ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିଲେ,ଏହା ଆପଣ ଜାଣିବା ନିହାତି ଜରୁରୀ

mutual-fund

ମ୍ୟୁଚୁଆଲ୍ ଫଣ୍ଡରୁ କେମିତି ଆୟ ହୁଏ ?

ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଭଲ ରିଟର୍ଣ୍ଣ ମିଳିଥାଏ। କିନ୍ତୁ ଏହା ସହ ଏହାର ଟ୍ୟକ୍ସ ଦିଗକୁ ମଧ୍ୟ ଜାଣିବା ଜରୁରୀ। ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଦୁଇ ପ୍ରକାରର ଆୟ ହୋଇଥାଏ। ପ୍ରଥମତଃ ଡିଭିଡେଣ୍ଡ୍ ଓ ଦ୍ୱିତୀୟ ହେଲା କ୍ୟାପିଟାଲ୍ ଗେନ୍ କିମ୍ବା ଲସ୍। ଦୁଇ ମାମଲାରେ ଟ୍ୟାକ୍ସ ଅଲଗା ପ୍ରକାରର ହୋଇଥାଏ। ସ୍କିମ ପ୍ରକାରଭେଦ ଉପରେ ମଧ୍ୟ ଟ୍ୟାକ୍ସ ନିର୍ଭର କରିଥାଏ। ସ୍କିମ୍ ଇକ୍ୱିଟି କିମ୍ବା ନନ୍ ଇକ୍ୱିଟି ତାହା ଦେଖାଯାଇଥାଏ। ଏହାସହ ନିବେଶ କେତେ ସମୟ ଯାଏ ହୋଇଛି ତା’ ଉପରେ ମଧ୍ୟ ଟ୍ୟାକ୍ସ ପରିମାଣ ନିର୍ଭର କରିଥାଏ।

dividend fund

  • ଡିଭିଡେଣ୍ଡ୍ ଇନକମ୍

ଡିଭିଡେଣ୍ଡ୍ ଇନକମ୍ ପାଇଁ ଡିଭିଡେଣ୍ଡ୍ ବିକଳ୍ପରେ ନିବେଶ କରାଯାଇଥାଏ। ଏହା ଇନକମ୍ ଟ୍ୟାକ୍ସ ଫ୍ରି ହୋଇଥାଏ। ଯଦିଓ ଏଥିରେ ଡିଭିଡେଣ୍ଡ୍ ଡିଷ୍ଟ୍ରିବ୍ୟୁସନ୍ ଟ୍ୟାକ୍ସ (ଡିଡିଟି) ଲାଗିଥାଏ। ଡିଭିଡେଣ୍ଡ୍ ଘୋଷଣା କରିବା ସମୟରେ ଫଣ୍ଡ୍ ହାଉସ୍ ଏହାକୁ ଦେଇଥାଏ। ଇକ୍ୱିଟି ଫଣ୍ଡ ମାମଲାରେ ଡିଡିଟି ଦଶ ପ୍ରତିଶତ ସରଚାର୍ଜ ସହ ହୋଇଥାଏ। ନନ୍ ଇକ୍ୱିଟି ସ୍କିମ୍ ପାଇଁ ଲାଗୁ ହେଉଥିବା ଟ୍ୟାକ୍ସ କରଦାତାଙ୍କ ଉପରେ ନିର୍ଭର କରିଥାଏ।

  • କ୍ୟାପିଟାଲ ଗେନ୍ –ଇକ୍ୱିଟି ଫଣ୍ଡ୍

ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶର ବିକ୍ରିରୁ ହେଉଥିବା ଲାଭକୁ କ୍ୟାପିଟାଲ ଗେନ୍ କୁହାଯାଇଥାଏ। ଇକ୍ୱିଟି ସ୍କିମ ପାଇଁ ହୋଇଥିବା ନିବେଶକୁ ଯଦି ଏକ ବର୍ଷ  କିମ୍ବା ତା’ଠାରୁ କମ ସମୟ ପାଇଁ ରଖାଯାଇଥାଏ ତେବେ ତାକୁ ସର୍ଟ ଟର୍ମ କ୍ୟାପିଟାଲ ଗେନ୍ସ କୁହାଯାଏ। ଏହା ଉପରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଲାଗୁ ହୋଇଥାଏ।  ଯଦି ନିବେଶକୁ ଏକ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ରଖାଯାଏ ତେବେ ସେଥିରୁ ହେଉଥିବା ଲାଭକୁ ଲଙ୍ଗ୍ ଟର୍ମ୍ କ୍ୟାପିଟାଲ ଗେନସ (ଏଲଟିସିଜି) କୁହାଯାଏ। ଏହା ଉପରେ କୋଡିଏ ପ୍ରତିଶତ ଟ୍ୟାକ୍ସ ଲାଗୁ ହୁଏ। ବର୍ଷକୁ ଏକ ଲକ୍ଷରୁ ଅଧିକ ଏଲଟିସିଜି ଉପରେ ଏହି ଟ୍ୟାକ୍ସ ଲାଗୁ ହୁଏ।

tax

  • କ୍ୟାପିଟାଲ ଗେନ୍ –ନନ୍ ଇକ୍ୱିଟି

ନନ୍ ଇକ୍ୱିଟି ସ୍କିମରେ ଯଦି ନିବେଶକୁ ତିନି ବର୍ଷ  କିମ୍ବା ତା’ଠାରୁ କମ ସମୟ ପାଇଁ ରଖାଯାଏ ତେବେ ତାକୁ ସର୍ଟ ଟର୍ମ କ୍ୟାପିଟାଲ ଗେନସ କୁହନ୍ତି। ଏହା ଉପରେ କୋଡିଏ ପ୍ରତିଶତ ଟ୍ୟାକସ ଲାଗିଥାଏ। ଯଦି ନିବେଶ ତିନି ବର୍ଷରୁ ଅଧିକ ହୋଇଥାଏ ତେବେ ତାକୁ ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ୍ସ କୁହନ୍ତି। ଏହା ଉପରେ ଗ୍ରାହକ ଯେଉଁ ଟ୍ୟାକ୍ସ ସ୍ଲାବ ଭିତରେ ଆସିଥାନ୍ତି ସେହି ହିସାବରେ କର ଲାଗିଥାଏ।

  • ଇଣ୍ଡେକସେସନ ବେନିଫିଟ୍

ନନ୍ ଇକ୍ୱିଟି ସ୍କିମରେ ଏଲଟିସିଜି ମାମଲାରେ ନିବେଶକ ଇଣ୍ଡେକସେସନର ଫାଇଦା ନେଇପାରିବେ। ଇଣ୍ଡେକସେସନର ଅର୍ଥ ହେଉଛି କିଣା ମୁଲ୍ୟକୁ ପୁଣିଥରେ କାଲକ୍ୟୁଲେଟ୍ କରିବା। ଏହି ପ୍ରକ୍ରିୟାରେ କିଣା ମୁଲ୍ୟରେ ମୁଦ୍ରସ୍ଫିତିକୁ ଆଡଜଷ୍ଟ କରାଯାଇଥାଏ। ଏହାଫଳରେ କ୍ୟାପିଟାଲ ଗେନ୍ସ କମିଯାଏ। ଯାହାଦ୍ୱାର କମ ଟ୍ୟାକ୍ସ ଦେବାକୁ ପଡିଥାଏ।

money

କେଉଁ ସବୁ କଥାର ଧ୍ୟାନ ରଖିବେ

ନୋଟିଫାଇଡ୍ ଇକ୍ୱିଟି ଲିଙ୍କଡ୍ ସେଭିଂ ସ୍କିମର ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ସେକସନ ୮୦ସି ଅନ୍ତର୍ଗତରେ ଟ୍ୟାକ୍ସ ଛାଡ ମିଳେ। ତେବେ ଏହି ସ୍କିମ ସବୁରେ ତିନି ବର୍ଷର ଲକ ଇନ୍ ପିରିୟଡ୍ ରହିଥାଏ। ସିପ୍ ମାମଲାରେ ଏସଆଇପିର ପ୍ରତି କିସ୍ତିକୁ ଅଲଗା ନିବେଶ ଭାବେ ଦେଖାଯାଏ। ହୋଲ୍ଡିଂ ପିରିୟଡ୍ ନିବେଶ ତାରିଖରୁ ବୋଲି ଗ୍ରହଣ କରାଯାଏ।