ଫୋରକ୍ଲୋଜର ନିଷ୍ପତି ନେବା ପୂର୍ବରୁ ମୂଳ ଓ ସୁଧ ପେମେଣ୍ଟ୍ ଉପରେ ମିଳୁଥିବା ଟ୍ୟାକ୍ସ ବେନିଫିଟ୍‌ର ଧ୍ୟାନ ରଖନ୍ତୁ।

ହୋମ ଲୋନ୍ ୧୫ରୁ ୨୦ ବର୍ଷ ମଧ୍ୟରେ ଶୁଝା ଯାଇଥାଏ। ତେବେ ଏହି ଅବଧି ମଧ୍ୟରେ ଅନେକ କିଛି ବଦଳି ଯାଇଥାଏ। ଗ୍ରାହକଙ୍କ ଆର୍ଥିକ ସ୍ଥିତି, ସୁଧ ହାର, ସରକାରୀ ନୀତି ଓ ଦେଶର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଏହା ମଧ୍ୟରେ ସାମିଲ ଥାଏ। ତେଣୁ ମଝିରେ ମଝିରେ ହୋମ ଲୋନର ସମୀକ୍ଷା କରି ବଳକା ଟଙ୍କା ଉପରେ ନଜର ରଖିବା ଉଚିତ।

ହୋମ୍ ଲୋନ୍ ଉପରେ ନଜର ରଖିବା ଦ୍ୱାରା ସମୟ ପୂର୍ବରୁ ଏହାକୁ ବନ୍ଦ କରିବା, ବାଲାନ୍‌ସ ଟ୍ରାନ୍‌ସଫର ଓ ଟପ୍-ଅପ୍ ସମ୍ବନ୍ଧରେ ନିଷ୍ପତି ନେବାରେ ସାହାଯ୍ୟ ମିଳିଥାଏ। ଆସନ୍ତୁ ଏହାକୁ ବିସ୍ତାରରେ ବୁଝିବା।

ବାଲାନ୍‌ସ ଟ୍ରାନ୍‌ସଫର

କମ ସୁଧ ଓ ଭଲ ସେବାର ଲାଭ ପାଇଁ ଗ୍ରାହକ ନିଜ ହୋମଲୋନକୁ ଅନ୍ୟ କୌଣସି ବ୍ୟାଙ୍କକୁ ଟ୍ରାନ୍ସଫର କରି ପାରିବେ। ଏଥିପାଇଁ ଇଏମଆଇ ଠିକ୍ ସମୟରେ ପୈଠ କରିବା ଆବଶ୍ୟକ। ଏହା ସହ କ୍ରେଡିଟ୍ ସ୍କୋର ମଧ୍ୟ ଭଲ ହୋଇଥିବା ଆବଶ୍ୟକ।

ବାଲାନ୍‌ସ ଟ୍ରାନ୍‌ସଫର ପାଇଁ ନୁଆ ବ୍ୟାଙ୍କରେ କେୱାଇସି ଫର୍ମ, ଆୟ ନିଯୁକ୍ତି ପ୍ରମାଣ, ଚାଲୁ ଲୋନ ପେପର, ପୁରୁଣା ବ୍ୟାଙ୍କର ଏନଓସି ଓ ପେମେଣ୍ଟ୍ ଇତିହାସର ଷ୍ଟେଟମେଣ୍ଟ ସହ ବାଲାନ୍‌ସ ଟ୍ରାନ୍‌ସଫର ଫର୍ମ ଜମା କରିବାକୁ ପଡ଼େ। ସାଧାରଣତଃ ଏଭଳି ମାମଲାରେ ନୂଆ ବ୍ୟାଙ୍କ ପ୍ରୋସେସିଂ ଫି’ ନେଇ ନଥାଏ।

ଫୋର୍‌କ୍ଲୋଜର

ଆପଣ ବାକି ଥିବା ଟଙ୍କାକୁ ଡିପୋଜିଟ୍ କରି ଲୋନ୍ ବନ୍ଦ ମଧ୍ୟ କରି ପାରିବେ। ଏହି ପ୍ରକ୍ରିୟାକୁ ଫୋରକ୍ଲୋଜର କୁହନ୍ତି। ଏହା ସହ ବଳକା ଟଙ୍କାର ଗୋଟିଏ ବଡ଼ ଭାଗକୁ ମଧ୍ୟ ଆପଣ ଏକାଥରେ ଦେଇ ପାରିବେ। ଏହାଦ୍ୱାରା ଲୋନ୍ ଅବଧି ଓ କିସ୍ତି କମିଯାଏ। ପାର୍ଟ ପେମେଣ୍ଟ୍ କିମ୍ବା ଫୋରକ୍ଲୋଜର ପାଇଁ ଲିଖିତ ଆବେଦନ କରିବାକୁ ପଡିଥାଏ। ଏଥିପାଇଁ ଆଇଡି ଓ ଘର ଠିକଣା ପ୍ରମାଣ ସହ ଲୋନ୍ ପେପର ଜମା କରିବାକୁ ପଡ଼ିଥାଏ।

ଲୋନର ପାର୍ଟ ପେମେଣ୍ଟ୍ ଉପରେ କୌଣସି ଚାର୍ଜ ଲାଗୁ ହୁଏନା। ତେବେ କିଛି ଆର୍ଥିକ ସଂସ୍ଥା ଫୋରକ୍ଲୋଜିଂ ଚାର୍ଜ୍ ଅସୁଲ କରନ୍ତି। ହୋମ୍ ଲୋନ୍ ବନ୍ଦ ହେବା ପରେ ବ୍ୟାଙ୍କ ଠାରୁ ଘର କାଗଜପତ୍ର ଆଣିବା ଜରୁରୀ ହୋଇପଡ଼େ।

ଟପ୍ଅପ୍ ଲୋନ୍

ଆଗରୁ ଚାଲୁଥିବା ଲୋନ୍ ଉପରେ ଟପ୍ ଅପ୍ ଲୋନ୍ ନିଆ ଯାଇପାରେ। ଆର୍ଥିକ ଆବଶ୍ୟକତା ପୁରଣ କରିବା ପାଇଁ ଏଭଳି ଲୋନ୍ ନିଆଯାଇଥାଏ। ଟପ୍-ଅପ୍ ଲୋନ୍ ସୁବିଧା ପାଇଁ ଗ୍ରାହକଙ୍କୁ ଗୋଟିଏ ଫର୍ମ ପୁରଣ କରିବାକୁ ପଡ଼ିଥାଏ। ଏହାସହ କେୱାଇସି ଦସ୍ତାବିଜ୍ (ପାନ୍, ପରିଚୟ ପତ୍ର ଓ ଠିକଣା ପ୍ରମାଣ), ଆୟ ପ୍ରମାଣ, ନିଯୁକ୍ତି ପ୍ରମାଣ, ଟାଇଟଲ ଡିଡ୍ ଓ ଦସ୍ତାବିଜ୍ ସହ ସଂପର୍କିତ ପୁରୁଣା କାଗଜପତ୍ର ଦେବାକୁ ପଡିଥାଏ।

ସାଧାରଣତଃ ଏଭଳି ଲୋନ୍ ଉପରେ ପ୍ରୋସେସିଂ ଫି’ ଦେବାକୁ ପଡିଥାଏ। ଯେହେତୁ ଏହା ପର୍ସନାଲ ଲୋନ୍ ହୋଇଥାଏ, ତେଣୁ ଏହା ଉପରେ ସୁଧ ହାର ଅଧିକ ରହେ।

କ’ଣ ଧ୍ୟାନରେ ରଖିବେ?

– ଫୋରକ୍ଲୋଜର ପୂର୍ବରୁ ମୂଳ ଓ ସୁଧ ପେମେଣ୍ଟ୍ ଉପରେ ମିଳିବାକୁ ଥିବା ଟ୍ୟାକ୍ସ ବେନିଫିଟ୍‌ର ଧ୍ୟାନ ରଖନ୍ତୁ।

– ବାଲାନ୍‌ସ ଟ୍ରାନ୍‌ସଫର ସହିତ ଆର୍ଥିକ ସଂସ୍ଥା କିମ୍ବା ବ୍ୟାଙ୍କଠାରୁ ଟପ୍-ଅପ୍ ଲୋନ୍ ନିଆ ଯାଇ ପାରିବ