱିଟିରେ ଅଧିକ ନିବେଶ କରିବାକୁ ପଡେ। ଅର୍ଥାତ୍, ଅଧିକ ରିସ୍କ, ଅଧିକ ରିଟର୍ଣ୍ଣ। ଅନ୍ୟପକ୍ଷରେ ଡେଟ୍ ଫଣ୍ଡରେ ଯଦି ଅଧିକ ଭାଗ ଥାଏ, ତେବେ କମ ରିଟର୍ଣ୍ଣ ମିଳିବ।
ELSSନିଜ ନିମ୍ନତମ ସ୍ତରରେ ବ୍ଲୁ-ଚିପ୍ ସେୟାର

ସେୟାର ମାର୍କେଟ୍ ଅବସ୍ଥାକୁ ଦେଖି ଆର୍ଥିକ ବିଶେଷଜ୍ଞଙ୍କ କହିବା ହେଉଛି ଏବେ ଯଦି ଇଏଲଏସଏସରେ ଅଧିକ ନିବେଶ କରାଯିବ ତେବେ ରିଟର୍ଣ୍ଣ ଦମ୍‌ଦାର ହେବ। ମାର୍କେଟ୍ ଏବେ ଅଣ୍ଡର ପରଫର୍ମ କରୁଛି। ଅଧିକାଂଶ ନାମଜାଦା କଂପାନି (ବ୍ଲୁ ଚିପ୍ କଂପାନି) ସେୟାର ମାଟି କାମୁଡ଼ି ସାରିଲେଣି। ସେମାନେ ୫୨ ସପ୍ତାହର ନ୍ୟୁନତମ ସ୍ତରରେ ଟ୍ରେଡ୍ କରୁଛନ୍ତି। ଭାରତର ସବୁଠୁ ମହଙ୍ଗା କଂପାନି ରିଲାଏନ୍ସର ସେୟାର ମଧ୍ୟ ୫୨ ସପ୍ତାହର ସବୁଠୁ ନିମ୍ନରେ ପହଂଚିଛି।
କରୋନା କାରଣରୁ ବଜାରର ଏଭଳି ସ୍ଥିତି

ସେୟାର ବଜାରର ଏଭଳି ଦଶା ପାଇଁ କରୋନା ଦାୟୀ। ପୁରା ବିଶ୍ୱ ଏହା ଦ୍ୱାରା ପ୍ରଭାବିତ। ଏହାର ଚିକିତ୍ସା ଖୋଜା ଚାଲିଛି। ଏମିତିରେ ଆଗାମୀ କେଇ ମାସ ମଧ୍ୟରେ ଏହି ରୋଗର ଔଷଧ ବଜାରକୁ ଆସିବ ଓ ବଜାର ମାନେ ଶେୟାର ମାର୍କେଟ୍ ସ୍ୱାସ୍ଥ୍ୟ ପୁଣି ସୁଧୁରିବ। କାରଣ ବଜାର କେବେବି ସବୁଦିନ ପାଇଁ ମାନ୍ଦା ରୁହେନି। କରୋନା ବିପଦ କମିବା ସହ ବ୍ଲୁ ଚିପ୍ କଂପାନିଙ୍କ ଶେୟାର ଦାମ୍‌ ପୁଣି ବଢ଼ିବ। ଏହି କଂପାନିଙ୍କ ଶେୟାର ଆଗାମୀ ଏକ ବର୍ଷ ମଧ୍ୟରେ ୫୦ରୁ ୬୦ ପ୍ରତିଶତ ରିଟର୍ଣ୍ଣ ଦେବେ।

ଲମ୍ବା ଅବଧିରେ ମିଳିବ ଜବରଦସ୍ତ ରିଟର୍ଣ୍ଣ
ବିଶେଷଜ୍ଞଙ୍କ ଅନୁସାରେ ଏହା ବଜାରରେ ନିବେଶର ସୁବର୍ଣ୍ଣ ସୁଯୋଗ। ଏମିତିରେ ELSS ଫଣ୍ଡ ଲମ୍ବା ଅବଧିରେ ଭଲ ରିଟର୍ଣ୍ଣ ଦିଏ ବୋଲି କୁହାଯାଇଥାଏ। ଯଦି ସର୍ଟ ଟର୍ମ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଡେଟ୍ ଫଣ୍ଡ୍ ବାଛନ୍ତୁ। କରୋନା ପ୍ରଭାବ ଏବେ ଅଛି କିନ୍ତୁ ଆଗାମୀ ଦିନରେ କରୋନାକୁ ହାରିବାକୁ ହିଁ ହେବ।  ଆଗାମୀ ଦିନରେ ବଜାରରେ ପୁଣି ବୁଲିସ୍ ଟ୍ରେଣ୍ଡ୍ ଦେଖିବାକୁ ମିଳିବ। ତେଣୁ ଏବେ ଯଦି ଆପଣ ଇଏଲଏସଏସରେ ନିବେଶ କରିବେ ତେବେ ଭଲ ରିଟର୍ଣ୍ଣ ପାଇବେ।

mutual fund

ଏହା ବ୍ୟତୀତ ELSS ଫଣ୍ଡ୍ର ଅଲଗା ଲାଭ ଥାଏ

  • ଏଥିରେ ନିବେଶ କଲେ ୮୦ ସି ଅନ୍ତର୍ଗତରେ କର ରିହାତି ମିଳିଥାଏ।
  • ଏହାର ଲକ୍ ଇନ୍ ପିରିୟଡ୍ ମାତ୍ର ତିନି ବର୍ଷ।
  • ELSSରୁ ଆୟ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ ଅନ୍ତର୍ଗତରେ ଆସିଥାଏ। ତେବେ ଏହା ଉପରେ ଟ୍ୟାକ୍ସ ଦେବାକୁ ପଡେ।
  • ELSS ନିବେଶକ ଏସଆଇପିକୁ ମଧ୍ୟ ବାଛିପାରିବେ।