ବ୍ୟବସାୟ ବଢାଇବା ପାଇଁ ଆବଶ୍ୟକ ଲୋନ୍ ଆପଣ ନିଜ ପ୍ଲାନ ଦେଇ ବ୍ୟାଙ୍କଠାରୁ ନେଇ ପାରିବେ।

ଆପଣଙ୍କର ଗୋଟିଏ ବ୍ୟବସାୟ ଅଛି। ଆପଣ ସେହି ବ୍ୟବସାୟର ବିସ୍ତାର କରିବାକୁ ଚାହୁଁଛନ୍ତି କିମ୍ବା ନୂଆ କରି ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି,ତେବେ ଏଥିପାଇଁ ଆବଶ୍ୟକ ହେବ ପୁଞ୍ଜି। ଏହି ପୁଞ୍ଜି ପାଇଁ ଆପଣ ବ୍ୟାଙ୍କକୁ ଯୋଗାଯୋଗ କରିପାରିବେ। ତେବେ ବିଜନେସ୍ ଲୋନ୍ ଆବେଦନ ପାଇଁ ଆପଣଙ୍କୁ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା।

ଦେଶରେ କ୍ଷୁଦ୍ର ବ୍ୟବସାୟକୁ ପ୍ରୋତ୍ସାହନା ଦେବା ପାଇଁ ସରକାର ଅନେକ ଧରଣର ଲୋନ୍ ସ୍କିମ୍ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାଠାରୁ ବଡ଼ ବଡ଼ ଲୋନ୍ ବ୍ୟବସାୟୀ ନେଇ ପାରିବେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଫାଇଦା ଉଠାଇ ଆପଣ ୫୦ ହଜାର ଟଙ୍କାରୁ ୧୦ ଲକ୍ଷ ଟଙ୍କାର ବିଜନେସ୍ ଲୋନ୍ ନେଇ ପାରିବେ।

ବିଜନେସ୍ ଲୋନ୍ କ’ଣ?

ଏହା ବାସ୍ତବରେ ଆପଣଙ୍କ ବ୍ୟବସାୟିକ ଆବଶ୍ୟକତା ପୁରଣ କରିବାକୁ ଦିଆଯାଉଥିବା ଲୋନ୍ ହୋଇଥାଏ। ଯଦି ଆପଣ କୌଣସି ବ୍ୟାଙ୍କଠାରୁ ବ୍ୟବସାୟିକ ଲୋନ୍ ନେବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ କହିବୁ ଏହାର ପ୍ରକ୍ରିୟା କ’ଣ।

  • ବିସ୍ତୃତ ବିଜନେସ୍ ପ୍ଲାନ୍ ତିଆରି କରନ୍ତୁ।
  • ଯେଉଁ ବ୍ୟାଙ୍କଠାରୁ କରଜ ନେବାକୁ ଚାହୁଁଛନ୍ତି ସେହି ବ୍ୟାଙ୍କକୁ ନିଜ ବିଜନେସ୍ ପ୍ଲାନ୍ ବାବଦରେ ଜଣାନ୍ତୁ।
  • ଏହାପରେ ଆପଣଙ୍କର କେତେ ଟଙ୍କା ଲୋନ୍ ଭାବେ ଆବଶ୍ୟକ ତାହା ନିଶ୍ଚିତ କରନ୍ତୁ।
  • ନିଜ କ୍ରେଡିଟ୍ ସ୍କୋର ବାବଦରେ ସୂଚନା ସଂଗ୍ରହ କରନ୍ତୁ।

ବାସ୍ତବରେ ବ୍ୟାଙ୍କ ଆପଣଙ୍କ ବ୍ୟବସାୟିକ ଯୋଜନା ହିସାବରେ ଆପଣଙ୍କୁ ଲୋନ୍ ଦେବ କି ନାହିଁ ତା’ର ନିଷ୍ପତି ନେଇଥାଏ। ଯଦି ବ୍ୟାଙ୍କକୁ ଲାଗେ ଯେ, ଆପଣଙ୍କ ବ୍ୟବସାୟରୁ ଲାଭର ସମ୍ଭାବନା ରହିଛି ଓ ବ୍ୟବସାୟରୁ ମିଳିବାକୁ ଥିବା ଲାଭରୁ ଆପଣ ଲୋନ୍ ସୁଝିବା ସହ ନିଜ ଖର୍ଚ୍ଚ ଉଠାଇ ପାରିବେ, ତେବେ ବ୍ୟାଙ୍କ ଆପଣଙ୍କୁ ଲୋନ୍ ଦେବ।

ଆପମଙ୍କ ଲୋନ୍ ଦେବା ବ୍ୟାଙ୍କର ଅଧିକାର କ୍ଷେତ୍ର ଭିତରେ ଆସିଥାଏ। ଆପଣଙ୍କ ବିଜନେସ୍ ପ୍ଲାନ୍ ବ୍ୟାଙ୍କକୁ କେତେ ବାସ୍ତବିକ୍ ଓ କେତେ ଲାଭପ୍ରଦ ଲାଗିବ ତାହା ଉପରେ ଆପଣଙ୍କୁ ଲୋନ୍ ମିଳିବା ନିର୍ଭର କରିଥାଏ। ତେଣୁ ନିଜ ପ୍ଲାନ୍ ବ୍ୟାଙ୍କ ଆଗରେ ରଖିବା ଆଗରୁ ଏହାକୁ ଫୁଲ୍ ପ୍ରୁଫ୍ କରନ୍ତୁ।

ବିଜନେସ୍ ଲୋନର ଲାଭ କଣ ?

  • ନଗଦ ଟଙ୍କା ମିଳେ
  • ବ୍ୟବସାୟୀକ ଆବଶ୍ୟକତା ପାଇଁ ସାହାଯ୍ୟ
  • ଲମ୍ବା ଓ କମ ଅବଧିର ଆର୍ଥିକ ଆବଶ୍ୟକତା ପୁରଣ କରିଥାଏ

କିଏ ନେଇ ପାରିବେ ବିଜନେସ୍ ଲୋନ୍ ?

  • ନିଜ ବ୍ୟବସାୟ କରୁଥିବା ବ୍ୟକ୍ତି
  • ଉଦ୍ୟୋଗୀ
  • ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି
  • ପାର୍ଟନରସିପ୍ ଫାର୍ମ୍

ଯଦି ଆପଣ ନିଜ ବ୍ୟବସାୟ କରୁଛନ୍ତି କିମ୍ବା ଆରମ୍ଭ କରିବାକୁ ଚାହୁଁଛନ୍ତି କିମ୍ବା ଆପଣଙ୍କ ପାଖରେ ଗୋଟିଏ ଭଲ ଲାଭଜନକ ବ୍ୟବସାୟର ବ୍ଲୁପ୍ରିଣ୍ଟ୍ ରହିଛି ତେବେ ଆପଣ ଏହି ଲୋନ୍ ପାଇଁ ଆବେଦନ କରି ପାରିବେ।