ଏନଏଫଓ ଓ ଆଇପିଓ ବିଷୟରେ ଜାଣନ୍ତୁ

ଫଣ୍ଡ୍ ଦେଉଥିବା କମ୍ପାନି ନ୍ୟୁ ଫଣ୍ଡ ଅଫର ଅର୍ଥାତ NFOର ଆରମ୍ଭ କରିଥିଲେ। ଏଥିରେ ସେମାନଙ୍କ ପାଖରେ ନିଜ ପ୍ରଡକ୍ଟକୁ ପୁରା କରିବା ପାଇଁ କୌଣସି ଅସଲ ଉତ୍ପାଦ ନଥାଏ। ଫଣ୍ଡ କମ୍ପାନୀ କୌଣସି ଏକ ବିଷୟକୁ ଆଧାର କରି ଲମ୍ବା ଅବଧିର ଫାଇଦା ଦେବା ପାଇଁ NFOକୁ ଉତାରିଥାନ୍ତି। ଆସନ୍ତୁ NFO ବିଷୟରେ ଜାଣିବା।

NFO

NFO କ’ଣ?

ଫଣ୍ଡ କମ୍ପାନି ନୂଆ ସ୍କିମ୍ ଆରମ୍ଭ କରିବା କାଳରେ NFOକୁ ପ୍ରଥମେ ସବସ୍କିପସନ ଭାବେ ଜାରି କରନ୍ତି। ଏହସହ ନିବେଶକଙ୍କୁ ଅନେକ ଧରଣର ଉତ୍ପାଦକୁ ଏକାଥରେ ବିକ୍ରି କରିବା ପାଇଁ ଏନଏଫଓ ଲଂଚ କରିଥାନ୍ତି। ଉଦାହରଣ ସ୍ୱରୁପ ଏଏମସି (ଆସେଟ୍ ମ୍ୟାନେଜମେଣ୍ଟ କଂପାନି) ପାଖରେ ଯଦି ଇକ୍ୱିଟି ସେଭିଂ କିମ୍ବା ଫାର୍ମା ଫଣ୍ଡ୍ ନାହିଁ ତେବେ ଏଭଳି ନିବେଶକଙ୍କୁ କିଛି ସମୟ ପାଇଁ NFOର ଅଫର ଦିଆଯାଇପାରେ। ଅଫର ସମୟ ପୁରା ହେବା ପରେ ସବସ୍କ୍ରିପସନ ପାଇଁ ଫଣ୍ଡ ପୁଣିଥରେ ଖୋଲିଥାଏ। ଏହାପରେ ନିବେଶକ ଯେକୌଣସି ବ୍ୟାଙ୍କିଂ ଡେ’ରେ ସେହି ଫଣ୍ଡକୁ ନେଟ୍ ଆସେଟ୍ ଭ୍ୟାଲୁ (ଏନଏଭି)ରେ କିଣିବା ବିକଳ୍ପ ରୁହେ।

ମ୍ୟୁଚୁଆଲ ଫଣ୍ଡ NFO ଓ ଇକ୍ୟୁଟି ଆଇପିଓ ମଧ୍ୟରେ ଅନ୍ତର କ’ଣ?

କମ୍ପାନୀ ନିଜ ବିସ୍ତାର ପାଇଁ ପୁଂଜି ତଲାସ କରନ୍ତି। ଏହା ସହ ସେମାନେ ନିଜ ପୁଂଜି ବୃଦ୍ଧିର ସମ୍ଭାବନା ଖୋଜନ୍ତି। ଏଥିପାଇଁ ସେମାନେ ଅଧିକାଂଶ ସମୟରେ ଇକ୍ୱିଟି ଆଇପିଓ ଜାରି କରିଥାନ୍ତି। ବଡ ବଡ କମ୍ପାନୀ ଏହି ଉପାୟ ଏଥିପାଇଁ ଅବଲମ୍ବନ କରିଥାନ୍ତି ଯେପରିକି ସେମାନେ ପବ୍ଲିକ୍ ଟ୍ରେଡିଂରେ ସାମିଲ ହୋଇପାରିବେ। ମ୍ୟୁଚୁଆଲ ଫଣ୍ଡର NFOକୁ କେବେଳ ନିବେଶକଙ୍କ ମାଧ୍ୟମରେ ପାଣ୍ଠି ଆସିଥାଏ ଓ ଏହା ଅନେକ ପ୍ରକାରର ସିକ୍ୟୁରିଟିରେ ବିଭକ୍ତ ହୁଏ। ଯେଉଁଥିରେ ସାମିଲ ଥାଏ ଷ୍ଟକ୍,ସରକାରୀ ସିକ୍ୟୁରିଟି, ବଣ୍ଡ୍। ଏଗୁଡିକୁ ଏକ ରଣନୀତିରେ ଚୟନ କରାଯାଇଥାଏ। ଆଇପିଓକୁ କୁ ଫେସ୍ ଭ୍ୟାଲୁରେ ଜାରି କରାଯାଇଥାଏ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଫେସଭ୍ୟାଲୁ ପ୍ରିମିୟମ ଆଧାରିତ ହୋଇଥାଏ। ଅନ୍ୟପକ୍ଷରେ ମ୍ୟୁଚୁଆଲ ଫଣ୍ଡ NFOର ମୁଲ୍ୟ ସବୁବେଳେ ୧୦ ଟଙ୍କା ହୋଇଥାଏ।

ନିବେଶକ NFOରେ ପୁଂଜି ଲଗାଇବା ଉଚିତ?

ବିଶେଷଜ୍ଞଙ୍କ କହିବା ହେଉଛି ଏନଏଫଓରେ ସେତେବେଳେ ପୁଂଜି ଲଗାଇବା ଦରକାର ଯେତେବେଳେ ଆପଣଙ୍କ ପୋର୍ଟଫୋଲିଓରେ ସେହି ପ୍ରଡକ୍ଟର ଆବଶ୍ୟକତା ପଡିବ। କିମ୍ବା ଯଦି ତାହା ଏଭଳି ଥିମ୍ ହୋଇଥିବ ଯାହାଦ୍ୱାରା ଆପଣ NFO ଜରିଆରେ  ଭଲ ଫାଇଦା ପାଇବେ ବୋଲି ଭାବୁଛନ୍ତି ତେବେ ପୁଂଜି ଲଗାନ୍ତୁ। ଏହାସହ ଡିଷ୍ଟ୍ରିବ୍ୟୁଟରଙ୍କ ଦ୍ୱାରା ଦିଆଯାଇଥିବା ଭୁଲ ତଥ୍ୟକୁ ବିଶ୍ୱସ କରି ନିବେଶ କରନ୍ତୁ ନାହିଁ। ପରଖନ୍ତୁ ଓ ତା’ପରେ ନିବେଶ କରନ୍ତୁ।