ସୁନାକୁ ବ୍ୟାଙ୍କରେ ରଖି ପାଇ ପାରିବେ ଭଲ ରିଟର୍ଣ୍ଣ !

ଆପଣ ଜାଣିଛନ୍ତି କି, ଘରେ ଥିବା ସୁନାକୁ ବ୍ୟାଙ୍କରେ ରଖି ଆପଣ ସେଥିରୁ ଟଙ୍କା ଆୟ କରିପାରିବେ? ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଭାମ୍ପଡ୍ ଗୋଲ୍ଡ ଡିପୋଜିଟ୍ ସ୍କିମ ଏଭଳି ସୁବିଧା ଦେଉଛି। ଏହି ସ୍କିମ୍ ଅନ୍ତର୍ଗତରେ ଆପଣ ନିଜ ପାଖରେ ଥିବା ସୁନା କିମ୍ବା ଗହଣାକୁ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ଭାବେ ରଖି ପାରିବେ। ଏଥିରେ ସୁନା ସୁରକ୍ଷିତ ରହିବା ସହ ଆପଣଙ୍କୁ ସୁଧ ମଧ୍ୟ ମିଳିଥାଏ। ଏଫଡି କରାଯାଇଥିବା ସୁନା ଉପରେ ଆପଣଙ୍କୁ ସମ୍ପତି କର ମଧ୍ୟ ଦେବାକୁ ପଡିନଥାଏ। ଏହାସହ ଆବଶ୍ୟକତା ପଡିଲେ ଆପଣ ସୁନା ବଦଳରେ ଲୋନ୍ ମଧ୍ୟ ନେଇ ପାରିବେ।

gold rate in bhubaneswarସୁନା ଉପରେ ସୁଧ କେତେ?

STBD କ୍ୟାଟେଗୋରିରେ ବର୍ଷକ ପାଇଁ ସୁନାକୁ ଫିକ୍ସଡ୍ ଡିପୋଜିଟ୍ କଲେ ୦.୫୦ ପ୍ରତିଶତ ସୁଧ ମିଳିଥାଏ। ଅନ୍ୟପକ୍ଷରେ ଦୁଇ ବର୍ଷ ପାଇଁ ୦.୫୫ ଏବଂ ତିନି ବର୍ଷ ପାଇଁ ୦୬୦ ପ୍ରତିଶତ ସୁଧ ମିଳିଥାଏ। ଏହାଛଡା MTGD କ୍ୟାଟେଗୋରିରେ ୨.୨୫ ହାରରେ ବାର୍ଷିକ ସୁଧ ମିଳିଥାଏ। ଅନ୍ୟପକ୍ଷରେ LTGD କ୍ୟାଟେଗୋରିରେ ବାର୍ଷକ ୨.୫ ପ୍ରତିଶତ ହାରରେ ସୁଧ ମିଳିଥାଏ।

କେତେ ସୁନା ଜମା କରିପାରିବେ?

ରିଭାମ୍ପଡ୍ ଗୋଲ୍ଡ ଡିପୋଜିଟ୍ ସ୍କିମରେ ଗ୍ରାହକ ଅତିକମରେ ୩୦ ଗ୍ରାମ ସୁନା ଫିକ୍ସ ଡିପୋଜିଟ୍ କରିପାରିବେ। ସୁନା ଫିକ୍ସ କରିବାର କୌଣସି ସର୍ବାଧିକ ସୀମା ନାହିଁ। ଆପଣ ଯେତେ ଚାହିଁବେ ସେତେ ସୁନା ଫିକ୍ସ ଡିପୋଜିଟ୍ କରିପାରିବେ।

Gold Jewellery

ମ୍ୟାଚୁରିଟି ପିରିୟଡର ସୀମା

ଏହି ସ୍କିମ୍ ଅନ୍ତର୍ଗତରେ ଏସବିଆଇ ତିନୋଟି କ୍ୟାଟେଗୋରିରେ ଜମା ନେଉଛି। ପ୍ରଥମ କ୍ୟାଟେଗୋରିରେ ୧ରୁ ୩ ବର୍ଷ ପାଇଁ ଜଣେ ସୁନା ଜମା କରିପାରିବେ। ଏହାକୁ ସର୍ଟ ଟର୍ମ ବ୍ୟାଙ୍କ୍ ଡିପୋଜିଟ୍ (STBD) କୁହାଯାଏ। ଦ୍ୱିତୀୟ ଯୋଜନା ହେଉଛି ମିଡିୟମ ଟର୍ମ ଗଭର୍ଣ୍ଣମେଣ୍ଟ ଡିପୋଜିଟ୍ (MTGD)।  ଯାହାର ମ୍ୟାଚୁରିଟି ପିରିୟଡ୍ ୫ରୁ ୭ବର୍ଷ। ତୃତୀୟ କ୍ୟାଟେଗୋରୀରେ ଆସୁଛି ଲଙ୍ଗ୍ ଟର୍ମ ଗଭର୍ଣ୍ଣମେଣ୍ଟ ଡିପୋଜିଟ୍ (LTGD) ଏହା ୧୨ରୁ ୧୫ ବର୍ଷ ଭିତରେ ମ୍ୟାଚୁର୍ ହୋଇଥାଏ।

ସୁଧ କେମିତି ମିଳିଥାଏ ?

ଏଫଡି ମ୍ୟାଚୁରିଟି ପିରିୟଡ ସରିବା ପରେ ଗ୍ରାହକଙ୍କୁ ସୁଧ ସହିତ ନିଜ ସୁନା ନେବାକୁ ଦୁଇଟି ବିକଳ୍ପ ମିଳିଥାଏ। ଗ୍ରାହକ ସୁଧ ବାବଦରେ ସେତିକି ସୁନା ନେଇ ପାରିବେ କିମ୍ବା ସୁନାର ବଜାର ମୁଲ୍ୟ ବରାବର କ୍ୟାସ ନେଇ ପାରିବେ। ତେବେ ସୁନା ରୁପରେ ସୁଧ ନେଲେ ଗ୍ରାହକଙ୍କୁ ୦.୨୦ ପ୍ରତିଶତ ହିସାବରେ ଆଡମିନିଷ୍ଟ୍ରିଟିଭ୍ ଚାର୍ଜ ଦେବାକୁ ପଡିବ।

gold loan

ମ୍ୟାଚୁରିଟି ପିରିୟଡ୍ ପୂର୍ବରୁ ସୁନା ଉଠାଇଲେ କ’ଣ ହେବ?

ଏସଟିବିଡି କ୍ୟାଟେଗୋରିରେ ଗୋଟିଏ ବର୍ଷର ଲକ୍ ଇନ୍ ପିରିୟଡ୍ ରହିଥାଏ। ଏହି ସମୟ ଅବଧୀ ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସୁନା ଉଠାଇନେଲେ ସୁଧ ଉପରେ ପେନାଲ୍ଟି ଦେବାକୁ ପଡିଥାଏ। ଅନ୍ୟପକ୍ଷରେ ଏମଟିଜିଡି କ୍ୟାଟେଗୋରିରେ ତିନି ବର୍ଷ ପରେ ନିବେଶକ ଚାହିଁଲେ ସ୍କିମରୁ ବାହାରି ପାରିବେ। ତେବେ ମ୍ୟାଚୁରିଟି ପିରିୟଡ୍ ପୂର୍ବରୁ ସୁନା ଉଠାଇନେଲେ ମିଳିବାକୁ ଥିବା ସୁଧ ଉପରେ ପେନାଲ୍ଟି ଲାଗୁ ହେବ। ଏଲଟି ଜିଡି କ୍ୟାଟେଗୋରିରେ ନିବେଶକ ୫ ବର୍ଷ ପରେ ସ୍କିମରୁ ବାହାରି ପାରିବେ କିନ୍ତୁ ସୁଧ ଉପରେ ପେନାଲ୍ଟି ଦେବାକୁ ପଡିବ।

କିଏ ଖୋଲି ପାରିବେ ସୁନା ଏଫଡି?

ଭାରତୀୟ ନାଗରିକ,ପ୍ରୋପରାଇଟରସିପ୍ ଓ ପାର୍ଟନରସିପ୍ ଫାର୍ମ, ହିନ୍ଦୁ ଯୌଥ ପରିବାର, ସେବି ସହିତ ପଂଜିକୃତ ମ୍ୟୁଚୁଆଲ୍ ଫଣ୍ଡ, ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ ଭଳି ଟ୍ରଷ୍ଟ ଓ କଂପାନୀ ଏହି ସ୍କିମରେ ନିବେଶ କରିପାରିବେ।

ସୁନା କେଉଁଠି ଜମା ହୁଏ?

ଏହି ସ୍କିମ୍ ଅନ୍ତର୍ଗତରେ ବର୍ତ୍ତମାନ କିଛି ବଛାବଛା ଏସବିଆଇ ଶାଖାରେ ସୁନା ଫିକ୍ସଡ୍ କରାଯାଇପାରିବେ। ଏହି ବାବଦରେ ଆପଣ ନିକଟତମ ଷ୍ଟେଟ୍ ବ୍ୟାଙ୍କ ଶାଖା ସହ କଥା ହୋଇପାରନ୍ତି।