ସଞ୍ଚୟ ଭଲ ଅଭ୍ୟାସ। ସଞ୍ଚୟ ଅସମୟରେ ଆପଣଙ୍କୁ ସାହରା ଦେଇଥାଏ। ପ୍ରତିମାସରେ ବିନା ରିସ୍କରେ ଏକ ନିଶ୍ଚିତ ରିଟର୍ଣ୍ଣ ପାଇଁ ରିକରିଂ ଡିପୋଜିଟ୍ (ଆର୍‌ଡି) ଗୋଟିଏ ଭଲ ବିକଳ୍ପ। ଆପଣ ଯଦି ପ୍ରତି ମାସରେ ଗୋଟିଏ ନିଶ୍ଚିତ ରାଶି ବଞ୍ଚାଇବେ ତେବେ କିଛି ସମୟ ପରେ ଆପଣଙ୍କ ପାଖରେ ଗୋଟିଏ ବଡ ରାଶି ଜମା ହୋଇ ପାରିବ। ଆପଣ କୌଣସି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ରିକରିଂ ଡିପୋଜିଟ୍ ଖାତା ଖୋଲି ପାରିବେ। ତେବେ ବେଳେ ବେଳେ ମନକୁ ପ୍ରଶ୍ନ ଆସେ ଯେ, ବ୍ୟାଙ୍କ ଆର୍‌ଡି ଭଲ ନା ପୋଷ୍ଟାଲ ଆର୍‌ଡି  ଭଲ। ଆସନ୍ତୁ ଜାଣିବା ଆର୍‌ଡି କେଉଁଠି ଖୋଲିବା ନିବେଶ ଦୃଷ୍ଟିରୁ ଅଧିକ ଲାଭପ୍ରଦ।

ପୋଷ୍ଟାଲ ଅଫିସ ଆର୍ଡି

ଇଣ୍ଡିଆ ପୋଷ୍ଟ ପାଖରେ ସମଗ୍ର ଦେଶରେ ଦେଢ଼ ଲକ୍ଷ ଡାକଘରର ବିଶାଳ ନେଟୱର୍କ ରହିଛି। ଏହି ନେଟୱର୍କ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ବ୍ୟାଙ୍କିଂ ସୁବିଧା ଦେଇଥାଏ। ଏଥିରେ ଆର୍‌ଡି ସୁବିଧା ମଧ୍ୟ ରହିଛି। ଆର୍‌ଡି ଖାତା ନଗଦ ସହ ଚେକ୍ ଦ୍ୱାରା ମଧ୍ୟ ଖୋଲା ଯାଇ ପାରିବ। ଅଭିଭାବକ ଅପ୍ରାପ୍ତ ବୟସ୍କଙ୍କ ନାମରେ ମଧ୍ୟ ଆର୍‌ଡି ଖାତା ଖୋଲି ପାରିବେ।

ବ୍ୟାଙ୍କ ପୋଷ୍ଟାଲ ଆର୍ଡି ଭିତରେ ଫରକ କଣ?

ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ, ଉଭୟ ଆର୍‌ଡି ମଧ୍ୟରେ ବିଶେଷ ଫରକ ନାହିଁ। ବ୍ୟାଙ୍କ ଯାହା ଦିଏ ପୋଷ୍ଟାଲ ଆର୍‌ଡି ମଧ୍ୟ ତାହା ଦେଇଥାଏ। ବ୍ୟାଙ୍କ ଆର୍‌ଡି ଭଳି ପୋଷ୍ଟାଲ ଆର୍‌ଡି ଉପରେ ମଧ୍ୟ ଟ୍ୟାକ୍ସ ପଡ଼ିଥାଏ।। ତେବେ  ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କ ଅପେକ୍ଷା ପୋଷ୍ଟ ଅଫିସରେ ଆପଣଙ୍କ ଟଙ୍କା ଅଧିକ ସୁରକ୍ଷିତ ରହିଥାଏ।

ବ୍ୟାଙ୍କରେ ଆପଣ ଅନଲାଇନ୍ ଟଙ୍କା ଜମା  କରି ପାରିବେ କିନ୍ତୁ ପୋଷ୍ଟାଲ୍‌ରେ ଏହି ସୁବିଧା ସୀମିତ। ବ୍ୟାଙ୍କ ଅଧିକ ଇନୋଭେଟିଭ୍ ହୋଇଥାନ୍ତି। କିଛି ବ୍ୟାଙ୍କରେ ଆପଣ ଆରଡିକୁ ପଜ୍(ସାମୟୀକ ଭାବେ ବନ୍ଦ) କରିବା ପରେ ମଧ୍ୟ  ପୁଣିଥରେ ଚାଲୁ କରିପାରିବେ।

ବ୍ୟାଙ୍କ୍ ଆର୍ଡି ଅଧିକ ଭଲ?

ପୋଷ୍ଟାଲ ଆର୍‌ଡି ତୁଳନାରେ ବ୍ୟାଙ୍କ ଆର୍‌ଡି ଅଧିକ ଭଲ ବୋଲି ବିଶେଷଜ୍ଞ କୁହନ୍ତି। ପୋଷ୍ଟାଲ ଆରଡି ଖୋଲିବା ତୁଳନାରେ ବ୍ୟାଙ୍କ ଆରଡି ଖୋଲିବା ଅଧିକ ସହଜ ହୋଇଥାଏ। ବ୍ୟାଙ୍କ ଆରଡି ଖୋଲିଲେ ଅଧିକ ସୁବିଧା ଦେଇଥାଏ। ଏଥିରେ ଅନଲାଇନ୍ ଟଙ୍କା ଜମା କରିପାରିବେ।

ଅବଧି: ପୋଷ୍ଟ ଅଫିସରେ ଖାତା ପରିପକ୍ୱତା ଅବଧି ୫ ବର୍ଷ ହୋଇଥାଏ। ଏହାକୁ ମଧ୍ୟ ପ୍ରତି ବର୍ଷ ବଢ଼ା ଯାଇପାରେ। ସର୍ବନିମ୍ନ ୧୦ ଟଙ୍କାରେ ପୋଷ୍ଟାଲ ଆର୍‌ଡି ଖୋଲା ଯାଇ ପାରିବ। ପୋଷ୍ଟାଲ ଆର୍‌ଡିରେ ନିବେଶର କିଛି ସର୍ବାଧିକ ସୀମା ନଥାଏ।

time deposite or fix deposite

ସୁଧ ହାର: ପୋଷ୍ଟାଲ ଆରଡିରେ ୭ ପ୍ରତିଶତରୁ ଅଧିକ ସୁଧ ମିଳିଥାଏ। ପ୍ରତି ତିନିମାସରେ ପୋଷ୍ଟାଲ ଆରଡି ସୁଧର ସମୀକ୍ଷା ହୋଇଥାଏ। କେନ୍ଦ୍ର ସରକାର ଏହି ସମୀକ୍ଷା କରନ୍ତି ଓ ସୁଧା ହାର ନିର୍ଦ୍ଧାରିତ କରନ୍ତି। ସାଧାରଣତଃ ବ୍ୟାଙ୍କ ନିଜ ଆର୍‌ଡି ସୁଧହାରରେ ପରିବର୍ତ୍ତନ କରିନଥାନ୍ତି। ଥରୁଟିଏ ସୁଧ ହାର ନିର୍ଦ୍ଧାରିତ ହେବା ପରେ ଅବଧି ସରିବା ପର୍ଯ୍ୟନ୍ତ ସୁଧ ଅପରିବର୍ତ୍ତିତ ରୁହେ।

ପରିପକ୍ୱତା ପୂର୍ବରୁ ଟଙ୍କା ଉଠାଣ: ପୋଷ୍ଟାଲ ଓ ବ୍ୟାଙ୍କ ଆର୍‌ଡି, ଉଭୟକୁ ସମୟ ପୂର୍ବରୁ ଭଙ୍ଗା ଯାଇ ପାରିବ। ତେବେ ଏଥିପାଇଁ ଆପଣଙ୍କୁ ଫାଇନ୍ ଦେବାକୁ ପଡ଼ିଥାଏ। ଡାକଘରେ ଆର୍‌ଡି କରିଥିଲେ ଏକ ବର୍ଷ ପରେ ଆପଣ ମୋଟ ଜମାର ୫୦ ପ୍ରତିଶତ ଉଠାଇ ପାରିବେ।