ତିନି ନିବେଶ ସ୍କିମ୍ ଇପିଏଫ,ଏନପିଏସ ତଥା ରିଟାୟରମେଣ୍ଟ୍ ଫଣ୍ଡ୍ ଏବେ ଟ୍ୟାକ୍ସ ନେଟ୍ ଭିତରକୁ ଆସିପାରେ,କାରଣ ଏଥିରେ ନିବେଶର ୭.୫ ଲକ୍ଷ ଟଙ୍କାର ସର୍ବାଧିକ ସୀମା ନିର୍ଧାରଣ କରାଯାଇଛି…

ନୂଆ ବଜେଟରେ ଯଦି ବୈକଳ୍ପିକ ଟ୍ୟାକ୍ସ ସ୍ଲାବ୍ କଥା କୁହାଯାଇଛି ତେବେ ଅନ୍ୟପକ୍ଷରେ କିଛି ଟ୍ୟାକ୍ସ ସେଭିଂ ସ୍କିମରେ ନିବେଶର  ସର୍ବାଧିକ ସୀମା ମଧ୍ୟ ନିର୍ଧାରଣ କରାଯାଇଛି। ବଜେଟ୍ ପ୍ରସ୍ତାବ ଅନୁସାରେ ଟ୍ୟାକ୍ସ ବେନିଫିଟ୍ ଦେଉଥିବା ତିନୋଟି ନିବେଶ ବିକଳ୍ପ ଇପିଏଫ୍,ଏନପିଏସ ଓ ରିଟାୟରମେଣ୍ଟ୍ ଫଣ୍ଡ ଏବେଠାରୁ ଟ୍ୟାକ୍ସ ନେଟ୍ ଭିତରେ ଆସିପାରେ। ଏହି ତିନି ସ୍କିମରେ ନିବେଶର ସର୍ବାଧିକ ସୀମା ୭.୫ ଲକ୍ଷ ଟଙ୍କା ନିର୍ଧାରଣ କରାଯାଇଛି। ତେବେ ଏହାର ପ୍ରଭାବ କେବଳ ଅଧିକ ଦରମା ପାଉଥିବା କର୍ମଚାରୀଙ୍କ ଉପରେ ପଡିବ।

ଏପ୍ରିଲ, ୨୦୨୧ରୁ ହେବ ଲାଗୁ

୧ ଏପ୍ରିଲ, ୨୦୨୧ରୁ ଏନପିଏସ,ରିଟାୟରମେଣ୍ଟ ଫଣ୍ଡ ତଥା ପ୍ରୋଭିଡେଣ୍ଟ୍ ଫଣ୍ଡରେ ଗୋଟିଏ ଆର୍ଥିକ ବର୍ଷରେ ମୋଟ ନିବେଶର ସର୍ବାଧିକ ସୀମା ୭.୫ଲକ୍ଷ ଟଙ୍କା ହେବ। ଏହା ଉପରେ ଯାହା ମଧ୍ୟ ନିବେଶ ହେବ ତାହା ଉପରେ ଟ୍ୟାକ୍ସ ଲାଗୁ ହେବ। ବଜେଟରେ ଏହା ମଧ୍ୟ କୁହାଯାଇଛି ଯେ, ଗତ ବର୍ଷରେ ସୁଧ ଓ ଲାଭ ଉପରେ ମଧ୍ୟ ଟ୍ୟାକ୍ସ ଲାଗୁ ହେବ।

ଟ୍ୟାକ୍ସର ଗଣିତ

ଚାଲନ୍ତୁ ଏହାକୁ ଏକ ଉଦାହରଣ ଦ୍ୱାରା ବୁଝିବା। ମାନି ନିଅନ୍ତୁ ଜଣେ ବ୍ୟକ୍ତିଙ୍କ ବେସିକ୍ ଦରମା ହେଉଛି ୩୦ ଲକ୍ଷ ଟଙ୍କା। ତେବେ ଏମିତିରେ ନିଯୁକ୍ତିଦାତାଙ୍କ ଅଂଶଦାନ ହେବ
ପିଏଫରେ ନିଯୁକ୍ତିଦାତ୍ତାଙ୍କ ଅଂଶଦାନ- ୩.୬୦ ଲକ୍ଷ ଟଙ୍କା
ଏନପିଏସ- ୩ ଲକ୍ଷ ଟଙ୍କା
ରିଟାୟରମେଣ୍ଟ୍ ଫଣ୍ଡ- ୧.୫୦ ଲକ୍ଷ ଟଙ୍କା
ମୋଟ ନିବେଶ- ୮.୧୦ ଲକ୍ଷ ଟଙ୍କା
ଟ୍ୟାକ୍ସବଲ ଆମାଉଣ୍ଟ୍- ୬୦,୦୦୦ ଟଙ୍କା

ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସର୍ବାଧିକ ସୀମା ନଥିଲା
ବର୍ତ୍ତମାନ ପର୍ଯ୍ୟନ୍ତ ନିଯୁକ୍ତିଦାତା ପିଏଫ୍ ଓ ଏନପିଏସକୁ ଦେଉଥିବା ଅଂଶଦାନ କରମୁକ୍ତ ଥିଲା। ଏହାର ମଧ୍ୟ କୌଣସି ସର୍ବାଧିକ ସୀମା ନଥିଲା। ନିଯୁକ୍ତିଦାତାଙ୍କୁ ଇପିଏଫରେ ବେସିକ ସାଲେରିର ୧୨ ପ୍ରତିଶତ ଓ କର୍ମଚାରୀଙ୍କୁ ଏନପିଏସରେ ୧୦ ପ୍ରତିଶତ ଯୋଗଦାନ କରିବାକୁ ପଡେ। ଏହା ଉପରେ ଟ୍ୟାକ୍ସ ଛାଡର ଲାଭ ମଧ୍ୟ ରହିଛି।

ହାଇ ସାଲାଲି ବାଲାଙ୍କ ପାଇଁ ହାଇ ଟେନସନ୍

ଯେଉଁମାନଙ୍କ ଦରମା କମ ସେମାନଙ୍କ ଉପରେ ଏହି ପ୍ରସ୍ତାବର ପ୍ରଭାବ କିଛି ମଧ୍ୟ ପଡିବ ନାହିଁ। ଅନ୍ୟପକ୍ଷରେ ଅଧିକ ଦରମା ପାଉଥିବା ବ୍ୟକ୍ତିଙ୍କ ସାଲାରି ପ୍ୟାକେଜ୍ ଏମିତି ଡିଜାଇନ୍ କରାଯାଇଥାଏ ଯେମିତିକି, ସେମାନଙ୍କ ବେତନର ବଡ ଅଂଶ ଏହି ତିନି ଫଣ୍ଡକୁ ଯିବ,ଯେମିତି ଦରମାର ଏହି ଅଂଶ ଉପରେ ଟ୍ୟାକ୍ସ ପଡିବ ନାହିଁ।