ବହୁଦିନର ଅପେକ୍ଷା ପରେ ଶେଷରେ ଲଞ୍ଚ୍‌ ହେଲା ନୂଆ Redmi K30 Pro ସ୍ମାର୍ଟଫୋନ୍‌। ମଙ୍ଗଳବାର ଏହି ସ୍ମାର୍ଟଫୋନ୍‌କୁ ଚୀନ୍‌ରେ ଲଞ୍ଚ୍‌ କରିଛି ସାଓମିର ସବ୍‌ ବ୍ରାଣ୍ଡ୍‌ ଏମ୍‌ଆଇ। ଏହାସହିତ K30 Zoom Edition ନାଁରେ କମ୍ପାନି ଏହାର ଅନ୍ୟ ଏକ ଭାରିଏଣ୍ଟକୁ ଲଞ୍ଚ କରିଥିବା ଘୋଷଣା କରିଛି। ଏଥିରେ ଗ୍ରାହକ ପାଇବେ ନୂଆ କ୍ୱାଲକମ୍ ସ୍ନାପଡ୍ରାଗନ ୮୬୫ ପ୍ରୋସେସର, ୩୩ ୱାଟ୍ ଫାଷ୍ଟ୍‌ ଚାର୍ଜିଂ ଏବଂ ଲାଟେଷ୍ଟ LPDDR5 ରାମ୍।

ଉଭୟ K30 Pro ଏବଂ K30 Zoom Editionରେ ଗ୍ରାହକ ସମାନ ଭଳି ଫିଚର ଦିଆଯାଇଛି। ଦୁଇଟି ଯାକ ସ୍ମାର୍ଟଫୋନ୍‌ରେ ୬.୬୭ ଇଞ୍ଚ୍ ଫୁଲ୍‌ ଏଚ୍‌ଡି ଆମୋଲେଡ୍‌ ଡିସ୍‌ପ୍ଲେ (୧୦୮୦x ୨୪୦୦) ରହିଛି। ଏଥିରେ ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ ୮୬୫ ପ୍ରୋସେସର ଦିଆଯାଇଥିବା ବେଳେ ଫରକ କେବଳ କ୍ୟାମେରାରେ ଦେଖିବାକୁ ମିଳିଛି।

 ଏହି ସ୍ମାର୍ଟଫୋନ୍‌ରେ କ୍ୱାଡ୍ ରିୟର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ୬୪ ମେଗାପିକ୍ସେଲ ସୋନି IMX686 ସେନ୍ସର ଦିଆଯାଇଥିବା ବେଳେ K30 Pro ସ୍ମାର୍ଟଫୋନ୍‌ରେ ରହିଛି ୫ ମେଗାପିକ୍ସେଲର ମାକ୍ରୋ କ୍ୟାମେରା, ୧୩ ମେଗାପିକ୍ସେଲର ୱାଇଡ୍ ଆଙ୍ଗେଲ କ୍ୟାମେରା, ୨ ମେଗାପିକ୍ସେଲର ଡେପ୍‌ଥ ସେନ୍ସର ଦିଆଯାଇଛି।

ହେଲେ K30 Zoom Editionରେ ଗ୍ରାହକଙ୍କୁ ୫ ମେଗାପିକ୍ସେଲର ମାକ୍ରୋ କ୍ୟାମେରା ବଦଳରେ ମିଳିବ ୮ ମେଗାପିକ୍ସେଲର ଟେଲିଫୋଟ ଲେନ୍ସ। ଏଥିସହିତ 3x ଅପ୍ଟିକାଲ ଜୁମ୍‌ ଏବଂ 30x ହାଇବ୍ରିଡ୍ ଜୁମ୍‌ର ସୁବିଧା ମଧ୍ୟ ଗ୍ରହକ ପାଇପାରିବେ।

ସୂଚନାଯୋଗ୍ୟ, K30 Proର କେବଳ 6GB + 128GB ଭାରିଏଣ୍ଟରେ ଗ୍ରାହକ LPDDR4X ଏବଂ UFS 3.0 ଷ୍ଟୋରେଜ ପାଇପାରିବେ।

ଭାରତୀୟ ମୁଦ୍ରା ଅନୁସାରେ Redmi K30 Pro ସ୍ମାର୍ଟଫୋନ୍‌ର ପ୍ରାରମ୍ଭିକ ମୂଲ୍ୟ ରହିଛି ୩୨ ହଜାର ୫୦୦ ଟଙ୍କା। ଏହାର 8GB + 128GB ଭାରିଏଣ୍ଟର ଦାମ୍‌ ୩୬ ହଜାର ଟଙ୍କା ରହିଛି। ସେହିପରି Redmi K30 Pro Zoom Editionର 8GB + 128GB ଭାରିଏଣ୍ଟର ମୂଲ୍ୟ ୪୧ ହଜାର ଟଙ୍କା ରହିଥିବା ବେଳେ 8GB + 256GB ଭାରିଏଣ୍ଟର ମୂଲ୍ୟ ରହିଛି ୪୩ ହଜାର ଟଙ୍କା।

K30 Zoom Editionର ଫିଚର

  • ୨୦ ମେଗାପିକ୍ସେଲ ସେଲ୍‌ଫି କ୍ୟାମେରା
  • ପପ୍‌-ଅପ୍‌ ସେଲ୍‌ଫି କ୍ୟାମେରା ନାହିଁ
  • ଆଣ୍ଡ୍ରଏଡ୍ ୧୦
  • ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ
  • ଫେସ୍‌ ଅନ୍‌ଲକ୍‌
  • ୪୭୦୦ ଏମ୍‌ଏଏଚ୍‌ ବ୍ୟାଟେରୀ

K30 Pro ସ୍ମାର୍ଟଫୋନ୍‌ର ଫିଚର

  • ୨୦ ମେଗାପିକ୍ସେଲ ସେଲ୍‌ଫି କ୍ୟାମେରା
  • ପପ୍‌-ଅପ୍‌ ସେଲ୍‌ଫି କ୍ୟାମେରା
  • ଆଣ୍ଡ୍ରଏଡ୍‌ ୧୦
  • ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ
  • ଫେସ୍‌ ଅନ୍‌ଲକ୍‌
  • ୪୭୦୦ ଏମ୍‌ଏଏଚ୍‌ ବ୍ୟାଟେରୀ