ଖୁବଶୀଘ୍ର ଭାରତରେ ଲଞ୍ଚ୍ ହେବାକୁ ଯାଉଛି ‘ହ୍ୱାଟ୍‌ସଆପ୍ ପେ’। ଗୁଗୁଲ ପେ, ଫୋନ୍‌ ପେ’ ଭଳି ଏଣିକି ଲୋକେ ‘ହ୍ୱାଟ୍‌ସଆପ୍‌ରେ ମଧ୍ୟ ଟଙ୍କା ପଠାଇପାରିବେ। ନାସନାଲ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଏହାକୁ ସବୁଜ ସଙ୍କେତ ଦେଇଛି। ଫଳରେ ଖୁବ୍‌ଶୀଘ୍ର ଏହାକୁ ଭାରତରେ ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତି ଚାଲିଛି।

ଦୀର୍ଘ ଦୁଇ ବର୍ଷ ଧରି କମ୍ପାନି ଏହାର ଟେଷ୍ଟିଂ ଜାରି ରଖିଥିଲା। ବର୍ତ୍ତମାନ ଏନ୍‌ପିସିଆଇର ସବୁଜ ସଙ୍କେତ ମିଳିବ ପରେ ଏହାକୁ ନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ବହୁତ ବେଶୀ। ବର୍ତ୍ତମାନ ଭାରତୀୟମାନେ ପେଟିଏମ୍, ଗୁଗୁଲ୍ ପେ ଓ ଫୋନ୍ ପେ ଭଳି ପେମେଣ୍ଟ୍ ଆପ୍ ଏହାଦ୍ୱାରା ବେଶ୍‌ ପ୍ରଭାବିତ ଅଛନ୍ତି। ହ୍ୱାଟ୍‌ସଆପ୍‌ରେ ପେମେଣ୍ଟ ପ୍ରକ୍ରିୟା ଆରମ୍ଭ ହେଲେ ଏହି ଆପ୍‌ଗୁଡ଼ିକର ଚାହିଦା କମିଯିବ ବୋଲି ଆଶଙ୍କା କରାଯାଉଛି।