ଭାରତରେ ଲଞ୍ଚ୍‌ ହୋଇଯାଇଛି Redmi 8A Dual ସ୍ମାର୍ଟଫୋନ୍‌। ଗତ ମଙ୍ଗଳବାର ଦିନ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ୍‌ କରାଯାଉଛି। ଏହି ସ୍ମାର୍ଟଫୋନ୍‌ରେ ୫ ହଜାର ଏମ୍‌ଏଏଚ୍‌ର ଦମ୍‌ଦାର ବ୍ୟାଟେରୀ ଦିଆଯାଇଥିବା ବେଳେ ଏହା ଆଣ୍ଡ୍ରଏଡ୍ ୯ରେ ଚାଲିଛି। ଏହାର ଦାମ୍‌ ୬,୪୯୯ ଟଙ୍କାରୁ ଆରମ୍ଭ।

କମ୍ପାନି Redmi 8A Dual ସ୍ମାର୍ଟଫୋନ୍‌ର ଦୁଇଟି ମଡେଲରେ ବଜାରକୁ ଛାଡ଼ିଛି। ପ୍ରଥମ ମଡେଲରେ ଫୋନର ୨ ଜିବି ରାମ୍‌ ରହିଛି, ଯାହାର ଦାମ୍‌  ୬,୪୯୯ ଟଙ୍କା। ସେହିପରି ଦ୍ୱିତୀୟ ମଡେଲ ୩ ଜିବି ରାମ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ଦାମ୍ ରହିଛି ୬,୯୯୯ ଟଙ୍କା।

ଏହି ସ୍ମାର୍ଟଫୋନ୍‌ର ପଛରେ ଡୁଅଲ ରିଅର କ୍ୟାମେରା ଦିଆଯାଇଛି। ୧୩ ମେଗାପିକ୍ସେଲର ପ୍ରାଇମେରୀ ରିଅର କ୍ୟାମେରା ଥିବା ବେଳେ ଅନ୍ୟଟି ୨ ମେଗାପିକ୍ସେଲ ରହିଛି। ଏଥଇରେ ଅଟୋ-ଫୋକସ ଫିଚର ଦିଆଯାଇଛି। ସେହିପରି ସ୍ମାର୍ଟଫୋନ୍‌ର ଫ୍ରଣ୍ଟ୍‌ରେ ୮ ମେଗାପିକ୍ସେଲର ସେଲ୍‌ଫି କ୍ୟାମେରା ଦିଆଯାଇଛି।

କ’ଣ ରହିଛି ସ୍ପେସିଫିକେସନ                               

  • ୬.୨୨ ଇଞ୍ଚ୍‌ ବିଶିଷ୍ଟ ଡିସ୍‌ପ୍ଲେ ଦିଆଯାଇଛି (୭୨୦x ୧୫୨୦ ରିଜଲ୍ୟୁସନ)
  • ୧.୪୫ ଗିଜାହର୍ଜ ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ ୪୩୯ ସ୍ନାପ୍‌ଡ୍ରାଗନ
  • MIUI 11 ଥିବା ଆଣ୍ଡ୍ରଏଡ୍‌ ୯.୦ ପାଇ
  • ୫ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ