ଫାଇନାନ୍ସିଆଲ ପ୍ଲାନିଂରେ ଟର୍ମ ପଲିସି କିଣିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଟର୍ମ ପଲିସି ସବୁ ବିଶେଷଜ୍ଞଙ୍କ ପରାମର୍ଶ ତାଲିକାରେ ସବୁଠାରୁ ଆଗରେ ଥାଏ। ଆକସ୍ମିକ ବିପତ୍ତି ଯେମିତି ପଲିସି ଧାରକଙ୍କ ମୃତ୍ୟୁ ଭଳି ପରିସ୍ଥିତିରେ ଟର୍ମ ପଲିସି ପରିବାରକୁ ଆର୍ଥିକ ସୁରକ୍ଷା ଦେଇଥାଏ। ତେବେ ଏଥିରେ ପ୍ଲାନର ମ୍ୟାଚୁରିଟି ପରେ ପଲିସି ଧାରକଙ୍କୁ କୌଣସି ଟଙ୍କା ମିଳିନଥାଏ।

ଟର୍ମ ପ୍ଲାନରେ ବୀମା କିଣୁଥିବା ବ୍ୟକ୍ତି ଆଗରୁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ପ୍ରିମିୟମ ଦେଇଥାନ୍ତି। ଯାହାକୁ ପଲିସି ଅବଧି କୁହାଯାଇଥାଏ। ଯଦି ଏହି ସମୟ ଅବଧି ଭିତରେ ପଲିସି ଧାରକଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରିବାର କିମ୍ବା ନୋମିନିଙ୍କୁ ବୀମା ରାଶି ମିଳିଥାଏ।

term insurance policy

ଟର୍ମ ପ୍ଲାନ୍ ବହୁତ କମ ଅର୍ଥରେ ବଡ କଭର ଦେଇଥାଏ। ଯାହା ଟର୍ମ ପ୍ଲାନର ବିଶେଷତା। ବୀମା କମ୍ପାନୀ ଟର୍ମ ପଲିସିରେ ଗୋଟିଏ ବିଶେଷ ସୁବିଧା ଦେଇଥାନ୍ତି। ଏଥିରେ ନୋମିନି ଚାହିଁଲେ ଏକାଥରକେ ବୀମା ରାଶୀ ନେବା ବଦଳରେ ପ୍ରତିମାସରେ ଟଙ୍କା ନେଇ ପାରିବେ। ପଲିସି ନେବା ସମୟରେ ଆପଣଙ୍କୁ ଏହି ବିକଳ୍ପ ବାଛିବାକୁ ପଡେ। ଏଠାରେ ଆମେ ଆପଣଙ୍କୁ ଟର୍ମ ପଲିସି ସମ୍ପର୍କରେ କିଛି ଜରୁରୀ ସୂଚନା ଦେବୁ।

nominee in property

କ’ଣ ରହିଛି ସୁବିଧା?

କିଛି ଟର୍ମ ଇନସ୍ୟୁରାନ୍ସ ପଲିସି, ବୀମା ଧାରକଙ୍କୁ ଏକ ବିଶେଷ ସୁବିଧା ଦେଇଥାଏ। ଏହି ସୁବିଧା ଅନୁସାରେ ପଲିସି ଧାରକ ତାଙ୍କ ପରେ ନୋମିନି କେମିତି ଟଙ୍କା ନେବେ ସେହି ବିକଳ୍ପ ବାଛି ଥାନ୍ତି। ପଲିସି ଅବଧି କାଳରେ ଯଦି ପଲିସି ଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ନୋମିନିଙ୍କୁ ଏକାଥରକେ ସମସ୍ତ ଟଙ୍କା ଦେବା ବଦଳରେ ମାସିକ ଟଙ୍କା ଦେବାର ବିକଳ୍ପ ଚୟନ କରିପାରିବେ।

income tax return

  • ମାସିକ ଟଙ୍କା ବାଛିବା ବିକଳ୍ପ

ମାସିକ ରାଶିକୁ ଏକ ଫ୍ଲାଟ୍ ରକମ ଭାବେ ବଛା ଯାଇପାରିବ କିମ୍ବା ତାକୁ ପ୍ରତିବର୍ଷ ପର୍ସେଣ୍ଟେଜ୍ ଇନକ୍ରିମେଣ୍ଟ୍ ହିସାବରେ ଚୟନ କରାଯାଇପାରିବ। ଦ୍ୱିତୀୟ ଉପାୟରେ ମୁଦ୍ରାସ୍ଫିତୀକୁ ଆଡଜଷ୍ଟ କରାଯାଇ ପାରିବ।

  • ଦରମା ଭଳି ମିଳିଥାଏ ଟଙ୍କା

ମାସିକ ପେଆଉଟ୍ ଦରମା ଭଳି ହୋଇଥାଏ। ଯାହା ସବୁ ମାସରେ ନୋମିନିଙ୍କୁ ମିଳିଥାଏ। ଏଥିପାଇଁ ବର୍ଷ ନିର୍ଧାରିତ ହୋଇଥାଏ। ସେହି ନିର୍ଦ୍ଧିଷ୍ଟ ବର୍ଷ ପର୍ଯ୍ୟନ୍ତ ନୋମିନି ମାସିକ ଟଙ୍କା ପାଇଥାନ୍ତି।

  • ଟ୍ୟାକ୍ସ ରିହାତି ଲାଭ

ନୋମିନିଙ୍କୁ ଇନସ୍ୟୁରାନ୍ସ କମ୍ପାନି ତରଫରୁ ଯେଉଁ ଟଙ୍କା ମିଳିଥାଏ ସେଥିରେ କର ରିହାତି ମିଳିଥାଏ। ନୋମିନିଙ୍କୁ ଏହି ଟଙ୍କା ଉପରେ କୌଣସି କର ଦେବାକୁ ପଡିନଥାଏ।

  • କେଉଁମାନଙ୍କ ପାଇଁ ଏହି ବିକଳ୍ପ?

ଏହି ବିକଳ୍ପ ସେହି ପରିବାରଙ୍କ ପାଇଁ ଯେଉଁମାନଙ୍କ ପାଖରେ ଟଙ୍କାର ସିମୀତ ସଂଶାଧନ ଥାଏ। କିମ୍ବା ଯେଉଁଠି ଏକାଥରକେ ମିଳୁଥିବା ଟଙ୍କାର ଦୁରୁପଯୋଗ ହେବାର ଆଶଙ୍କା ଥାଏ।

  • କମ ଟଙ୍କାରେ ବଡ ସୁରକ୍ଷା କଭର

ଜୀବନ ଅନିଶ୍ଚିତ। କେତେବେଳେ କ’ଣ ଘଟିବ କାହା ସହିତ ଘଟିବ ତାର କିଛି ନିଶ୍ଚିତତା ନଥାଏ। ଚାକିରି କିମ୍ବା ଛୋଟ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଉପରେ ତାଙ୍କ ପରିବାର ନିର୍ଭର କରୁଥାଏ। ଏମିତିରେ ଯଦି ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କର ଅକାଳରେ ମୃତ୍ୟୁ ହୁଏ ତେବେ ପରିବାରର ଆର୍ଥିକ ମେରୁଦଣ୍ଡ ଭୁଷୁଡିପଡେ। ଏହିଭଳି ଆକସ୍ମିକ ବିପତି ବେଳେ କାମରେ ଆସିଥାଏ ଟର୍ମ ଇନସ୍ୟୁରାନ୍ସ। ବାର୍ଷିକ ୧୮ ହଜାର ଟଙ୍କାରେ ୫୦ ଲକ୍ଷ ଟଙ୍କାର ଟର୍ମ ଇନସ୍ୟୁରାନ୍ସ ଆସିଯାଇଥାଏ। ଅଲଗା ଅଲଗା କମ୍ପାନି ଅଲଗା ମୁଲ୍ୟରେ ଏଭଳି ପଲିସି ବିକ୍ରି କରିଥାନ୍ତି। ତେବେ ଦେଖିବାକୁ ଗଲେ ମାତ୍ର ଅଳ୍ପ ଟଙ୍କାରେ ବଡ ସୁରକ୍ଷା କଭର ଟର୍ମ ଇନସ୍ୟୁରାନସ୍ ଦେଇଥାଏ।