ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାର ମହଙ୍ଗା ଭତ୍ତା ୫ ପ୍ରତିଶତ ବଢ଼ାଇଛନ୍ତି। ଜାନୁଆରି ୧ ତାରିଖରୁ ପିଛିଲା ଭାବେ ଏହା ଲାଗୁ କରାଯାଇଛି। ଏବେ ସରକାରୀ କର୍ମଚାରୀମାନେ ନିଜ ମୂଳ ଦରମା ସହିତ ୫ ପ୍ରତିଶତ ଅଧିକ ଦରମା ପାଇବେ।

ଗୁରୁବାର ସପ୍ତମ ବେତନ କମିସନର ବକେୟା ଅର୍ଥର ୧୦ ପ୍ରତିଶତ କର୍ମଚାରୀଙ୍କୁ ଦେବା ପାଇଁ ସରକାର ଘୋଷଣା କରିଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ମହଙ୍ଗା ଭତ୍ତା ୫ ପ୍ରତିଶତ ବଢ଼ାଇ ଦେଇଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ଖୁସି କହିଲେ ନସରେ।

ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟ ଉପରେ ଆର୍ଥିକ ବୋଝ ବଢ଼ିପାରେ ଅର୍ଥନୀତି ବିଶେଷଜ୍ଞମାନେ କହିଛନ୍ତି। ଆର୍ଥକ ମାନ୍ଦାବସ୍ଥା ସମୟରେ ପାଖାପାଖି ହଜାର କୋଟି ଟଙ୍କାର ଆର୍ଥିକ ବୋଝ ବଢ଼ିବା ନେଇ ଆଶଙ୍କା କରାଯାଉଛି। ତେବେ ଏ ବାବଦରେ କେତେ ଖର୍ଚ୍ଚ ହେବ ସେନେଇ ଆଗାମୀ ବଜେଟ୍‌ରେ ଜଣାପଡ଼ିବ।