ବଜେଟ୍‌-୨୦୨୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଘୋଷଣା କରିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ। ନୂଆ ଆର୍ଥିକ ବର୍ଷଠାରୁ ଟିକସଦାତାମାନେ ନୂଆ ଏବଂ ପୁରୁଣା ବିକଳ୍ପ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ହେବ। କେଉଁଟି ନେବାକୁ ହେବ, ତାହା ଆପଣଙ୍କୁ ବିଚାର କରିବାକୁ ପଡ଼ିବ।

ପୁରୁଣା ଟିକସ ବ୍ୟବସ୍ଥାରେ ପୂର୍ବ ଭଳି ସମସ୍ତ ରିହାତିର ଲାଭ ଉଠାଇପାରିବେ କିନ୍ତୁ ଟିକସ ହାର ଅଧିକ ରହିବ। ସେହିପରି ନୂଆ ଟିକସ ବ୍ୟବସ୍ଥାରେ ୭୦ ପ୍ରକାରର ରିହାତି ଏବଂ ଛାଡ଼ରୁ ଲାଭବାନ ହେବ ନାହିଁ। income tax ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରିଟର୍ଣ୍ଣ ଫାଇଲ୍‌ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୦।  ଏହା ପରଠୁ ୩୧ ଡିସେମ୍ବର ୨୦୨୦ ମଧ୍ୟରେ ରିଟର୍ଣ୍ଣ ଫାଇଲ୍‌ ଦାଖଲ କଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିପରି ୧ ଜାନୁଆରି ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୧ ମଧ୍ୟରେ ରିଟର୍ଣ୍ଣ ଫାଇଲ କଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

 

ଯଦି ଆପଣ ନୂଆ ଟ୍ୟାକ୍ସ ବ୍ୟବସ୍ଥା ନେବାକୁ ଚାହୁଁଛନ୍ତି, ତେବେ ଏହି ୩ଟି ସର୍ତ୍ତ ଆପଣଙ୍କୁ ଜାଣିବା ଦରକାର।

୧. ଟିକସ ବିଶେଷଜ୍ଞ ଏବଂ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟମାନେ କହିବା ଅନୁଯାୟୀ, ଯଦି ଜଣେ କରଦାତା ନୂଆ ଟିକସ ବ୍ୟବସ୍ଥା ଚୟନ କରନ୍ତି ଏବଂ ୨୧ ଜୁଲାଇ ପୂର୍ବରୁ ଚଳିତ ଆର୍ଥିକ ବର୍ଷ (୨୦୧୯-୨୦) ପାଇଁ ରିଟର୍ଣ୍ଣ ଦାଖଲ କରନ୍ତି, ତେବେ ତାଙ୍କୁ ନୂଆ ହାର ଅନୁଯାୟୀ ଟିକସ ଦେବାକୁ ପଡ଼ିବ।

୨. ଯଦି ଜଣେ କରଦାତା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୩୧ ଜୁଲାଇ ପରେ ଏକ ରିଟର୍ଣ୍ଣ ଫାଇଲ ଦାଖଲ କରନ୍ତି, ତେବେ ତାଙ୍କୁ ବର୍ତ୍ତମାନର(ପୁରୁଣା) ହାରରେ ଟିକସ ଦେବାକୁ ପଡ଼ିବ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ନୂଆ ଟିକସ ବ୍ୟବସ୍ଥା ଗ୍ରହଣ କରିପାରିବେ ନାହିଁ।

୩. ଯଦି ଟିକସଦାତାଙ୍କ ଆୟ ଦରମା ଏବଂ ପେନ୍‌ସନ୍‌ରୁ ଆସିଥାଏ ଏବଂ ସେ ନୂଆ ଟିକସ ବ୍ୟବସ୍ଥା ଗ୍ରହଣ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ୩୧ ଜୁଲାଇ ପୂର୍ବରୁ ରିଟର୍ଣ୍ଣ ଦାଖଲ କରିବା ଉଚିତ୍।

୪. Tax2win.inର ସିଇଓ ଅଭିଷେକ ସୋନି କହିଛନ୍ତି ଯେ, ଯଦି ଜଣେ ଜୁଲାଇ ୩୧ ପରେ ରିଟର୍ଣ୍ଣ ଦାଖଲ କରନ୍ତି, ତେବେ ନୂଆ ଆର୍ଥିକ ବର୍ଷରେ ସେ ନୂଆ ଟିକସ ବ୍ୟବସ୍ଥା ଗ୍ରହଣ କରିବ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ନାହିଁ।

୫. ଯେଉଁ ବ୍ୟକ୍ତିଙ୍କର ଆୟ ବ୍ୟବସାୟ ଆସିଥାଏ ଏବଂ ସେମାନେ ନୂଆ ଟିକସ ବ୍ୟବସ୍ଥା ଗ୍ରହଣ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ୩୧ ଜୁଲାଇ ସୁଦ୍ଧା ଧାରା ୧୩୯(୧) ଅନୁଯାୟୀ ରିଟର୍ଣ୍ଣ ଦାଖଲ କରିବାକୁ ହେବ। ଫାଇନାନ୍ସ ବିଲ୍ ୨୦୨୦ରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି।

ଯଦି ସେ ୩୧ ଜୁଲାଇ ପରେ ବିଳମ୍ବରେ ରିଟର୍ଣ୍ଣ ଦାଖଲ କରନ୍ତି, ତେବେ ତାଙ୍କୁ ବର୍ତ୍ତମାନର ହାରରେ(ପୁରୁଣା) ଟିକସ ଦେବାକୁ ପଡ଼ିବ ଏବଂ ସେ ନୂଆ ଟିକସ ବ୍ୟବସ୍ଥା ଗ୍ରହଣ କରିପାରିବେ ନାହିଁ।