ଓଡ଼ିଶା ପାଇଁ ଚିଟ୍ ଫଣ୍ଡ୍ କମ୍ପାନି କିଛି ନୂଆ ନୁହେଁ, ତେବେ ପ୍ରକୃତରେ ଚିଟ୍ ଫଣ୍ଡରେ ନିବେଶ କେତେ ସୁରକ୍ଷିତ?

ନିକଟ ଅତିତରେ ଚିଟ୍ ଫଣ୍ଡ ସହ ଜଡିତ ଅନେକ ସ୍କାମ୍ ସାମନାକୁ ଆସିଛି। ଏହି କାରଣରୁ ଚିଟ୍ ଫଣ୍ଡ୍ ଏବେ ପୋଞ୍ଜି ସ୍କାମ ଭାବେ ପରିଚିତ। ତେବେ ସେଭିଂ ଓ କ୍ରେଡିଟ୍ ସହ ଜଡିତ ଏହି ପ୍ରଡକ୍ଟକୁ କ’ଣ ସଞ୍ଚୟ ପାଇଁ ବଛା ଯାଇପାରିବ କି? ଏଭଳି କରିବା ଆପଣଙ୍କ ପାଇଁ କେତେ ଠିକ୍ ହେବ, ଆସନ୍ତୁ ସେବିଷୟରେ ଜାଣିବା।  

ହଜାର ହଜାର ରେଜିଷ୍ଟ୍ରଡ୍ ଚିଟ୍ ଫଣ୍ଡ

୭୦,୦୦୦ କୋଟିର ଚିଟ୍ ଫଣ୍ଡ୍ ଇଣ୍ଡଷ୍ଟ୍ରୀରେ ହଜାର ହଜାର ପଞ୍ଜିକୃତ ଚିଟ୍ ଫଣ୍ଡ୍ ରହିଛି। ସାରଦା, ରୋଜଭ୍ୟାଲି ଭଳି କମ୍ପାନିଙ୍କ ପାଇଁ ଏହି ଇଣ୍ଡଷ୍ଟ୍ରିକୁ ବଡ ଧରଣର କ୍ଷତି ହୋଇଛି। ଏହି ଦୁଇ କମ୍ପାନି କାରଣରୁ ନିବେଶକଙ୍କର ହଜାର ହଜାର କୋଟି ଟଙ୍କା ବୁଡ଼ି ଯାଇଥିଲା। ତେବେ ସତ ହେଲା ଚିଟ୍ ଫଣ୍ଡ ପବ୍ଲିକ୍ ଡିପୋଜିଟ୍ ନେଇ ନଥାନ୍ତି ଓ ଅନ୍ୟ ବ୍ୟବସାୟ ମଧ୍ୟ କରିନଥାନ୍ତି।

ଚିଟ୍ ଫଣ୍ଡ ଚିତ୍ର ସୁଧୁରୁଛି?

ଚିଟ୍ ଫଣ୍ଡ କମ୍ପାନି ଏବେ ନିଜ ଇମେଜ୍ ବଦଳାଇବା ପାଇଁ ଉଦ୍ୟମ କରୁଛନ୍ତି। ସରକାର ମଧ୍ୟ ଚିଟ୍ ଫଣ୍ଡ୍ ଆକ୍ଟରେ ସଂଶୋଧନ କରି ଏଥିରେ ସାହାଯ୍ୟ କରୁଛନ୍ତି। ଏହି ପରିବର୍ତ୍ତନ ଚଳିତ ବର୍ଷ ଆରମ୍ଭରୁ ଲାଗୁ ହୋଇଛି।

ସଂଶୋଧିତ ଆଇନ କଣ କହୁଛି?

ଚିଟ୍ ଫଣ୍ଡ୍ (ସଂଶୋଧିତ) ଆଇନ୍, ୨୦୧୯ରେ ଏଭଳି ବହୁତ କିଛି ପ୍ରାବଧାନ ନାହିଁ, ଯାହାର ପ୍ରଭାବ ସିଧାସଳଖ ନିବେଶକଙ୍କ ଉପରେ ପଡ଼ିବ। ଏଥିରେ ଏହି ଉଦ୍ୟୋଗକୁ ମାନ୍ୟତା ଦିଆଯାଇଛି। ଏଥିରେ ଚିଟ୍ ଫଣ୍ଡ୍ ଚଳାଇବା ପାଇଁ ମାର୍ଗ ନିଦର୍ଶନ ଦିଆଯାଇଛି। ଏହାର ଉଦ୍ଦେଶ୍ୟ ନିବେଶକଙ୍କ ପାଇଁ ଚିଟ୍ ଫଣ୍ଡକୁ ସୁରକ୍ଷିତ ପ୍ରଡକ୍ଟ କରିବା।

ଆରବିଆଇ ଏଥିରେ ପରାମର୍ଶଦାତ୍ତା ଭୂମିକରେ ରହିଛି। ରାଜ୍ୟରେ ରେଜିଷ୍ଟ୍ରାର ଓ କେନ୍ଦ୍ର ସରକାଙ୍କ ନିରିକ୍ଷଣ କରାଣରୁ ଚିଟ୍ ଫଣ୍ଡ୍ ଅନ୍ୟ ନିବେଶ ପ୍ରଡକ୍ଟ ଭଳି ସୁରକ୍ଷିତ ହେବ। ନିବେଶକ କୌଣସି ସମସ୍ୟା ପାଇଁ ଆଇନଗତ ସାହାଯ୍ୟ ମଧ୍ୟ ନେଇ ପାରିବେ।

କ’ଣ ନୂଆ?

ଚିଟ୍ ଫଣ୍ଡ୍ ଆକ୍ଟ୍‌ରେ ଯେଉଁମାନେ ଚିଟ୍ ଫଣ୍ଡ୍ ଚଳାଇବେ ସେମାନେ ରାଜ୍ୟ ସରକାରଙ୍କ ପାଖରେ ପଞ୍ଜୀକୃତ ହେବାକୁ ବାଧ୍ୟତାମୁଳକ କରାଯାଇଛି। ଏହା ସହ ଚିଟ୍ ଫଣ୍ଡ୍ ମ୍ୟାନେଜର(ଫୋରମ୍ୟାନ୍ ଭାବେ ପରିଚିତ) କୁ ନୂଆ ନୂଆ ସ୍କିମ୍ ଚଳାଇବାକୁ ଆପ୍ରୁଭାଲ ଆଣିବାକୁ ପଡ଼ିବ। ତାଙ୍କୁ କଲେକ୍ସନ୍ ଓ ଅକ୍ସନ ରେକର୍ଡକୁ ନିୟମିତ ଭାବେ ଜମା କରିବାକୁ ପଡ଼ିବ।

ଏହାସହ ଡିପୋଜିଟ୍‌ର ସୁରକ୍ଷା ମଧ୍ୟ କରିବାକୁ ପଡ଼ିବ। ଏହାସହ ବୀମାକୁ ଯୋଡିବା ପାଇଁ ମଧ୍ୟ ଦାବି ଉଠୁଛି। ଫଳରେ ଏହା ଏକ ସୁରକ୍ଷିତ ପ୍ରଡକ୍ଟ ହେବ।