ହୋଲି ପୂର୍ବରୁ ମୋଦୀ ସରକାର ଦେଶର କର୍ମଚାରୀଙ୍କୁ ଝଟକା ଦେଇଛନ୍ତି। ୨୦୧୯-୨୦ ବର୍ଷ ପାଇଁ ଏମ୍ପ୍ଲଇଜ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌(ଇପିଏଫ୍‌) ଉପରେ ସରକାର ୦.୧୫ ପ୍ରତିଶତ ସୁଧହାର କମାଇ ଦେଇଛନ୍ତି। ଫଳରେ ବର୍ତ୍ତମାନ ଇପିଏଫ୍‌ ଉପରେ ୮.୫୦ ପ୍ରତିଶତ ସୁଧ ଦିଆଯିବ। ସରକାରଙ୍କ ଏହି ନିଷ୍ପତ୍ତିରେ ଦେଶର ପ୍ରାୟ ୬ କୋଟି କର୍ମଚାରୀମାନେ ପ୍ରଭାବିତ ହେବେ।

୨୦୧୮-୧୯ ଆର୍ଥିକ ବର୍ଷରେ ଇପିଏଫ୍‌ ଉପରେ ସୁଧ ହାର ୮.୬୫ ପ୍ରତିଶତ ଥିଲା।

କର୍ମଚାରୀ ଭବିଷ୍ୟତନିଧି ସଙ୍ଗଠନ(ଇପିଏଫ୍ଓ)ର ସର୍ବୋଚ୍ଚ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ପକ୍ଷରୁ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସାନ୍ତୋଶ ଗାଙ୍ଗୱାର ଉପସ୍ଥିତ ଥିଲେ। ବୈଠକ ପରେ ଶ୍ରମ ମନ୍ତ୍ରୀ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଇପିଏଫ୍‌ ସୁଧ ହାର କମ୍‌ ଉପରେ ନିଷ୍ପତ୍ତି ନିଆଯାଇଥିବା ଘୋଷଣା କରିଛନ୍ତି।