ଯେତିକି ଖର୍ଚ୍ଚ ସେତିକି ଟଙ୍କା ଫେରି ପାଇବେ, ତେବେ ଦେବାକୁ ପଡ଼ିବ ଅଧିକ ପ୍ରିମିୟମ।

ଆଗକୁ ସ୍ୱାସ୍ଥ୍ୟ ବୀମା ଉପରେ ଆପଣଙ୍କୁ ନିଶ୍ଚିତ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି। ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏ) କ୍ଷତିପୁରଣ ଆଧାରିତ ସ୍ୱାସ୍ଥ୍ୟବୀମା ଆଣିବାକୁ ଚିନ୍ତା କରୁଛି। ଆଇଆରଡିଏ ଏନେଇ ଏକ ସର୍କ୍ୟୁଲାର ଜାରି କରିଛି। ଯେଉଁଥିରେ ଏଭଳି ବୀମା ଉପରେ ବିଚାର ପାଇଁ ଏକ କମିଟି ଗଠନ କରା ଯାଇଛି।

ଇଣ୍ଡେମିନିଟି ବେସଡ୍ ହେଲ୍‌ଥ ଇନସ୍ୟୁରାନ୍ସ କଣ?

ଏଭଳି ସ୍ୱାସ୍ଥ୍ୟ ବୀମା ସାଧାରଣତଃ ସେହି ବୀମା ପଲିସି ହୋଇଥାନ୍ତି, ଯେଉଁଥିରେ ବୀମା ଧାରକଙ୍କୁ ହସ୍ପିଟାଲରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ (ପଲିସି ଅନ୍ତର୍ଗତରେ ଯେତିକି ଟଙ୍କାର ବୀମା ହୋଇଥାଏ) ମିଳିଥାଏ।

ଏବେ ବେନିଫିଟ୍ ଆଧାରିତ ସ୍ୱାସ୍ଥ୍ୟ ବୀମା ବିକ୍ରି କରିବାକୁ ଅନୁମତି ଉପରେ ବିଚାର

ଆଇଆରଡିଏ ବୀମା କମ୍ପାନିଙ୍କୁ କେବଳ ଲାଭ ଆଧାରିତ ସ୍ୱାସ୍ଥ୍ୟବୀମା ବିକ୍ରି କରିବାକୁ ଅନୁମତି ଦେଇଥାଏ। ଆଇଆରଡିଏର କହିବା ହେଉଛି ବୀମା ସେକ୍ଟରରେ ସ୍ୱାସ୍ଥ୍ୟ ବୀମା ଉତ୍ପାଦ ଦୃତଗତିରେ ଅଭିବୃଦ୍ଧି କରୁଛନ୍ତି। ଏହି ସେକ୍ଟରର ଅଭିବୃଦ୍ଧି ହାର ବାର୍ଷିକ ୨୦ ପ୍ରତିଶତ ରହିଛି। ଏହି ସେକ୍ଟରରେ ଅଧିକ ଅଭିବୃଦ୍ଧି ଆଣିବା ପାଇଁ କ୍ଷତିପୁରଣ ଆଧାରିତ ସ୍ୱାସ୍ଥ୍ୟବୀମା ଆଣିବା ଉପରେ ବିଚାର ଚାଲିଛି।

ପଲିସି ଧାରକଙ୍କୁ ମିଳିବ ଅଧିକ ଲାଭ

ବୀମା କମ୍ପାନି ଏବେ କେବଳ ଟର୍ମ ପ୍ଲାନ୍ ଉପରେ ଆଧାରିତ ଉତ୍ପାଦ ବିକ୍ରି କରୁଛନ୍ତି। ଏମାନଙ୍କ ପ୍ରିମିୟମ ୨୫ରୁ ୩୦ ବର୍ଷ ଅବଧିର ହୋଇଥାଏ। ଆଇଆରଡିଏର ନୂଆ ପ୍ଲାନ୍ ପଲିସି ଧାରକଙ୍କ ପାଇଁ ଲାଭପ୍ରଦ ହେବ। କମ୍ପାନି ଗ୍ରାହକଙ୍କ ସାମନାରେ ବାସ୍ତବିକ ମଡେଲ ଉପସ୍ଥାପନ କରିପାରିବେ ଓ ବୀମା ଉତ୍ପାଦ ପ୍ରିମିୟମର ପ୍ରତିବର୍ଷ କିମ୍ବା କେଇ ବର୍ଷ ଅନ୍ତରାଳରେ ସମୀକ୍ଷା କରି ପାରିବେ। ଏହି ପଦକ୍ଷେପ କାରଣରୁ ପଲିସି ଧାରକଙ୍କୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଅଧିକ ବିକଳ୍ପ ମିଳିବ।

ନିଶ୍ଚିତ ଲାଭ ବିଶିଷ୍ଟ ପଲିସିରୁ ମିଳିବ ରିଟର୍ଣ୍ଣ

କ୍ଷତିପୁରଣ ଆଧାରିତ ସ୍ୱାସ୍ଥ୍ୟ ବୀମା ଉତ୍ପାଦରୁ ବୀମା ଧାରକଙ୍କୁ ବର୍ତ୍ତମାନର ଉତ୍ପାଦ ତୁଳନାରେ ଅଧିକ ଲାଭ ମିଳିବ। ଏଥିରେ ଅଚାନକ ହସ୍ପିଟାଲର ଆଡମିଶନ ହେବା ପରିସ୍ଥିତିରେ ହେଉଥିବା ଖର୍ଚ୍ଚର କ୍ଷତିପୁରଣ ଗ୍ରାହକଙ୍କୁ ମିଳିବ। ଏହାବ୍ୟତିତ ପଲିସିରେ ଓପିଡିରେ ହେବାକୁ ଥିବା ଖର୍ଚ୍ଚ ମଧ୍ୟ କଭର ହେବ। କିଛି ପଲିସିରେ ନିଶ୍ଚିତ ଲାଭର ବ୍ୟବସ୍ଥା ମଧ୍ୟ କରା ଯାଇପାରିବ।

ମ୍ପାନିଙ୍କୁ ନୂଆ ଉତ୍ପାଦ ଆଣିବାର ସୁଯୋଗ ମିଳିବ

ଯଦି ଆଇଆରଡିଏ ଦ୍ୱାର ଗଠିତ କମିଟି ଏହି ଉତ୍ପାଦ ଆଣିବାକୁ ସୁପାରିସ କରେ ଓ ସରକାର ଏହାକୁ ସବୁଜ ସଂକେତ ଦିଅନ୍ତି ତେବେ ବୀମା କମ୍ପାନିଙ୍କ ପାଖରେ ନୂଆ ଉତ୍ପାଦ ବଜାରରେ ଲଞ୍ଚ୍‌ କରିବା ସୁଯୋଗ ରହିବ। ଯାହା ଉଭୟ କମ୍ପାନି ଓ ଗ୍ରାହକଙ୍କ ପାଇଁ ଲାଭପ୍ରଦ ହେବ। ତେବେ ଏଭଳି ପଲିସିର ପ୍ରିମିୟମ ନିଶ୍ଚିତ ଭାବେ ଅଧିକ ହେବ।