କେମିତି ଅଳ୍ପ ଅଳ୍ପ ଜମା କରି ସୁରକ୍ଷିତ କରିପାରିବେ ଭବିଷ୍ୟତ

NPS କ’ଣ ?

ଏନ୍‌ପିଏସ୍‌ ଅର୍ଥାତ୍‌ ନାସନାଲ ପେମେଣ୍ଟ ସିଷ୍ଟମ। ନାସନାଲ ପେମେଣ୍ଟ ସିଷ୍ଟମରେ ଯେଉଁ ପେନସନ୍ ଖାତାଗୁଡିକର ପରିଚାଳନା ହୋଇଥାଏ, ସେଥିରେ ସବସ୍କ୍ରାଇବର ନିୟମିତ ଭାବେ ନିଜ ଯୋଗଦାନ ଦେଇପାରିବେ। ଯାହାଫଳରେ ସେମାନଙ୍କ ପାଇଁ ଅବସରକାଳୀନ ଭତ୍ତା ଯୋଗାଡ ହୋଇଥାଏ। ଏହା ସହ ଯୋଗଦାନ ଅବଧି କାଳରେ ଆୟକରରେ ମଧ୍ୟ ରିହାତି ମିଳିଥାଏ। ଏଭଳି ଅନେକ ଉପାୟ ଅଛି ଯାହା ଜରିଆରେ ଆପଣ ଟିୟର ୱାନ ଓ ଟିୟର ଟୁ ଖାତାରେ ଅର୍ଥ ଜମା କରି ପରିବେ। ଆସନ୍ତୁ ଜାଣିବା ସେସବୁ ଉପାୟ କ’ଣ..

money

ନ୍ୟୁନତମ ଯୋଗଦାନ:

ଖାତା ଖୋଲିବା ସମୟରେ ଯୋଗଦାନକାରୀଙ୍କୁ ଟିୟର ୱାନ(ପେନସନ୍) ଖାତାରେ ୫୦୦ ଟଙ୍କା ଓ ଟିୟର ଟୁ(ପେନସନ) ଖାତାରେ ୧୦୦୦ ଟଙ୍କା ଜମା କରିବାକୁ ପଡିଥାଏ। କୌଣସି ଆର୍ଥିକ ବର୍ଷରେ ଟିୟର ୱାନ ଖାତାରେ ଜମାକାରୀଙ୍କୁ ଅତିକମରେ ୧୦୦୦ ଟଙ୍କା ଓ ଟିୟର ଟୁ ଖାତାରେ ୨୫୦ ଟଙ୍କା ଜମା କରିବାକୁ ପଡିଥାଏ।

ଯୋଗଦାନର ଉପାୟ କ’ଣ?

ଖାତାର ଅର୍ଥ ଜମା କରୁଥିବା ବ୍ୟକ୍ତି ନିଜେ ଯାଇକରି ଅର୍ଥ ଜମା କରି ପାରିବେ କିମ୍ବା ଇଏନପିଏସ ଜରିଆରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିପାରିବେ।

Purchase Order_

କେଉଁ ଫର୍ମ ବ୍ୟବହାର କରିବାକୁ ପଡିଥାଏ?

ବ୍ୟକ୍ତିଗତ ଭାବେ ଜମା କରୁଥିବା ସବସ୍କ୍ରାଇବରଙ୍କୁ ଏନପିଏସ କଣ୍ଟ୍ରିବ୍ୟୁସନ ଇନଷ୍ଟ୍ରକସନ ସ୍ଲିପ୍ ପୁରଣ କରିବାକୁ ପଡିଥାଏ। ଏହାକୁ ନିକଟରେ ଥିବା POP-SP କିମ୍ବା ଏନପିଏସ ୱେବସାଇଟରୁ ଜଣେ ନେଇପାରିବେ। ଏଥିରେ ସବସ୍କ୍ରାଇବରଙ୍କ PRAN, ନାମ,ଯୋଗଦାନ ରାଶି ଏବଂ କେଉଁ ଭଳି ଭାବେ ପେମେଣ୍ଟ କରିବେ ତାହା ପୁରଣ କରିବାକୁ ପଡେ। ଯୋଗଦାନ ସ୍ଲିପକୁ ପୁରଣ କରି କୌଣସି POP-SP ରେ ଜମା କରିବାକୁ ପଡେ। ସବସ୍କ୍ରାଇବର  https://npscra.nsdl.co.in/pop-sp.php ରେ କ୍ଲିକ୍ କରି ନିକଟତମ POP-SP କୁ ଖୋଜିପାରିବେ।

ENPSର ଉପଯୋଗ କେମିତି କରିବେ?

ଏହି ସେବାର ବ୍ୟବହାର ପାଇଁ ସବସ୍କ୍ରାଇବରଙ୍କୁ https://enps.nsdl.comରେ ରେଜିଷ୍ଟ୍ରର କରିବାକୁ ପଡିବ। ସତ୍ୟାପନ ପାଇଁ ତାଙ୍କୁ PRAN ଏବଂ ଜନ୍ମତିଥିର ପ୍ରମାଣ ଜମା କରିବାକୁ ପଡିବ। ଏହାପରେ ପଂଜିକୃତ ମୋବାଇଲକୁ ଓଟିପି ଯିବ। ଯୋଗଦାନ ରାଶି ନେଟ୍ ବେଙ୍କିଙ୍ଗ,ଡେବିଟ୍ ଓ କ୍ରେଡିଟ୍ କାର୍ଡ ବ୍ୟବହାର କରି ଦିଆଯାଇ ପାରିବ।

କେତେ ଚାର୍ଜ ଦେବାକୁ ପଡିବ?

ଖାତା ଖୋଲିବା ସମୟରେ ୨୦୦ ଟଙ୍କାର ଫିସ୍ ଦେବାକୁ ପଡିଥାଏ। ପରବର୍ତ୍ତି ସବୁ ଟ୍ରାଞ୍ଜାକସନ ପାଇଁ ଯୋଗଦାନ ରାଶିର ୦.୨୫ ପ୍ରତିଶତ ଚାର୍ଜ କରାଯାଇଥାଏ। ଏହା ସର୍ବନିମ୍ନ ୨୫ ଟଙ୍କା ଓ ସର୍ବାଧିକ ୨୫,୦୦୦ ଯାଏ ହୋଇ ପାରିବେ। ଇଏନପିଏସ ଜରିଆରେ ଅର୍ଥ ଜମା କଲେ ଚାର୍ଜ ଫିସ୍ ଯୋଗଦାନର ୦.୧୦ ପ୍ରତିଶତ ହୋଇଥାଏ। ଏହି ଫିସ୍ ସର୍ବନିମ୍ନ ୧୦ ଟଙ୍କା ଓ ସର୍ବାଧିକ ୧୦,୦୦୦ ହୋଇ ପାରିବ।