ଫିକ୍ସଡ ଡିପୋଜିଟ୍ ବିଷୟରେ ଆପଣ ଶୁଣିଥିବେ କିନ୍ତୁ କେବେ ଫିକ୍ସଡ୍ ମାଚ୍ୟୁରିଟି ପ୍ଲାନ କଥା ଶୁଣିଛନ୍ତି? ଏହି ପ୍ଲାନ କେଉଁମାନଙ୍କ ପାଇଁ ବିଶେଷ ଉପଯୋଗୀ? କ’ଣ ପାଇଁ ଆପଣ ଫିକ୍ସଡ୍ ଡିପୋଜିଟ(ଏଫଡି) ବଦଳରେ ଫିକ୍ସଡ୍ ମାଚ୍ୟୁରିଟି ପ୍ଲାନ (ଏଫଏମପି)କୁ ବାଛିବା ଅଧିକ ବୁଦ୍ଧିମାନର କାମ ହେବ? ଆସନ୍ତୁ ଜାଣିବା ଏ ବିଷୟରେ..

time deposite or fix deposite

  • ଫିକ୍ସଡ୍ ଡିପୋଜିଟର ବିକଳ୍ପ କିଏ?

ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି) ହେଉଛି ଏକ୍ ଡେଟ୍ ପ୍ରଡକ୍ଟ। ଏହାକୁ ଏପଡି ବା ଫିକ୍ସଡ୍ ଡିପୋଜିଟର ବିକଳ୍ପ ବୋଲି କୁହାଯାଇଥାଏ। କାରଣ ଏଥିରେ ଜଣେ ନିବେଶକ ଅଧିକ ଟ୍ୟାକ୍ସ ରିହାତି ପାଇ ପାରିବେ। ଆମେ ଏଠି ଏଫଏମପି ବାବଦରେ ସବୁକିଛି କହିବୁ। ଯାହାଦ୍ୱାରା ଆପଣଙ୍କୁ ଏଫଏମପିକୁ ବୁଝିବାରେ ସୁବିଧା ହେବ।

  • ଏଫଏମପି କଣ?

ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି) କ୍ଲୋଜଡ୍ ଏଣ୍ଡ୍ ଡେଟ୍ ଫଣ୍ଡ। ଯେଉଁଥିରେ ଏକ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ମ୍ୟାଚୁରିଟି ଅବଧି ରହିଥାଏ। ତିନି ବର୍ଷ ପରେ ଡେଟ୍ ଫଣ୍ଡ୍ ଲମ୍ବା ଅବଧିର କ୍ୟାପିଟାଲ ଗେନ୍ (ପୁଂଜିଗତ ଲାଭ) ଟ୍ୟାକ୍ସର ଲାଭ ଉଠାଇ ପାରିଥାନ୍ତି ତେଣୁ ତିନି ବର୍ଷ ପର୍ଯ୍ୟନ୍ତର ଏଫଏମପି ବର୍ତ୍ତମାନ ନିବେଶକଙ୍କ ମଧ୍ୟରେ ବେଶି ଲୋକପ୍ରିୟ। ଏଫଏମପି ମୁଖ୍ୟତଃ ଡେଟ୍ ଆଧାରିତ ହୋଇଥାଏ। ଯାହାର ଲକ୍ଷ୍ୟ ଫିକ୍ସଡ୍ ମ୍ୟାଚୁରିଟି ପିରିୟଡରେ ନିୟମିତ ରିଟର୍ଣ୍ଣ ପ୍ରଦାନ କରିବା। ଏପରି ଭାବେ ନିବେଶକ ବଜାରର ଅସ୍ଥିରତାରୁ ବର୍ତ୍ତି ଯାଇଥାନ୍ତି।

  • ଏଫଏମପି କେମିତି କାମ କରିଥାଏ?

ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି) ପୋର୍ଟଫୋଲିଓରେ ବିଭିନ୍ନ ପ୍ରକାରର ଫିକ୍ସଡ୍ ଇନକମ୍ ଉପାୟ ଥାଏ। ଏମାନଙ୍କ ମ୍ୟାଚୁରିଟିର ଅବଧି ପରସ୍ପର ସହ ମେଳ ଖାଇଥାନ୍ତି। ଏଫଏମପିର ଅବଧି ଆଧାରରେ ଫଣ୍ଡ୍ ମ୍ୟାନେଜର ଇନଷ୍ଟ୍ର୍ୟୁମେଣ୍ଟରେ ଏମିତି ନିବେଶ କରିଥାନ୍ତି ଯେ, ସବୁ ଏକକାଳୀନ ମ୍ୟାଚୁର ହୁଅନ୍ତି।ପ୍ଲାନ ଅବଧି କାଳରେ ମ୍ୟାଚୁରିଟି ତାରିଖ ପର୍ଯ୍ୟନ୍ତ ସବୁ ୟୁନିଟକୁ ହୋଲ୍ଡ୍ କରାଯାଇଥାଏ। ଏମିତି ନିବେଶକଙ୍କୁ ରିଟର୍ଣ୍ଣର ଏକ ମୋଟା ଅନୁମାନ ମିଳିଥାଏ।

  • ଏଫଏମପି କେଉଁଠି ନିବେଶ କରିଥାଏ?

ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି) ସାଧାରଣତଃ ସାର୍ଟିଫିକେଟ୍ ଅଫ୍ ଡିପୋଜିଟ୍ (ସିଡି),କମର୍ସିଆଲ ପେପର (ସିପି) ମନି ମାର୍କେଟ୍ ଇନଷ୍ଚ୍ର୍ୟୁମେଣ୍ଟରେ ନିବେଶ କରିଥାଏ। ଏହି ଟଙ୍କାକୁ ନିବେଶର ନିର୍ଦ୍ଧାରିତ ଅବଧିରେ ଲଗା ଯାଇଥାଏ। ବେଳେବେଳେ ଏଫଏମପି ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟରେ ମଧ୍ୟ ଟଙ୍କା ଲଗାଇଥାଏ।

  • ଏଫଏମପିକୁ କେତେବେଳେ ବିକ୍ରି କରିପାରିବେ?

ପ୍ରଥମରୁ ହିଁ କୁହାଯାଇଛି ଯେ, ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି) କ୍ଲୋଜ୍ ଏଣ୍ଡେଡ୍ ଫଣ୍ଡ୍। ତେଣୁ କେବଳ ଷ୍ଟକ୍ ଏକ୍ସଚେଂଜରେ ହିଁ ଏହାର ଟ୍ରେଡିଂ ହୋଇଥାଏ। ତେବେ,ୟୁନିଟର କିଣା ବିକା ନାମମାତ୍ର ହୋଇଥାଏ। ଯାହା ଫଳରେ ଏଫଏମପିକୁ ଆପଣ ଯେତେବେଳେ ଚାହିଁବେ ନିଜ ଇଛାରେ ବିକ୍ରି କରିପାରିବେ ନାହିଁ। ଅନ୍ୟପକ୍ଷରେ ଓପନ ଏଣ୍ଡେଡ୍ ଡେଟ୍ ଫଣ୍ଡକୁ ପ୍ରତିଦିନ କିଣା ବିକା ଯାଇପାରିବ।

pension plan

  • ନିବେଶକଙ୍କ ପାଇଁ ଏଫଏମପିର ଫାଇଦା କ’ଣ?

ଏଫଏମପି ଫାଇଦା ନମ୍ବର ୧ :ପୁଂଜି ସୁରକ୍ଷିତ ରହିଥାଏ। ଯେହେତୁ ଏହା ଡେଟ୍ ଇନଷ୍ଟ୍ର୍ୟୁମେଣ୍ଟରେ ନିବେଶ କରିଥାଏ ତେଣୁ ଇକ୍ୱିଟି ଫଣ୍ଡ ତୁଳନାର ଏଥିରେ ପୁଂଜି ଡୁବିବା ଆଶଙ୍କା କମ ଥାଏ। ପ୍ରତିଭୁତିକୁ ମ୍ୟାଚୁରିଟି ପର୍ଯ୍ୟନ୍ତ ହୋଲ୍ଡ କରାଯାଉଥିବା କାରଣରୁ ଏଫଏମପି ଉପରେ ସୁଧ ଦର ଅସ୍ଥିରତାର ପ୍ରଭାବ ପଡିନଥାଏ।

ଏଫଏମପି ଫାଇଦା ନମ୍ବର ୨: ଟ୍ୟାକ୍ସ ଫାଇଦା। ଏଫଡି କିମ୍ବା ଲିକ୍ୱିଡ୍ ଓ ଅଲ୍ଟ୍ର ସର୍ଟ ଟର୍ମ ଡେଟ୍ ଫଣ୍ଡ ମୁକାବିଲାରେ ଏଫଏମପିରେ ଟ୍ୟାକ୍ସ ପରେ ଭଲ ରିଟର୍ଣ୍ଣ ମିଳିଥାଏ। ଇଣ୍ଡେକ୍ସେସନ ବେନିଫିଟ୍ ଦେଉଥିବାରୁ ଏପରି ହୋଇଥାଏ। ଇଣ୍ଡେକ୍ସେସନ କ୍ୟାପିଟାଲ ଗେନସକୁ କମ କରିବାରେ ସାହାଯ୍ୟ କରିଥାଏ।ଏମିତି ଭାବେ ଟ୍ୟାକ୍ସ କମିଥାଏ।

ଏଫଏମପି ଫାଇଦା ନମ୍ବର ୩: କମ ଏକ୍ସପେନ୍ସ ରେସିଓ। ମ୍ୟାଚୁରିଟି ପର୍ଯ୍ୟନ୍ତ ରଖାଯାଉଥିବାରୁ ଇନଷ୍ଟ୍ର୍ୟୁମେଣ୍ଟର କିଣା ବିକାରେ ସଂଚୟ ହୋଇଥାଏ। ଏହିଭଳି ଭାବେ ନିବେଶକଙ୍କ ପାଇଁ ଏକ୍ସପେନ୍ସ ରେସିଓ କମ ହୋଇଥାଏ। ମାନେ ଏଥିରେ ନିବେଶର ଖର୍ଚ୍ଚ କମ ହୋଇଯାଏ।