ଟ୍ୟାକ୍ସ ପରେ ବଳୁଥିବା ଅର୍ଥର ୫୦ ପ୍ରତିଶତ ଜରୁରୀ ଖର୍ଚ୍ଚ ପାଇଁ ରଖନ୍ତୁ।

ହୋମ୍ ବଜେଟ୍ ଉଣାଅଧିକେ ଆମ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧା। କେଉଁଥିରେ ଆଗ ଖର୍ଚ୍ଚ କରାଯିବ, କେଉଁ ଖର୍ଚ୍ଚକୁ ଟଳା ଯାଇପାରିବ, ଏହାକୁ ନେଇ ଆମେ ସବୁବେଳେ ଚିନ୍ତାରେ ଥାଉ। କହିବାକୁ ଗଲେ ଏହା ହେଉଛି ପ୍ରତି ଘରର କାହାଣୀ। ନିମ୍ନମଧ୍ୟବିତ ହୁଅନ୍ତୁ କି ମଧ୍ୟବିତ କିମ୍ବା ଧନୀକ, ସମସ୍ତଙ୍କ ପାଇଁ ହୋମ ବଜେଟ୍ ଗୋଟିଏ ବଡ଼ ମୁଣ୍ଡବିନ୍ଧା।

ହୋମ ବଜେଟ୍ ତିଆରି କରିବା ବେଳେ ଆମକୁ ତିନୋଟି କଥାକୁ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ଏହି ତିନୋଟି ବିଷୟରୁ ହିଁ ରାସ୍ତା ବାହାର କରିବାକୁ ପଡ଼ିଥାଏ। ପ୍ରଥମରେ ବାସ୍ତାବିକ ଆବଶ୍ୟକତା, ଦ୍ୱିତୀୟରେ ବିଳାସପୂର୍ଣ୍ଣ ଖର୍ଚ୍ଚ(ଲଗ୍‌ଜରି) ଏବଂ ତୃତୀୟ ପ୍ରସଙ୍ଗ ହେଉଛି ଫାଇନାନ୍ସିଆଲ ସିକ୍ୟୁରିଟି।

ଜରୁରୀ ଆବଶ୍ୟକ ଖର୍ଚ୍ଚ

ବାସ୍ତବିକ ଆବଶ୍ୟକତାରେ ସେଇ ସବୁ ଖର୍ଚ୍ଚ ସାମିଲ ହୋଇଥାଏ, ଯାହା ସହ କୌଣସି ପ୍ରକାରର ବୁଝାମଣା କରାଯାଇ ପାରିବ ନାହିଁ। ଅର୍ଥାତ୍‌ ସେଇ ସବୁ ଖର୍ଚ୍ଚକୁ କେବେ ମଧ୍ୟ ଟଳା ଯାଇପାରିବ ନାହିଁ। ଯେମିତି ହୋମ ଲୋନର ମାସିକ କିସ୍ତି, ସ୍କୁଲ ଫିସ୍, ମାସିକ ସଉଦା, ମେଡିସିନ୍, ଇନସ୍ୟୁରାନ୍ସ ପ୍ରିମିୟମ ଇତ୍ୟାଦି।

ଲଗଜରି ଖର୍ଚ୍ଚ

ଲଗଜରି ବା ସୌକ ପାଇଁ କରାଯାଉଥିବା ଖର୍ଚ୍ଚ ବୈକଳ୍ପିକ ହୋଇଥାଏ। ଅର୍ଥାତ୍‌ ଏଭଳି ଖର୍ଚ୍ଚକୁ ଆମେ କିଛି ଦିନ, କିଛି ମାସ କିମ୍ବା ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇପାରୁ। ଯେମିତିକି ଦାମୀ ରେସ୍ତୋରାଁରେ ଡିନର କରିବା କିମ୍ବା ନୂଆ ମଡେଲର ସ୍ମାର୍ଟଫୋନ୍ ନେବା।

ତେବେ ବଡ ପ୍ରଶ୍ନ ହେଲା ଆବଶ୍ୟକତା ଓ ଲଗଜରି ଏହି ଦୁଇଟି ଶ୍ରେଣୀର ଖର୍ଚ୍ଚରେ ଆମେ ଆମ ଆୟର କେତେ ପ୍ରତିଶତ ଖର୍ଚ୍ଚ କରିପାରିବା? କେତେ ଖର୍ଚ୍ଚ କରିବା ବୁଦ୍ଧିମାନର କାମ ହେବ?

ସୌଭାଗ୍ୟର କଥା ହେଲା ଆପଣ କେଉଁ ଶ୍ରେଣୀରେ କେତେ ଖର୍ଚ୍ଚ କରିପାରିବେ ତାର ଉତ୍ତର ମଧ୍ୟ ରହିଛି। ଅର୍ଥନୈତିକ ବିଶେଷଜ୍ଞ ଏଭଳି ଗୋଟିଏ ନିୟମ ବାବଦରେ କୁହନ୍ତି, ଯାହାକୁ ଆପଣ ନିଜ ହୋମ ବଜେଟ୍ ତିଆରି କଲାବେଳେ ଅନୁସରଣ କରିପାରିବେ।

ସିନେଟର ଏଲିଜାବେଥ୍ ୱାରେନ୍ ନିଜ ପୁସ୍ତକ ‘ଦି ଅଲ୍ଟିମେଟ୍ ଲାଇଫଟାଇମ୍ ମନି ପ୍ଲାନ’ରେ ଏହି ନିୟମ ବାବଦରେ କୁହନ୍ତି। ତାଙ୍କ ନିୟମ ହେଉଛି ୫୦/୨୦/୩୦।

fixed maturity plan

୫୦/୨୦/୩୦ ବଜେଟ୍ ନିୟମ କଣ?

ଏହି ନିୟମ ଅନୁସାରେ ଟ୍ୟାକ୍ସ ଦେବା ପରେ ହାତକୁ ଆସୁଥିବା ଆୟରୁ ହେଉଥିବା ଖର୍ଚ୍ଚକୁ ତିନି ଭାଗରେ ବିଭକ୍ତ କରାଯାଇପାରେ। ଘର ଖର୍ଚ୍ଚ, ମେଡିସିନ୍, ଇନସ୍ୟୁରାନ୍ସ, ଇଏମଆଇ ଭଳି ଅତି ଜରୁରୀ ଖର୍ଚ୍ଚରେ ୫୦ ପ୍ରତିଶତ ବ୍ୟୟ କରିବାକୁ ଏହି ନିୟମ କହିଥାଏ। ଅନ୍ୟପକ୍ଷରେ ଲଗ୍‌ଜରି ସାମଗ୍ରୀ କିଣିବାରେ, ଲଗଜରି ଲାଇଫ୍ ଷ୍ଟାଇଲ ମେଣ୍ଟେନ କରିବାରେ ୩୦ ପ୍ରତିଶତ ଅର୍ଥ ବ୍ୟୟ କରିବାକୁ ଏହି ନିୟମ କୁହେ। ବାକି ୨୦ ପ୍ରତିଶତ ଅର୍ଥକୁ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଏଲିଜାବେଥ୍ ପରାମର୍ଶ ଦିଅନ୍ତି।

ଏହି ନିୟମ ଶୁଣିବାକୁ ବହୁତ ସରଳ ଲାଗିପାରେ କିନ୍ତୁ ଏହାକୁ କାମରେ ଲଗାଇବା ଅତ୍ୟନ୍ତ କାଠିକାର ପାଠ। କାରଣ ହୋମ୍ ବଜେଟକୁ ଏମିତି ବାଣ୍ଟିବା ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଜରୁରୀ ଆବଶ୍ୟକତା ଓ ଲଗଜରି (ସୌକିନ) ମଧ୍ୟରେ ଫରକ କରିବାକୁ ପଡ଼ିବ।

ସତ କହିବାକୁ ଗଲେ ଲଗଜରି ଓ ଜରୁରୀ ଆବଶ୍ୟକତାକୁ ସମାନ ଭାବେ ପରିଭାଷିତ କରାଯାଇ ପାରିବ ନାହିଁ। ଜଣକ ପାଇଁ ଯାହ ଲଗଜରି ହୋଇପାରେ ଅନ୍ୟ ଜଣକ ପାଇଁ ତାହା ଜରୁରୀ ଆବଶ୍ୟକତା ହୋଇପାରେ। ଜଣକର ଆୟ ସ୍ତର(ଇନକମ୍ ଲେଭଲ) ଓ ଆଖପାଖ ମାହୋଲ ଉପରେ କ’ଣ ଲଗଜରି, କଣ ଲଗଜରି ନୁହେଁ ତାହା ନିର୍ଭର କରିଥାଏ।

ତେବେ ମୋଟାମୋଟି ଭାବେ ଭବିଷ୍ୟତ ପାଇଁ ୫୦/୨୦/୩୦ ନିୟମକୁ ଆପଣ ଏକ ବ୍ୟାପକ ଗାଇଡ୍ ଲାଇନ୍ ଭାବେ ଗ୍ରହଣ କରିପାରିବେ। ଏହାକୁ ବ୍ୟବହାର କରି ଆପଣ ନିଜ ଆୟ ଓ ବ୍ୟୟ ଅନୁସାରେ ଫାଇନାନ୍ସିଆଲ୍ ପ୍ଲାନ ତିଆରି କରିପାରିବେ। ଏଥିଲାଗି ଜଣେ ଭଲ ଫାଇନାନ୍ସିଆଲ ପ୍ଲାନରଙ୍କ ସାହାଯ୍ୟ ନିଅନ୍ତୁ।

ଲମ୍ବା ଅବଧିର ନିବେଶ ପାଇ ରେଗୁଲାର ଆୟଠାରୁ ଅଲଗା କରାଯାଉଥିବା ଅର୍ଥ ବାବଦରେ ଯୁକ୍ତି ତ ହେବ କିନ୍ତୁ ଗୋଟିଏ ସତ୍ୟକୁ ସମସ୍ତେ ସ୍ୱୀକାର କରିସାରିଛନ୍ତି ଯେ, ଫାଇନାନ୍ସିଆଲ ସିକ୍ୟୁରିଟିର ରାସ୍ତା ‘ଇନକମ୍ – ଖର୍ଚ୍ଚ= ସଂଚୟ’ ରୁ ‘ଇନକମ୍ – ସେଭିଂ = ଖର୍ଚ୍ଚ’ ସମୀକରଣକୁ ପାଇବାରୁ ଆରମ୍ଭ ହୋଇଥାଏ। ଲମ୍ବା ଅବଧିରେ ଆର୍ଥିକ ସ୍ୱଛଳତା ପାଇଁ  ଆର୍ଥିକ ଯୋଜନା ସହ ଚାଲିବାକୁ ପଡ଼ିବ।