ଗ୍ଲୋବାଲ ମାର୍କେଟ୍ ବାବଦରେ ଜ୍ଞାନର ଅଭାବ ଅଛି କି? ତାହେଲେ ସୁରକ୍ଷିତ ଫଣ୍ଡ୍‌ରେ ହିଁ  ନିବେଶ ଜାରି ରଖନ୍ତୁ..

ଗତ ଏକ ବର୍ଷ ଭିତରେ ମ୍ୟୁଚୁଆର ଫଣ୍ଡର ଅନ୍ତର୍ଜାତୀୟ ଶ୍ରେଣୀ ପାଖାପାଖି ୧୫ ପ୍ରତିଶତ ଲାଭ ଦେଇଛି। ଏହାକୁ ଦେଖି ଅଚାନକ ଅନେକ ମ୍ୟୁଚୁଆଲ ଫଣ୍ଡ ନିବେଶକ ନିଜ ପୋର୍ଟଫୋଲିଓରେ ଇଣ୍ଟରନାସନାଲ ଫଣ୍ଡକୁ ସାମିଲ କରିବାକୁ ଚିନ୍ତା କରୁଛନ୍ତି। ସେମାନେ ମନେ କରୁଛନ୍ତି ଯେ, ଅତିକମରେ ଗୋଟିଏ ସ୍କିମକୁ ପୋର୍ଟଫୋଲିଓରେ ସାମିଲ କରିବା ଠିକ୍ ରହିବ। ତେବେ ମ୍ୟୁଚୁଆଲ ଫଣ୍ଡ୍ ପରାମର୍ଶଦାତା ଏଭଳି ନିବେଶକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି।

କେଉଁଭଳି ରହିଛି ପ୍ରଦର୍ଶନ?

ଇଣ୍ଟରନାସନାଲ ଫଣ୍ଡ୍‌ କ୍ୟାଟେଗୋରି ଗତ ଏକ ବର୍ଷ ଭିତରେ ୧୪.୪୦ ପ୍ରତିଶତ ରିଟର୍ଣ୍ଣ ଦେଇଛି। ଅନ୍ୟପକ୍ଷରେ ଗତ ତିନିବର୍ଷ ଭିତରେ ଏହାର ରିଟର୍ଣ୍ଣ ୮.୬୮ ଓ ୫ ବର୍ଷରେ ୬.୩୪ ପ୍ରତିଶତ ରହିଛି। ଏହି ଶ୍ରେଣିର ଶୀର୍ଷ ୬ ସ୍କିମ ଗତ ଏକ ବର୍ଷ ଭିତରେ ୨୫ ପ୍ରତିଶତ ଲାଭ ଦେଇଛନ୍ତି। ଏହି ଶ୍ରେଣୀର ଅଧ୍ୟୟନରୁ ଜଣା ପଡୁଛି ଯେ, ଶୀର୍ଷରେ ଥିବା ୧୦ଟି ଯାକ ସ୍କିମ ନିବେଶର ଭିନ୍ନ ରଣନୀତି ଆପଣାଇ ଥିଲେ। ସେମାନେ ଭିନ୍ନ ପ୍ରକାରର ବଜାରରେ ନିବେଶ କରନ୍ତି।

ଏଠି ଆମେ ଏକ ବର୍ଷ ମଧ୍ୟରେ ସର୍ବାଧିକ ରିଟର୍ଣ୍ଣ ଦେଇଥିବା ୧୦ ଇଣ୍ଟରନାସନାଲ ଫଣ୍ଡ୍ ସଂପର୍କରେ କହିବୁ..

  • ମୋତିଲାଲ ଓସୱାଲ ନାସଦାକ୍ ୧୦୦ ଇଟିଏଫ୍। ଏହି ସ୍କିମର ବେଞ୍ଚ୍‌ମାର୍କ ନାସାଦାକ୍ ୧୦୦ ଇଣ୍ଡେକ୍ସ। ଏହା ଆମେରିକା ବଜାରର ବ୍ଲୁଚିପ୍ କମ୍ପାନିରେ ନିବେଶ କରିଥାଏ।
  • ଏଡଲାୱାଇଜ୍ ଗ୍ରେଟର ଚାଇନା ଇକ୍ୱିଟି ଅଫ୍‌ସୋର ଫଣ୍ଡ୍, ଏହି ସ୍କିମ୍ ଜେପି ମାର୍ଗନ ଫଣ୍ଡ୍-ଗ୍ରେଟର ଚାଇନା ଇକ୍ୱିଟି ଫଣ୍ଡରେ ନିବେଶ କରିଥାଏ। ଯାହା ମୁଖ୍ୟତଃ ଚୀନ କମ୍ପାନିରେ ନିବେଶ କରିଥାଏ।
  • ମୋତିଲାଲ ୱସୱାଲ ନାସାଦାକ ୧୦୦ ଏଫଓଏଫ, ଏହା ଫଣ୍ଡ୍ ଅଫ୍ ପଣ୍ଡସ୍ ମୋତିଲାଲ ୱସୱାଲ ୧୦୦ ଇଟିଏଫର ୟୁନିଟରେ ନିବେଶ କରିଥାଏ।

  • କୋଟାକ ୱାର୍ଲଡ ଗୋଲ୍ଡ ଫଣ୍ଡ୍ ଏହି ସ୍କିମ ବିଶ୍ୱର ସୁନା ପ୍ରୋସେସିଂ ଓ ମାର୍କେଟିଂ ସହ ସଂପର୍କିତ କଂପାନିରେ ନିବେଶ କରିଥାଏ
  • ଫ୍ରାଙ୍କଲିନ୍ ଫିଡର ଫ୍ରାଙ୍କଲିନ୍ ୟୁଏଏସ ଅପର୍ଚ୍ୟୁନିଟ୍ ମୁଖ୍ୟତଃ ଫ୍ରାଙ୍କଲିନ୍ ୟୁଏଏସ ଅପର୍ଚ୍ୟୁନିଟ ଫଣ୍ଡରେ ନିବେଶ କରିଥାଏ।
  • ପିଜିଆଇଏମ୍ ଇଣ୍ଡିଆ ଗ୍ଲୋବାଲ ଇକ୍ୱିଟି ଅପର୍ଚ୍ୟୁନିଟ୍, ଏହି ଫଣ୍ଡ୍ ମୁଖ୍ୟତଃ କୃଷିକୁ ଫୋକସ କରୁଥିବା ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥାଏ।
  • ନିପ୍ପନ୍ ଇଣ୍ଡିଆ ୟୁଏଏସ ଇକ୍ୱିଟି ଅପର୍ଚ୍ୟୁନିଟ୍, ଏହି ସ୍କିମ୍ ଆମେରିକା ଷ୍ଟକ ଏକ୍ସଚେଞ୍ଜରେ ସୂଚିବଦ୍ଧ କମ୍ପାନିରେ ନିବେଶ କରିଥାଏ। ବାକି ନିବେଶ ଭାରତୀୟ ବଜାରରେ ଡେଟ୍ ଫଣ୍ଡ ଓ ମାର୍କେଟ୍ ସିକ୍ୟୁରିଟିଜ୍ ରେ ନିବେଶ କରିଥାଏ।
  • ଡିଏସପି ୱାର୍ଲ୍ଡ ଗୋଲ୍ଡ ଫଣ୍ଡ୍,ଏହି ସ୍କିମ୍ ମୁଖ୍ୟତଃ ବ୍ଲାକରକର ୱାର୍ଲ୍ଡ ଗୋଲ୍ଡ ୟୁନିଟରେ ନିବେଶ କରିଥାଏ।
  • ଆଇସିଆଇସିଆଇ ପ୍ରୁ ୟୁଏଏସ୍ ବ୍ଲୁଚିପ୍ ଇକ୍ୱିଟି ଫଣ୍ଡ୍ ଆମେରିକାର ମାନ୍ୟତାପ୍ରାପ୍ତ ଷ୍ଟକ୍ ଏକ୍ସଚେଂଜରେ ସୂଚିବଦ୍ଧ ଥିବା କଂପାନିରେ ନିବେଶ କରିଥାଏ।
  • ଏଡଲୱାଇଜ୍ ୟୁଏସ୍ ଭାଲ୍ୟୁ ଇକ୍ୱିଟି ଅଫସୋର ଫଣ୍ଡ୍ ମୁଖ୍ୟତଃ ଜେପି ମର୍ଗାନ ୟୁଏସ୍‌ ଭାଲ୍ୟୁ ଫଣ୍ଡ୍‌ରେ ନିବେଶ କରିଥାଏ।

କୁହନ୍ତି ବିଶେଷଜ୍ଞ?

ବିଶେଷଜ୍ଞଙ୍କ ଅନୁସାରେ ଇଣ୍ଟରନ୍ୟାସନାଲ ଫଣ୍ଡର କ୍ୟାଟେଗୋରି ବହୁତ ଡାଇଭର୍ସ ହୋଇଥାଏ। ନିବେଶକଙ୍କୁ ଏଭଳି ସ୍କିମରୁ ରିଟର୍ଣ୍ଣ ପଛରେ ଦୌଡିବା ଭୁଲ କରିବା ଉଚିତ ନୁହେଁ। ଏଭଳି ଫଣ୍ଡରେ ଅଧିକ ରିସ୍କ ଥାଏ। ନିବେଶକଙ୍କୁ ଏଭଳି ଫଣ୍ଡରେ ଟଙ୍କା ଲଗାଇବା ପୂର୍ବରୁ ନିଜ ନିବେଶ କ୍ଷମତାକୁ ଦେଖିବାକୁ ପଡ଼ିବ। ସେମାନଙ୍କୁ ଏହା ମଧ୍ୟ ବୁଢିବାକୁ ପଡିବ ଯେ, ଏଭଳି ଫଣ୍ଡରେ ଅଧିକ ଅସ୍ଥିରତା ଥାଏ।

ଯଦି ବି ଆପଣ ରିସ୍କ ନିଅନ୍ତି ଓ ଆକ୍ରମାକ ଶ୍ରେଣୀର ନିବେଶକ ତଥାପି ଆପଣ କେବଳ ରିଟର୍ଣ୍ଣ ଲୋଭରେ କୌଣସି ଇଣ୍ଟରନାସନାଲ ଫଣ୍ଡ୍‌ରେ ନିବେଶ କରନ୍ତୁ ନାହିଁ।

ଆପଣ କ’ଣ କରିବା ଉଚିତ?

ମ୍ୟୁଚୁଆଲ ଫଣ୍ଡ୍ ପରାମର୍ଶଦାତାଙ୍କ କହିବା ହେଉଛି ଆପଣ ଯଦି ବିଶ୍ୱ ବଜାର ବାବଦରେ କମ ଜ୍ଞାନ ରଖନ୍ତି ତେବେ ଭଲ ହେବ ଏଭଳି ଫଣ୍ଡ୍‌ରୁ ଦୁରେଇ ରହିବା। ଏଭଳି ପରିସ୍ଥିତିରେ ଆପଣଙ୍କ ପାଇଁ ସୁରକ୍ଷିତ ଫଣ୍ଡ୍‌ରେ ନିବେଶ ଜାରି ରଖିବା ଅଧିକ ଠିକ୍ ହେବ। ଆମେରିକା ତୁଳନାରେ ବ୍ରାଜିଲ, ଜର୍ମାନି ଭଳି ଛୋଟ ବଜାରକୁ ଟ୍ରାକ୍ କରିବା ମଧ୍ୟ କଷ୍ଟକର ହୋଇଥାଏ।