ଅନ୍‌ଲାଇନ୍‌ରେ ଜିଏସ୍‌ଟି ପଞ୍ଜିକରଣ ପାଇଁ କେଉଁ ସବୁ କାଗତପତ୍ର ଆବଶ୍ୟକ, ଆପଣ ଜାଣିବା ନିହାତି ଜରୁରୀ..

ଜିଏସଟି ପଞ୍ଜିକରଣ ପାଇଁ ଆପଣ  Goods and Services Tax Network (GSTN) ତରଫରୁ ଆରମ୍ଭ କରା ଯାଇଥିବା ଜିଏସଟି ପୋର୍ଟାଲର ସାହାଯ୍ୟ ନେଇ ପାରିବେ। ଏଥିପାଇଁ ଆପଣଙ୍କୁ www.gst.gov.in ରେ ଲଗ୍ ଇନ୍ କରିବାକୁ ପଡିବ।

ୱେବ୍‌ସାଇଟ୍‌କୁ ଯିବା ପରେ ‘Register Now’ ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଯାହାକୁ ଆପଣ ‘Taxpayers’ ଟାବ୍ ତଳେ ପାଇବେ। ‘New Registration’କୁ ବାଛନ୍ତୁ। ନିମ୍ନଲିଖିତ ବିବରଣୀକୁ ପୁରଣ କରନ୍ତୁ।

  • ‘I am a’ ମେନୁରେ ‘Taxpayer’କୁ ବାଛନ୍ତୁ
  • ରାଜ୍ୟ ଓ ଜିଲ୍ଲାକୁ ବାଛନ୍ତୁ
  • ବ୍ୟବସାୟର ନାମ ଉଲ୍ଲେଖ କରନ୍ତୁ
  • ବ୍ୟବସାୟର ପାନ୍‌ ନମ୍ବର ଦିଅନ୍ତୁ
  • ଉଦ୍ଦିଷ୍ଟ ବକ୍ସରେ ଇମେଲ୍ ଆଇଡି ଓ ଫୋନ୍ ନମ୍ବର ଦିଅନ୍ତୁ। ସକ୍ରିୟ ମୋବାଇଲ ନମ୍ବର ଦିଅନ୍ତୁ କାରଣ ସେଇ ନମ୍ବରକୁ OTPଯିବ।
  • ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ।
  • ପରବର୍ତ୍ତି ପେଜେ୍‌ରେ ମୋବାଇଲ ଓ ଇମେଲକୁ ଆସିଥିବା ଓଟିପିକୁ ପୁରଣ କରନ୍ତୁ
  • ବିବରଣୀକୁ ଭରି ସାରିଲା ପରେ ପ୍ରୋସିଡ ବଟନରେ କ୍ଲିକ୍ କରନ୍ତୁ।
  • ଆପଣଙ୍କୁ ଗୋଟିଏ ଅସ୍ଥାୟୀ ସନ୍ଦର୍ଭ ସଂଖ୍ୟା ବା TRN ଦୃଶ୍ୟମାନ ହେବ। ଏହାକୁ ଟିପି ରଖନ୍ତୁ।

ପୁଣିଥରେ  GST ପୋର୍ଟାଲକୁ ଯାଆନ୍ତୁ ଓ  ‘Register’ ଉପରେ କ୍ଲିକ୍ କରନ୍ତୁ, ଏହା  ‘Taxpayers’ ମେନୁରେ ଥାଏ।

  • ଅସ୍ଥାୟୀ ସନ୍ଦର୍ଭ ସଂଖ୍ୟା ବା (TRN)କୁ ବାଛନ୍ତୁ
  • TRN ଓ କାପ୍‌ଚା ବିବରଣୀ ଦିଅନ୍ତୁ।
  • ‘Proceed’କୁ କ୍ଲିକ୍ କରନ୍ତୁ।
  • ଆପଣ ମୋବାଇଲ ଓ ଇମେଲରେ ଗୋଟିଏ OTP ପାଇବେ। ପରବର୍ତ୍ତୀ ପେଜ୍‌ରେ ଓଟିପିକୁ ଭରନ୍ତୁ ଓ ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ।

ଆପଣଙ୍କ ଆବେଦନର ଷ୍ଟାଟସ୍‌ ପରବର୍ତ୍ତୀ ପେଜରେ ଉପଲବ୍ଧ ହେବ। ଡାହାଣ ପଟେ କ୍ଲିକ୍ କରନ୍ତୁ, ସେଠାରେ ଗୋଟିଏ ଏଡିଟ୍ ଆଇକନ୍ ଥିବ, ଏଥର ଏଡିଟ୍ ଆଇକନକୁ କ୍ଲିକ୍ କରନ୍ତୁ।

ସେଠାରେ ୧୦ ବିଭାଗ ରହିଥାଏ। ସବୁ ଆବଶ୍ୟକ ବିବରଣୀକୁ ପୁରଣ କରନ୍ତୁ। ଆପଣଙ୍କୁ ଏଠାରେ ଜୁରୁରୀ କାଗତପତ୍ର ଅପଲୋଡ୍ କରିବାକୁ ପଡ଼ିବ। ଅପଲୋଡ୍ ହେବାକୁ ଥିବା କାଗତପତ୍ର ହେଉଛି

  • ଫଟୋ
  • ବ୍ୟବସାୟ ଠିକଣା ପ୍ରମାଣ
  • ବ୍ୟାଙ୍କ ବିବରଣୀ(ଆକାଉଣ୍ଟ ନମ୍ବର,ବ୍ୟାଙ୍କ ନାମ,ଆଇଏଫଏସି କୋଡ୍)
  • ପ୍ରାଧିକୃତ ଫର୍ମ(ଅଥରାଇଜେସନ୍ ଫର୍ମ).

‘Verification’ ପେଜକୁ ଯାଆନ୍ତୁ ଓ ଘୋଷଣାକୁ ଯାଞ୍ଚ୍‌ କରନ୍ତୁ। ଏହାପରେ ନିମ୍ନଲିଖିତ ମାଧ୍ୟମକୁ ବ୍ୟବହାର କରି ଆବେଦନ କରନ୍ତୁ। ଇଲେକଟ୍ରୋନିକ୍ ଭେରିଫିକେସନ୍ କୋଡ୍ (EVC) ଦ୍ୱାରା ଆବେଦନ କରନ୍ତୁ। କୋଡ୍ ଆପଣଙ୍କ ପଞ୍ଜିକୃତ ମୋବାଇଲକୁ ଆସିବ।

  • ଇ-ସାଇନ୍ ମେଥଡ୍ ଦ୍ୱାରା ମଧ୍ୟ ଆପଣ ଆବେଦନ କରିପାରିବେ। ଏକ ଓଟିପି ଆପଣଙ୍କ ମୋବାଇଲକୁ (ଆଧାର ସହ ସଂଯୁକ୍ତ)ଆସିବ।
  • ଯଦି କଂପାନି ଜିଏସଟି ପାଇଁ ପଂଜକରଣ କରୁଥାଏ ତେବେ ଆବେଦନକୁ ଡିଜିଟାଲ ସିଗନେଚର ସାର୍ଟିଫିକେଟ୍ (DSC) ବ୍ୟବହାର କରି ଆବେଦନ କରିବାକୁ ପଡ଼ିବ।
  • ଏହା ସରିବା ପରେ ‘ସଫଳ’ ସନ୍ଦେଶ ଆପଣଙ୍କ ସ୍କ୍ରିନରେ ଦୃଷ୍ୟମାନ ହେବ। ଆପ୍ଲିକେସନ୍ ରିଫରେନ୍ସ ନମ୍ବର (ARN) ଆପଣଙ୍କ ପଂଜିକୃତ ମୋବାଇଲ ଓ ଇମେଲ୍ ଆଇଡିକୁ ଆସିବ।
  • ଜିଏସଟି ପୋର୍ଟାଲରେ ଆପଣ ARN ସ୍ଥିତିକୁ ଦେଖିପାରିବେ।

ପଞ୍ଜିକରଣ ପାଇଁ ଆବଶ୍ୟକ କାଗଜପତ୍ର

  • ପାନକାର୍ଡ୍
  • ଆଧାର କାର୍ଡ
  • ବ୍ୟବସାୟ ଠିକଣା
  • ବ୍ୟାଙ୍କ ଖାତା ଷ୍ଟେଟମେଣ୍ଟ ଓ କ୍ୟାନସଲ ଚେକ୍
  • ବ୍ୟବସାୟ ପଂଜିକରଣ ପ୍ରମାଣ
  • ଡିଜିଟାଲ ସିଗନେଚର
  • ନିର୍ଦ୍ଦେଶକ,ପ୍ରମୋଟରଙ୍କ ପରିଚୟ ପ୍ରମାଣ,ଠିକଣା ପ୍ରମାଣ ଓ ଫଟୋ
  • ପ୍ରାଧିକାର ପତ୍ର (ଲେଟର ଅଫ୍ ଅଥରାଇଜେସନ୍) କିମ୍ବା ବୋର୍ଡ ଅଥରାଇଜେସନ୍