ବ୍ୟବସାୟୀ କମ୍ପାନି କ୍ୟାସ୍କ୍ରେଡିଟ୍‌ର ଲାଭ ନେଇ ପାରିବେ, ତେବେ ଏହାର ଲାଭ କ୍ଷତି ଜାଣନ୍ତୁ।

କ୍ୟାସ୍ କ୍ରେଡିଟ୍ ମାନେ ନଗଦ ଋଣ। ସାଧାରଣତଃ ଏହା ଗୋଟିଏ କମ୍ପାନିକୁ ବ୍ୟାଙ୍କ ଦେଉଥିବା ଅଳ୍ପ ଅବଧିର ଲୋନ୍ ହୋଇଥାଏ। ଯେତେବେଳେ ଗୋଟିଏ ବ୍ୟାଙ୍କ ଏଭଳି ଲୋନ୍ ପାଇଁ ଆବଶ୍ୟକ ସୁରକ୍ଷା(ବନ୍ଧକ ଆଦି) ପାଇଥାଏ,ସେତେବେଳେ ହିଁ ଏଭଳି ଲୋନ୍ ଦିଆଯାଇଥାଏ।

ବ୍ୟାଙ୍କ ଟଙ୍କା ଫେରି ପାଇବା ପାଇଁ ଆଶ୍ୱସ୍ତ ହେବା ପରେ କମ୍ପାନି ନିର୍ଦ୍ଧାରିତ ସମୟସୀମା ପର୍ଯ୍ୟନ୍ତ ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବ। ଭାରତରେ ସାଧାରଣତଃ ୱାର୍କିଂ କ୍ୟାପିଟାଲ ଆବଶ୍ୟକତା ପାଇଁ କମ୍ପାନିଙ୍କୁ ବ୍ୟାଙ୍କ କ୍ୟାସ୍‌ କ୍ରେଡିଟ୍ ପ୍ରଦାନ କରିଥାଏ। କ୍ୟାସ୍ କ୍ରେଡିଟ୍ ମିଳିବା ପରେ କମ୍ପାନି କଞ୍ଚାମାଲ, ମେସିନ୍, ବିଲ୍ଡିଂ ଆଦି ଉପରେ ଖର୍ଚ୍ଚ କରିପାରିଥାଏ।

କ୍ୟାସ୍କ୍ରେଡିଟ୍ ଆକାଉଣ୍ଟ

କ୍ୟାସ୍ କ୍ରେଡିଟ୍ ଆକାଉଣ୍ଟ୍ ଏକ ପ୍ରକାରର କରେଣ୍ଟ୍ ଆକାଉଣ୍ଟ ହୋଇଥାଏ। ଫରକ ଏତିକି ଯେ, କରେଣ୍ଟ୍ ଆକାଉଣ୍ଟରେ ବ୍ୟାଙ୍କ କେବେ କେବେ ଓଭର ଡ୍ରାଫ୍ଟ ସୁବିଧା ଦେଇଥାଏ, ଅନ୍ୟପକ୍ଷରେ କ୍ୟାସ୍ କ୍ରେଡିଟ୍ ଖାତାରେ ନିର୍ଦ୍ଧାରିତ ସମୟସୀମା ପର୍ଯ୍ୟନ୍ତ କମ୍ପାନି ବାଲାନ୍ସଠାରୁ ଅଧିକ ଟଙ୍କା ଉଠାଇ ପାରିବ। ତେବେ ଏହି ରାଶି ଉପରେ ସୁଧ ଆଦାୟ ହୋଇଥାଏ।

କ୍ୟାସ୍ କ୍ରେଡିଟ ଆକାଉଣ୍ଟର ବିଶେଷତା

କ୍ୟାସ କ୍ରେଡିଟ୍ ଆକାଉଣ୍ଟର ନିମ୍ନଲିଖିତ ବିଶେଷତା ରହିଛ..

. ଉଧାର ସୀମା

କମ୍ପାନିର ଲୋନ୍ ଶୁଝିବା କ୍ଷମତାର ଅନୁମାନ କରି ବ୍ୟାଙ୍କ କ୍ୟାସ୍ କ୍ରେଡିଟ୍ ସୀମା ନିର୍ଧାରଣ କରିଥାଏ। କମ୍ପାନି ଏହି ସୀମା ଭିତରେ ହିଁ ଟଙ୍କା ଉଠାଇ ପାରିବ।

. ବ୍ୟବହାର କରାଯାଇଥିବା କିମ୍ବା ଚାଲିଥିବା ବାଲାନ୍ସ ଉପରେ ସୁଧ

ଏହି ପଦ୍ଧତିରେ ଚାଲିଥିବା ବାଲାନ୍ସ ଉପରେ ହିଁ ସୁଧ ଲାଗୁ ହୋଇଥାଏ। ବ୍ୟାଙ୍କ ଯେଉଁ ଉଧାର ସୀମା ନିର୍ଦ୍ଧାରଣ କରିଥାଏ, ତା’ଉପରେ ସୁଧ ଲାଗୁ ହୋଇନଥାଏ। ତେଣୁ ଏହା ବାକି ପାରମ୍ପାରିକ ଲୋନଠାରୁ ଅଲଗା।

. ସର୍ବନିମ୍ନ ଶୁଳ୍କ

କ୍ୟାସ୍ କ୍ରେଡିଟ୍ ସୁବିଧା ନେଇଥିବା କମ୍ପାନିକୁ ସର୍ବନିମ୍ନ ଶୁଳ୍କ ଦେବାକୁ ପଡ଼ିଥାଏ। ତେଣିକି କମ୍ପାନି ଉଧାର ଦିଆଯାଇଥିବା ରାଶିକୁ ବ୍ୟବହାର କରୁ କି ନକରୁ। ଅର୍ଥାତ କ୍ୟାସ୍ କ୍ରେଡିଟ୍ ସୁବିଧା ଦେବା ପୂର୍ବରୁ ବ୍ୟାଙ୍କ ଏହା ସ୍ପଷ୍ଟ କରିଥାଏ ଯେ, ଆପଣ ଲୋନ୍ ସୁବିଧା ଉଠାନ୍ତୁ କି ନାହିଁ ଆପଣଙ୍କୁ ସର୍ବନିମ୍ନ ଶୁଳ୍କ ଦେବାକୁ ପଡ଼ିବ।

୪. ସମ୍ପତ୍ତି ବନ୍ଧକ ରଖିବାକୁ ପଡ଼େ

କ୍ୟାସ କ୍ରେଡିଟ୍ ସୁବିଧା ଦେବା ପୂର୍ବରୁ ବ୍ୟାଙ୍କ କମ୍ପାନିର ଆର୍ଥିକ ସ୍ଥିତିକୁ ପରଖେ। ଏହା ପରେ କମ୍ପାନିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବନ୍ଧା ରଖି ବ୍ୟାଙ୍କ ଏହି ସୁବିଧା ଦେଇଥାଏ।

୫. ଲୋନ୍ ସମୟସୀମା

ଏହା କମ ମିଆଦିର ଲୋନ୍ ହୋଇଥାଏ। ତେଣୁ ଏହାର ସର୍ବାଧିକ ସମୟସୀମା ୧୨ ମାସ ହୋଇଥାଏ।

କ୍ୟାସ୍ କ୍ରେଡିଟର ଲାଭ

  • ୱାର୍କିଂ କ୍ୟାପିଟାଲ ଯୋଗାଡ କରିବାରେ ସହାୟକ ହୋଇଥାଏ
  • କମ୍ପାନିର ସଂପତି ଆକଳନ କରି ଏହି ଲୋନ୍ ଦିଆଯାଉଥିବାରୁ ବ୍ୟାଙ୍କ ପାଇଁ ଏହା ସୁବିଧା ଜନକ ହୋଇଥାଏ
  • ଏଥିରେ କଂପନିକୁ ନମନୀୟତା ମିଳିଥାଏ କାରଣ କମ୍ପାନି ଗୋଟିଏ କ୍ୟାସ୍ କ୍ରେଡିଟ୍ ଆକାଉଣ୍ଟ୍ ସାହାଯ୍ୟରେ ତାର ଉଧାର ସୀମା ଭିତରେ ଅନେକ ଥର ଟଙ୍କା ଉଠାଇ ପାରିବ
  • ଏଥିରେ ଦିଆଯାଇଥିବା ସୁଧ କର ରିହାତି ଭିତରେ ଆସିଥାଏ
  • ଏଥିରେ କେବଳ ବ୍ୟବହାର କରାଯାଇଥିବା ଟଙ୍କା ଉପରେ ହିଁ ସୁଧ ଦେବାକୁ ପଡିଥାଏ

କ୍ୟାସ୍ କ୍ରେଡିଟ୍ ସୁବିଧାର କ୍ଷତି କଣ?

  • ବ୍ୟାଙ୍କ ଅଧିକ ସୁଧ ନେଇଥାଏ
  • ଆକାଉଣ୍ଟର ବ୍ୟବହାର ହେଉ କି ନହେଉ ସର୍ବନିମ୍ନ ଶୁଳକ୍ ଦେବାକୁ ପଡିଥାଏ
  • ଏଭଳି ଲୋନ୍ କମ୍ପାନିଙ୍କ ଟର୍ଣ୍ଣ ଓଭର,ବ୍ୟବସାୟ, ବାଲନ୍ସ ସିଟ୍ ଦେଖି ଦିଆଯାଏ ତେଣୁ ନୁଆ କମ୍ପାନି ଏହାର ଲାଭ ଉଠାଇ ପାରନ୍ତି ନାହିଁ
  • ଯେହେତୁ ଏହା କମ ଅବଧିର ଲୋନ୍ ହୋଇଥାଏ, ତେଣୁ ଅବଧି ସରିଲା ପରେ ବ୍ୟାଙ୍କ ନୂଆ ସର୍ତ୍ତ ସହିତ ଏହାର ନବୀକରଣ କରିଥାଏ।