ଯଦି ଆର୍ଥିକ ସ୍ଥିତି ଠିକ୍ ନାହିଁ ତେବେ ନିବେଶ ଓ ଲୋନ୍ ରିପେମେଣ୍ଟ୍ ଭିତରୁ ଗୋଟିଏ ବିକଳ୍ପ ବାଛନ୍ତୁ।

ବର୍ଷ ଶେଷରେ ବୋନସ, ଆୟକର ରିଫଣ୍ଡ୍ କିମ୍ବା ଅନ୍ୟ କୌଣସି ସ୍ରୋତରୁ ଯଦି ଆପଣଙ୍କୁ ମୋଟା ରକମ ମିଳେ ତେବେ ଆପଣ କଣ କରିବେ? ହାତ ଖୋଲା ଖର୍ଚ୍ଚ ନା ନିବେଶ କିମ୍ବା ପୁରୁଣ କରଜ ଶୁଝିବେ? ଏହି ପ୍ରଶ୍ନ ଅନେକ ସମୟରେ ଆମ ସମ୍ମୁଖରେ ଉଭା ହୋଇଥାଏ। ତେବେ ଆସନ୍ତୁ ଜାଣିବା କଣ କରିବା ଆର୍ଥିକ ବୁଦ୍ଧିମତା ଦୃଷ୍ଟିରୁ ଠିକ୍ ହେବ।

ଦ୍ୱନ୍ଦ୍ୱ

ଅଚାନକ ମିଳିଥିବା ମୋଟା ଅଙ୍କର ଟଙ୍କା ଆମକୁ ଖର୍ଚ୍ଚ କରିବାକୁ ଉସକାଇ ଥାଏ। ପସନ୍ଦର ଗାଡ଼ି, ମୋବାଇଲ କିମ୍ବା ବିଦେଶ ଭ୍ରମଣ ପାଇଁ ଆମେ ଲାଳାୟିତ ହୋଇଥାଉ। ଯଦି ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ଠିକ୍ ଅଛି ତେବେ ମନର ଇଛାକୁ ପୂରଣ କରିବାରେ କିଛି ଦୋଷ ନାହିଁ। କିନ୍ତୁ ଯଦି ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ବେମାର,ତେବେ ଇଛାର ଘୋଡାକୁ ଲଗାମ ଦିଅନ୍ତୁ। ଦ୍ୱନ୍ଦ୍ୱକୁ ନରଖି ବୁଦ୍ଧିମତାର ସହ ଟଙ୍କା ଖର୍ଚ୍ଚ କରନ୍ତୁ।

କରଜରେ ବୁଡ଼ିଛନ୍ତି ତ’ ଆପଣଙ୍କ ଆଗରେ ଦୁଇଟି ବିକଳ୍ପ

ଯଦି ଆପଣଙ୍କ ମୁଣ୍ଡ ଉପରେ କରଜ ବୋଝ ଅଛି,ତେବେ ନିବେଶ ଓ ଲୋନ୍ ରିପେମେଣ୍ଟ କିମ୍ବା ପାର୍ଟ ପେମେଣ୍ଟ ବିକଳ୍ପ କଥା ଚିନ୍ତା କରନ୍ତୁ। ଆପଣ ନିଜ ଇଛାର ଘୋଡାକୁ ଲଗାମ ଦେଇ କିଛି ଦିନ ପାଇଁ ଖର୍ଚ୍ଚ କଥା ମନରୁ ଉଡାଇ ଦିଅନ୍ତୁ। ଲୋନ କେତେ ବାକି ଅଛି ହିସାବ କରନ୍ତୁ।

ଯଦି ଆପଣଙ୍କୁ ମିଳିଥିବା ଟଙ୍କାରେ ପୁରା ଲୋନ୍ ଶୁଝା ଯାଇପାରିବ, ତେବେ ଆଖି ବୁଜି ଶୁଝି ଦିଅନ୍ତୁ। ନହେଲେ ପାର୍ଟ ପେମେଣ୍ଟ କରନ୍ତୁ। ଅର୍ଥାତ ଲୋନର କିଛି ଭାଗକୁ ଶୁଝି ଦିଅନ୍ତୁ। ଏମିତି କଲେ ଆପଣଙ୍କ କିସ୍ତି ସଂଖ୍ୟା କମିବ ଓ ସୁଧ ମଧ୍ୟ ହ୍ରାସ ପାଇବ। ଯଦି କିଛିଟା ସାହସ ଦେଖାଇବାକୁ ଚାହୁଁଛନ୍ତି ତେବେ ନିବେଶ କରନ୍ତୁ। ଏକକାଳୀନ କିମ୍ବା ମିଳିଥିବା ଟଙ୍କାକୁ କେଇ ଭାଗରେ ବିଭକ୍ତ କରି ତାକୁ ନିୟମିତ ଅନ୍ତରାଳରେ ନିବେଶ କରନ୍ତୁ।

ବୁଦ୍ଧିମତାର ସହ ଏଭଳି ଟଙ୍କାର ବ୍ୟବହାର ପାଇଁ ଆପଣଙ୍କୁ ନିମ୍ନଲିଖିତ କଥାକୁ ଗୁରୁତ୍ୱ ଦେବାକୁ ପଡିବ।

ନିଜ କରଜ ସ୍ଥିତିର ମୁଲ୍ୟାଙ୍କନ କରନ୍ତୁ: ଆପଣ କରଜ ଉପରେ ଦେଉଥିବା ସୁଧକୁ ନେଇ ନିଜ କରଜର ମୁଲ୍ୟାଙ୍କନ କରନ୍ତୁ। ଅଚାନକ ମିଳୁଥିବା ଏଭଳି ଟଙ୍କାର ବ୍ୟବହାର କରି ଅଧିକ ସୁଧ ବିଶିଷ୍ଟ ଲୋନକୁ ଶୁଝି ଦିଅନ୍ତୁ କିମ୍ବା କିଛି ଭାଗ ଶୁଝନ୍ତୁ।  ଆପଣ କ୍ରେଡିଟ୍ କାର୍ଡ ଦେୟ କିମ୍ବା ହୋମ୍ ଲୋନକୁ ପ୍ରାଥମିକତା ଦିଅନ୍ତୁ। କାରଣ କ୍ରେଡିଟ୍ କାର୍ଡରେ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡେ ଓ ହୋମଲୋନ୍ କିସ୍ତି ବହୁତ ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡେ।

ଡାଉନ ପେମେଣ୍ଟ୍ ଦିଅନ୍ତୁ: ଯଦି ଆପଣ ହୋମ ଲୋନ୍ ନେବାକୁ ଯାଉଛନ୍ତି ତେବେ ଏହି ଟଙ୍କାକୁ ଡାଉନ ପେମେଣ୍ଟ୍ ଦେବାରେ ବ୍ୟବହାର କରନ୍ତୁ। ଅଧିକ ଡାଉନ ପେମେଣ୍ଟ୍ ଦେଲେ ଆପଣଙ୍କ ଲୋନ୍ ଅବଧି ଓ ମୋଟ ସୁଧ ଟଙ୍କା କମିବ।

କ୍ରେଡିଟ୍ କାର୍ଡ ଦେୟ: ଅନେକ ସମୟରେ ଆମେ କ୍ରେଡିଟ୍ କାର୍ଡ ବିଲ୍ ଠିକ୍ ସମୟରେ ଦେଇ ପାରିନଥାଉ। ଫଳରେ ସୁଧ ଲାଗିଥାଏ। କ୍ରେଡିଟ୍ କାର୍ଡ ସୁଧ ହାର ୩୬ରୁ ୪୮ ପ୍ରତିଶତ ବାର୍ଷିକ ହୋଇଥାଏ। ତେଣୁ ଯଦି ଅଚାନକ ଟଙ୍କା ପାଉଛନ୍ତି ଓ ଆପଣଙ୍କର ବକେୟା କ୍ରେଡିଟ୍ କାର୍ଡ ଦେୟ ଅଛି,ତେବେ ତୁରନ୍ତ ଶୁଝନ୍ତୁ।

mutual fund

କ୍ରେଡିଟ୍ ସ୍କୋର ସୁଧାର: ଆପଣ ଯଦି ନିଜ ପୁରୁଣା ଲୋନ୍ ଶୁଝୁଛନ୍ତି ତେବେ ଆପଣଙ୍କ କ୍ରେଡିଟ୍ ସ୍କୋର ମଧ୍ୟ ସୁଧୁରିବ। ଫଳରେ ଆଗକୁ ଲୋନ୍ ନେବା ବେଳେ ଆପଣଙ୍କୁ ସୁବିଧା ହେବ। ଶସ୍ତା ସୁଧରେ ଲୋନ୍ ମିଳି ପାରିବ। ନିବେଶ ଓ ଅର୍ଥିକ ଲକ୍ଷ୍ୟର ଆକଳନ କରନ୍ତୁ।

ନିବେଶ ଓ ବୀମା ଅନେକ ପ୍ରକାରର ହୋଇଥାଏ। କିନ୍ତୁ ଅଧିକାଂଶ ବ୍ୟକ୍ତି ଜରୁରୀ ପରିସ୍ଥିତି,ଅବସର କାଳିନ ଫଣ୍ଡ,ପିଲାଙ୍କ ଶିକ୍ଷା ପାଇଁ ନିବେଶ କରିଥାନ୍ତି।

ଜରୁରୀ ଫଣ୍ଡ୍: ୬ ମାସ ଚଳିବା ଭଳି ଫଣ୍ଡ୍‌ ହେଉଛି ଜରୁରୀ ପାଣ୍ଠି। ହଠାତ ଚାକିରି ଗଲେ କିମ୍ବା ଆୟ ବନ୍ଦ ହୋଇଗଲେ ଏହା ଆପଣଙ୍କୁ ୬ ମାସ ଚଳିବା ଭଳି ଫଣ୍ଡ୍ ଦେଇଥାଏ। ତେଣୁ ଯଦି ଅଚାନକ ଟଙ୍କା ପାଉଛନ୍ତି ଆପଣ ସେହି ଟଙ୍କାକୁ ଜରୁରୀ ପରିସ୍ଥିତି ପାଇଁ ମଧ୍ୟ ରଖି ପାରିବେ।

SIP: ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ (SIPs)ରେ ନିବେଶ କରି ପାରିବେ। ପିପିଏଫ୍ ଓ ଏନପିଏସ ମଧ୍ୟ ଭଲ ବିକଳ୍ପ।

investment

ସନ୍ତୁଳନ ରଖନ୍ତୁ

ଅଚାନକ ମିଳୁଥଇବା ଟଙ୍କାକୁ ଭାଗ କରୁଥିବା ବେଳେ ନିଜ କରଜ ଓ ନିବେଶ ମଧ୍ୟରେ ସନ୍ତୁଳନ ରଖନ୍ତୁ। ଯଦି ଆପଣଙ୍କ ଲାଗେ ଯେ, କେଉଁଠି କିଛି ଅଭାବ ରହିଛି ତେବେ ସେଇ ଟଙ୍କାକୁ ବ୍ୟବହାର କରି ତାକୁ ଦୁର କରି ପାରିବେ।

ଯଦି ଆପଣଙ୍କ ଲାଗୁଛି ଯେ, ଆପଣଙ୍କ ଏମରଜେନ୍ସି ଫଣ୍ଡ୍ ସରି ଆସିଲାଣି ତେବେ ନିବେଶ ବଦଳରେ ସେହି ପାଣ୍ଠିରେ ଟଙ୍କା ରଖିବା ବୁଦ୍ଧିମାନର କାମ ହେବ। ଅନ୍ୟପକ୍ଷରେ ଯଦି ଆପଣ ଆଗରୁ ଭଲ ନିବେଶ କରିଛନ୍ତି ତେବେ ସେହି ଟଙ୍କାକୁ ହୋମ୍ ଲୋନ୍ ଶୁଝିବାରେ କିମ୍ବା କ୍ରେଡିଟ୍ କାର୍ଡ ବିଲ୍ ଶୁଝିବାରେ ବ୍ୟାବହରା କରନ୍ତୁ।