ୟେସ୍ ବ୍ୟାଙ୍କ ଗ୍ରାହକ ମାସକୁ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ।

କୁପ୍ରବନ୍ଧନ ଓ ନଗଦ ଟଙ୍କା  ସମସ୍ୟା କାରଣରୁ ୟେସ୍ ବ୍ୟାଙ୍କର ଦୈନନ୍ଦିନ କାମକୁ ରିଜର୍ଭ ବ୍ୟାଙ୍କ ନିଜ ହାତକୁ ନେଇଛି। ଏହା ସହିତ ମାସକୁ ଗ୍ରାହକ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁକି ଦେଇ ପାରିବେ ନାହିଁ। ୩୦ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବୋର୍ଡକୁ ମଧ୍ୟ ଭଙ୍ଗ କରାଯାଇଛି। ଯଦି ୟେସ ବ୍ୟାଙ୍କରେ ଆପଣଙ୍କ ଆକାଉଣ୍ଚ ରହିଛି ତେବେ ଏହାର ପ୍ରଭାବ ଆପଣଙ୍କ ଉପରେ କେମିତି ପଡ଼ିବ?
ଆମେ ଆପଣଙ୍କୁ କହିବୁ ଏଭଳି ପରିସ୍ଥିତିରେ ଆପଣ କ’ଣ କରିବା ଉଚିତ ହେବ।

୧. ଆରବିଆଇର ପ୍ରତିବନ୍ଧ ସବୁ କ’ଣ?

  • ମାସିକ ୫୦ ହଜାରରୁ ଅଧିକ ଟଙ୍କା ଉଠାଯାଇ ପାରିବ ନାହିଁ।
  • ୫୦ ହଜାର ଟଙ୍କା ସୀମା ବ୍ୟାଙ୍କର ସବୁ ପ୍ରକାରର ଖାତା-ସେଭିଂ, କରେଣ୍ଟ୍ ଆକାଉଣ୍ଟ ଉପରେ ଲାଗୁ ହେବ।
  • ବ୍ୟାଙ୍କ ନୂଆ ଲୋନ୍ ଦେଇ ପାରିବ ନାହିଁ। କୌଣସି ନିବେଶ ମଧ୍ୟ କରିପାରିବ ନାହିଁ।
  • ବ୍ୟାଙ୍କ ବୋର୍ଡ ଭଙ୍ଗ ହୋଇଛି। ଏସବିଆଇର ପୂର୍ବତନ ସିଏଫଓ ପ୍ରଶାନ୍ତ କୁମାର ଏହାର ନୂଆ ପ୍ରଶାସକ

୨. ପ୍ରତିବନ୍ଧକର ପ୍ରଭାବ ଆପଣଙ୍କ ଇଏମଆଇ, ସିପ୍, ବୀମା ପ୍ରିମିୟମ ଦେୟ ଉପରେ ପଡ଼ିବ କି?

ଟ୍ରାଞ୍ଜାକ୍ସନ ସୀମା 50 ହଜାର ରଖାଯାଇଛି। ତେଣୁ ଦେୟ ରାଶି ଯଦି ୫୦ ହଜାରରୁ ଅଧିକ ତେବେ ଆପଣଙ୍କ ପାଇଁ ସମସ୍ୟା ଉତ୍ପନ ହେବ। କିନ୍ତୁ ଯଦି ବିଲ୍ ୫୦ ହଜାରରୁ କମ, ତେବେ କୌଣସି ସମସ୍ୟା ନାହିଁ।

୩. ୟେସ୍‌ ବ୍ୟାଙ୍କରେ ସାଲାରି ଆକାଉଣ୍ଟ ଥିଲେ କ’ଣ ହେବ?

ଯଦି ଆପଣଙ୍କ ସାଲାରି ଏହି ବ୍ୟାଙ୍କ ଜରିଆରେ ଆସୁଛି ତେବେ ଆପଣ ପ୍ରଭାବିତ ହେବେ। ଯଦି ଆପଣଙ୍କୁ ୫୦ ହଜାରରୁ ଅଧିକ ଟଙ୍କା ଆବଶ୍ୟକ ତେବେ ଆପଣଙ୍କୁ ଅଲଗା ସ୍ରୋତରୁ ଟଙ୍କା ଯୋଗାଡ କରିବାକୁ ପଡ଼ିବ।

. ମ୍ୟୁଚୁଆଲ ଫଣ୍ଡ୍ ନିବେଶକଙ୍କ ଉପରେ କଣ ରହିବ ପ୍ରଭାବ ?

ଅନେକ ମ୍ୟୁଚୁଆଲ ଫଣ୍ଡ୍ ହାଉସ ୟେସ ବ୍ୟାଙ୍କ ଖାତାରୁ ନିଜ ସ୍କିମର ରିଡେମ୍ପସନ୍ ଅନୁରୋଧକୁ ସ୍ୱୀକାର କରୁନାହାନ୍ତି। ରିଡେମ୍ପସନ୍ ଜରିଆରେ ଆପଣଙ୍କ ଭବିଷ୍ୟତର ଆୟ ଯେମିତି ବ୍ଲକ୍ ନହୁଏ ସେଥିପାଇଁ ଆପଣଙ୍କୁ କିଛି ପଦକ୍ଷେପ ନେବାକୁ ପଡ଼ିବ।

ଯଦି ଆପଣଙ୍କ ମ୍ୟୁଚୁଆଲ ଫଣ୍ଡ୍ ସିପ୍ ୟେସ ବ୍ୟାଙ୍କ ଜରିଆରେ ଚାଲିଛି ତେବେ ଆକାଉଣ୍ଟ ବଦଳାଇବା ପାଇଁ ଆବେଦନ କରନ୍ତୁ। ଏଥିପାଇଁ ଆପଣ Cams ଅଫିସରେ ଏଥିପାଇଁ କ୍ୟାନସଲ୍ଡ ଚେକ୍ ସହ ଆବେଦନ କରି ପାରିବେ।

. ୟେସ ବ୍ୟାଙ୍କ ଓ ଏହାର ଗ୍ରାହକଙ୍କ ଭବିଷ୍ୟ କଣ ?

ଜମାକାରୀଙ୍କ ହିତର ଧ୍ୟାନ ରଖାଯିବ ବୋଲି ଆରବିଆଇ ଭରସା ଦେଇଛି। ବ୍ୟାଙ୍କର ପୁନଃଗଠନ କିମ୍ବା ବିଳୟ ପାଇଁ ଆରବିଆଇ ଆସନ୍ତା ୩୦ ଦିନ ମଧ୍ୟରେ କୌଣସି ପଦକ୍ଷେପ ନେବ। ତେବେ ବିବାହ ଓ ମେଡିକାଲ ଜରୁରୀକାଳିନ ପରିସ୍ଥିତିରେ ୫୦ ହଜାର ଟଙ୍କାର ସୀମା ଲାଗୁ ହେବ ନାହିଁ।

ବ୍ୟାଙ୍କ ନିଜ କର୍ମଚାରୀଙ୍କୁ ଦରମା ପୂର୍ବଭଳି ଦେବ। ଏନଇଏଫଟି ଓ ୟୁପିଆଇ ଭଳି କିଛି ଟ୍ରାଞ୍ଜାକ୍ସନରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। କିନ୍ତୁ ଏହା ସାମୟିକ ହେବ। ଆପଣଙ୍କ ଆକାଉଣ୍ଟରେ ଯଦି ପର୍ଯ୍ୟାପ୍ତ ବାଲାନ୍ସ ଅଛି ତେବେ ଏଥିରେ ସମସ୍ୟା ଆସିବନି। ସରକାର ଏଲଆଇସି ଓ ଏସବିଆଇକୁ ବ୍ୟାଙ୍କକୁ ସଂକଟରୁ ମୁକୁଳାଇବା ପାଇଁ କହିଛନ୍ତି। ଯଦି ଏହା ସଫଳ ହୁଏ,ତେବେ ଅନେକ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଘରୋଇ ବ୍ୟାଙ୍କକୁ ସରକାରୀ ଟଙ୍କାରେ ବେଲ-ଆଉଟ୍ ମିଳିବ।

. ୟେସ ବ୍ୟାଙ୍କ ଜମାକାରୀଙ୍କ ପାଇଁ ବୀମା କଭର ଲିମିଟ୍ କେତେ ?

ଯଦି ବ୍ୟାଙ୍କକୁ ଭାଙ୍ଗି ଦିଆଯାଏ ତେବେ ପ୍ରତି ଖାତା ହିସାବରେ ଗ୍ରାହକଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ମିଳିବ। ଏହା ଲକର ସେବା ଉପରେ ମଧ୍ୟ ଲାଗୁ।