ପର୍ସନାଲ ଲୋନ୍ ଆଚାନକ ଆସୁଥିବା ଖର୍ଚ୍ଚର ବୋଝକୁ ହାଲୁକା କରେ କିନ୍ତୁ ପର୍ସନାଲ ଲୋନ୍ ପାଇବା ପାଇଁ କାଗଜପତ୍ର ଦୋରସ୍ତ ହୋଇଥିବା ଜରୁରୀ…

ପର୍ସନାଲ ଲୋନ୍ ଖୁବ୍ କମ ସମୟରେ ମିଳିଥାଏ। ଜରୁରୀ ଖର୍ଚ୍ଚ ତୁଲାଇବା ପାଇଁ ଏଭଳି ଲୋନ୍ ବେଶ ସହାୟକ ହୋଇଥାଏ। କିନ୍ତୁ ପର୍ସନାଲ ଲୋନ୍ ପାଇବା ବେସ କାଠିକର ପାଠ। କାରଣ ହୋମ୍ ଲୋନ୍ କିମ୍ବା କାର ଲୋନ୍ ତୁଳନାରେ ଏହା ବ୍ୟାଙ୍କ ପାଇଁ ଟିକେ୍ ଅସୁରକ୍ଷିତ ଶ୍ରେଣୀର ଋଣ। ଦୁଇ ତିନି ଦିନରେ ମିଳିପାରୁଥିବା ଏହି ଲୋନ୍ ପାଇଁ କିନ୍ତୁ କେତୋଟି କାଗଜପତ୍ର ଅତି ଜରୁରୀ ହୋଇଥାଏ। ଆପଣ ଯଦି ପର୍ସନାଲ ଲୋନ୍ ପାଇଁ ଆପ୍ଲାଏ କରିବାକୁ ଯାଉଥାନ୍ତି ତେବେ ଏହି କେତୋଟି କାଗଜପତ୍ରକୁ ସଜାଡି ନିଅନ୍ତୁ।

aadhar-card

ପର୍ସନାଲ ଲୋନ୍ ପାଇଁ ଆବଶ୍ୟକ କାଗଜପତ୍ର:

ଫଟୋ ପରିଚୟ ପତ୍ର: ଫଟୋ ପରିଚୟ ପତ୍ରରୁ ଆବେଦକଙ୍କ ପରିଚୟ ବ୍ୟାଙ୍କ ପାଇ ପାରିଥାଏ।

  • ପାନ୍ କାର୍ଡ୍
  • ପାସପୋର୍ଟ୍
  • ଭୋଟ ପରିଚୟ ପତ୍ର
  • ଆଧାର କାର୍ଡ

passport india

ଠିକଣା ପ୍ରମାଣଏଥିରୁ ଆପଣଙ୍କ ଠିକଣା ବାବଦରେ ବ୍ୟାଙ୍କ ତଥ୍ୟ ପାଇଥାଏ। ଠିକଣା ପ୍ରମାଣ ପାଇଁ ଆବଶ୍ୟକ କାଗଜପତ୍ର ଗୁଡିକ ହେଉଛି:

  • ପାସପୋର୍ଟ୍
  • ଡ୍ରାଇଭିଂ ଲାଇସେନ୍ସ
  • ଭୋଟର କାର୍ଡ
  • ଆଧାର କାର୍ଡ୍
  • ଫୋନ୍ ବିଲ୍
  • ବିଦ୍ୟୁତ୍ ବିଲ୍
  • ରାସନ କାର୍ଡ୍
  • ବ୍ୟାଙ୍କ ପାସବୁକ୍

ବ୍ୟାଙ୍କ୍ ଆକାଉଣ୍ଟ୍ ଯାଞ୍ଚବ୍ୟାଙ୍କ ସେଇ ପାସବୁକକୁ ଯାଞ୍ଚ କରିଥାଏ,ଯେଉଁଥିରେ ଲୋନ୍ ଟଙ୍କା ଜମା ହେବ ଏବଂ ଯେଉଁଥିରୁ ଆପଣ ମାସିକ କିସ୍ତି ପୈଠ କରିବେ। ଆପଣଙ୍କୁ ସେହି ବ୍ୟାଙ୍କର…

  • ୬ ମାସର ବ୍ୟାଙ୍କ୍ ଷ୍ଟେଟମେଣ୍ଟ୍
  • ପୁରୁଣା ଲୋନ୍ ଓ ଲୋନ୍ ଆକାଉଣ୍ଟ(ଏକ ବର୍ଷ)ର ତଥ୍ୟ

ଚାକିରିଆଙ୍କ ଆୟ ବାବଦ କାଗଜପତ୍ର: ପର୍ସନାଲ ଲୋନ୍ ମିଳିବାରେ ଆପଣଙ୍କ ଆୟ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆପଣ ନିୟମିତ ଦରମା ପାଉଛନ୍ତି କି ନାହିଁ ତାହା ବ୍ୟାଙ୍କ୍ ଚେକ୍ କରିଥାଏ।

  • ଦୁଇ ବର୍ଷର ଫର୍ମ ୧୬
  • କିମ୍ବା ଦୁଇ ବର୍ଷର ଆୟକର ରିଟର୍ଣ୍ଣ
  • ୬ ମାସର ସାଲାରି ସ୍ଲିପ୍

document for personal loan

ଆତ୍ମନିଯୁକ୍ତଙ୍କ ପାଇଁ କାଗଜପତ୍ର: ଚାକିରିଆଙ୍କୁ ପର୍ସନାଲ ଲୋନ୍ ଯେମିତି ସହଜରେ ମିଳିଥାଏ ବ୍ୟବସାୟୀଙ୍କୁ ମିଳିବା ସେତେ ସହଜ ନୁହେଁ କିନ୍ତୁ କିଛି ଦସ୍ତାବିଜ୍ ଠିକ୍ ଥିଲେ ସହଜରେ ପର୍ସନାଲ ଲୋନ୍ ମିଳିପାରିଥାଏ। ସେହି ସବୁ ଦସ୍ତାବିଜ୍ ଗୁଡିକ ହେଉଛି:

  • ୩ରୁ ୪ ବର୍ଷର ଆଇଟି ରିଟର୍ଣ୍ଣ
  • ସର୍ଭିସ୍ ଟ୍ୟାକ୍ସ ରିଟର୍ଣ୍ଣ
  • ବିଗତ ତିନି ବର୍ଷର ବାଲାନ୍ସ ସିଟ୍
  • ବ୍ୟବସାୟ ଜାରିଥିବା ପ୍ରମାଣ- ଟ୍ରେଡ୍ ଲାଇସେନ୍ସ
  • ଅଫିସ୍ ଠିକଣା ପ୍ରମାଣ

ମୋଟାମୋଟି ଭାବେ ଏହି ସବୁ ଦସ୍ତାବିଜ୍ ଦେଇ ପାରିଲେ ପର୍ସନାଲ ଲୋନ୍ ମିଳିବା ସହଜ ହୋଇଥାଏ। କିନ୍ତୁ କାଗଜପତ୍ରକୁ ନେଇ ବ୍ୟାଙ୍କ-ବ୍ୟାଙ୍କ ମଧ୍ୟରେ ପାର୍ଥକ୍ୟ ମଧ୍ୟ ରହିଛି। ତେଣୁ ସବୁଠାରୁ ଭଲ ହେବ,ଆପଣ ପର୍ସନାଲ ଲୋନ୍ ପାଇଁ ଆପ୍ଲାଏ ଆଗରୁ ଏହି ଡକ୍ୟୁମେଣ୍ଟ୍ ଯୋଗାଡ କରିବା ସହ ଯେଉଁ ବ୍ୟାଙ୍କରୁ ଲୋନ୍ ଆଣିବେ ତାଙ୍କ ପ୍ରତିନିଧିଙ୍କଠାରୁ କଣ ସବୁ କାଗଜ ପତ୍ର ଆବଶ୍ୟକ ତାର ଗୋଟିଏ ତାଲିକା ମାଗି ନିଅନ୍ତୁ।