ୟେସ୍‌ ବ୍ୟାଙ୍କର ୫% ସେୟାର ହୋଲ୍ଡର ହେବ ଆଇସିଆଇସିଆଇ ବ୍ୟାଙ୍କ!

ୟେସ୍‌ ବ୍ୟାଙ୍କକୁ ମିଳିଲା ଆଉ ଏକ ସାହାରା। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୟେସ୍‌ ବ୍ୟାଙ୍କରେ ୭୨୫୦ କୋଟି ଟଙ୍କା ନିବେଶ କରିବାକୁ ରାଜି ହୋଇଥିବା ବେଳେ ଏବେ ଆଇସିଆଇସିଆଇ ବ୍ୟାଙ୍କ ଆଗକୁ ଆସିଛି। ଶୁକ୍ରବାର ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡ ୟେସ୍‌ ବ୍ୟାଙ୍କରେ ୧ ହଜାର କୋଟି ଟଙ୍କା ନିବେଶ କରିବାକୁ ମଞ୍ଜୁରି ଦେଇଛି।

ଷ୍ଟକ୍‌ ମାର୍କେଟ୍‌ ମିଳିଥିବା ସୂଚନା ଅନୁଯାୟୀ, ସେୟାର ପ୍ରତି ୧୦ ଟଙ୍କା ହିସାବରେ ୟେସ୍‌ ବ୍ୟାଙ୍କର ୧୦୦ କୋଟି ସେୟାର କିଣିବାକୁ ମଞ୍ଜୁରି ଦେଇଛି । ଫଳରେ ୟେସ୍‌ ବ୍ୟାଙ୍କର ୫ ପ୍ରତିଶତ ଅଂଶୀଦାର ହେବ ଆଇସିଆଇସିଆଇ ବ୍ୟାଙ୍କ।

ଏନେଇ ICICI ବ୍ୟାଙ୍କ ପକ୍ଷରୁ କୁହାଯାଇଛି, “ୟେସ୍‌ ବ୍ୟାଙ୍କର ୫ ପ୍ରତିଶତ ଅଂଶୀଦାର ICICI ବ୍ୟାଙ୍କ ନେଇପାରେ। ୟେସ୍‌ ବ୍ୟାଙ୍କର ସେୟାର ହୋଲ୍ଡର ପୁନନିର୍ମାଣ ପରେ ହିଁ ଏହା ସ୍ଥିର ହେବ। ୫ ପ୍ରତିଶତ ଅଂଶୀଦାର ଗ୍ରହଣ କରିବା ପରେ ICICI ବ୍ୟାଙ୍କ ଏସ୍‌ବିଆଇ ପରେ ଦ୍ୱିତୀୟ ବଡ଼ ଅଂଶୀଦାର ହୋଇଯିବ।”

ଏହାପୂର୍ବରୁ ଗୁରୁବାର ସେୟାର ପିଛା ୧୦ ଟଙ୍କା ହାରରେ ୟେସ୍‌ ବ୍ୟାଙ୍କର ୭୨୫ କୋଟି ସେୟାର ଏସ୍‌ବିଆଇ କିଣିବ ବୋଲି ସୂଚନା ଦେଇଛି। ଏହି ଭଳି ଏସ୍‌ବିଆଇ ୟେସ୍‌ ବ୍ୟାଙ୍କ୍‌ରେ ୭୨୫୦ କୋଟି ଟଙ୍କା ନିବେଶ କରିବ। ସେହିପରି LIC ମଧ୍ୟ ସେୟାର ପିଛା 10 ଟଙ୍କା ମୂଲ୍ୟରେ ୧୩୫ କୋଟି ସେୟାର କିଣି ୧୩୫୦ କୋଟି ଟଙ୍କା ନିବେଶ କରିବ ବୋଲି ସୂଚନା ମିଳିଛି।