ୟୁଏଲ୍‌ଆଇପି ଓ ଅନ୍ୟ ପାରମ୍ପାରିକ ଜୀବନ ବୀମା ପଲିସି ପାଇଁ ଜାରି ହୋଇଛି ନୂଆ ଗାଇଡ୍ ଲାଇନ୍, ପ୍ରିମିୟମ ପ୍ରଥମ ଥର ବନ୍ଦ ହେବାର ତିନି ବର୍ଷ ଭିତରେ ପୁଣିଥରେ କରିହେବ ରିଭାଇଭ୍। 

ୟୁନିଟ୍ ଲିଙ୍କଡ୍ ଇନ୍‌ସୁରାନ୍ସ ପ୍ଲାନ (ULIP) ଓ ଅନ୍ୟ ପାରମ୍ପାରିକ ଜୀବନ ବୀମା ପଲିସି ପାଇଁ ଜାରି ନୂଆ ଗାଇଡ୍ ଲାଇନ୍ ୧ ଫେବ୍ରୁଆରିରୁ ଲାଗୁ ହୋଇ ସାରିଛି। ଇନ୍‌ସୁରାନ୍ସ ରେଗୁଲେଟୋରୀ ଆଣ୍ଡ୍‌ ଡେଭେଲୋପ୍‌ମେଣ୍ଟ ଅଥରିଟି (IRDAI) ବୀମା କମ୍ପାନିଙ୍କୁ ବୀମା ପଲିସିର ପୁନରୁଦ୍ଧାର (ରିଭାଇଭାଲ) ସମୟ ଅବଧି ବଢାଇବା ପାଇଁ କହିଛି। ୟୁଏଲ୍‌ଆଇପିର ପ୍ରିମିୟମ ପ୍ରଥମ ଥର ବନ୍ଦ ହେବାର ତିନି ବର୍ଷ ଭିତରେ ଜଣେ ପଲିସି ଧାରକ ଏହାକୁ ଚାହିଁଲେ ପୁଣିଥରେ ଚାଲୁ କରିପାରିବେ।

ବୀମା କମ୍ପାନିଙ୍କୁ ଏବେଠାରୁ ପଲିସି ଧାରକଙ୍କୁ ୩ ବର୍ଷର ସମୟସୀମା ଦେବାକୁ ପଡ଼ିବ। ଅର୍ଥାତ ଆପଣ ଶେଷ ଥର ପାଇଁ ପ୍ରିମିୟମ ଦେଇଥିଲେ, ତାର ତିନି ବର୍ଷ ଭିତରେ ପୁଣିଥରେ ୟୁଏଲ୍‌ଆଇପିକୁ ରିଭାଇଭ୍ କରିପାରିବେ। ଆଗରୁ ଏଥିପାଇଁ ଗ୍ରାହକଙ୍କୁ ଦୁଇ ବର୍ଷର ସମୟ ମିଳୁଥିଲା। ସେହିଭଳି ନନ୍ ଲିଙ୍କଡ୍ ଇନ୍‌ସୁରାନ୍ସ ପ୍ଲାନର ରିଭାଇଭାଲ ପିରିୟଡକୁ ୫ ବର୍ଷ କରି ଦିଆାଯାଇଛି। 

ସମ୍ ଆସ୍ୟୁର୍ଡ୍ ପ୍ରିମିୟମ ପେମେଣ୍ଟ୍ କମିଲା

ବୀମ ପଲିସି ସହ ଜଡ଼ିତ ଆଉ ଗୋଟିଏ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ୟୁଏଲ୍‌ଆଇପିରେ ସମ୍ ଆସ୍ୟୁର୍ଡ୍ ପେମେଣ୍ଟକୁ ୧୦ ଗୁଣରୁ ହ୍ରାସ କରି ୭ ଗୁଣ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ବର୍ଷରୁ ଅଧିକ ୟୁଲିପ୍ ଗ୍ରାହକଙ୍କୁ ବାର୍ଷିକ ପ୍ରିମିୟମର ୧୦ ଗୁଣରୁ କମ ସମ୍ ଆସ୍ୟୁର୍ଡ ଅଫର କରାଯାଉଥିଲା।

ସମ୍ ଆସ୍ୟୁର୍ଡ କମ ହେବା କାରଣରୁ ରିଟର୍ଣ୍ଣ ଭଲ ହେବ। କାରଣ ଏବେ ମୋର୍ଟାଲିଟି ଚାର୍ଜ କମ କଟିବ। ତେବେ ସମ ଆସ୍ୟୁର୍ଡ ବାର୍ଷିକ ପ୍ରିମିୟମର ୧୦ ଗୁଣରୁ କମ ହେବା କାରଣରୁ ଟ୍ୟାକ୍ସ ବେନିଫିଟ୍ ମିଳିବ ନାହିଁ। ଆପଣ ବର୍ତ୍ତମାନେ କେବଳ ସେହି ପଲିସି ଉପରେ ଟ୍ୟାକ୍ସ ବେନିଫିଟ୍ ନେଇ ପାରିବେ ଯାହାର ସମ୍ ଆସ୍ୟୁର୍ଡ ବାର୍ଷିକ ପ୍ରିମିୟମର ୧୦ ଗୁଣ କିମ୍ବା ଅଧିକ ହେଉଥିବ।

ମ୍ୟାଚୁରିଟି ଉପରେ ଗ୍ୟାରେଣ୍ଟି ରିଟର୍ଣ୍ଣ ଜରୁରୀ ନୁହେଁ

ପେନସନ୍ ପ୍ଲାନରେ ମ୍ୟାଚୁରିଟି ସମୟରେ ବୀମା କମ୍ପାନିଙ୍କୁ ଆଗରୁ ରିଟର୍ଣ୍ଣ ଗ୍ୟାରେଣ୍ଟି ଦେବାକୁ ପଡୁଥିଲା। ଏହାର ଅର୍ଥ ହେଉଛି ସେମାନଙ୍କୁ ମ୍ୟାଚୁରିଟି ଉପରେ ହାସଲ ହେବାକୁ ଥିବା ରାଶି ଉପରେ ଗ୍ୟାରେଣ୍ଟି ଦେବାକୁ ଡେଟ୍ ଇନଷ୍ଟ୍ରୁମେଣ୍ଟ୍‌ସରେ ନିବେଶ କରିବାକୁ ପଡୁଥିଲା। ଏହି କାରଣରୁ ନିବେଶରୁ ହାସଲ ହେବାକୁ ଥିବା ରିଟର୍ଣ୍ଣ କମିଯାଉଥିଲା। ନୂଆ ନିୟମ କାରଣରୁ ଏବେ ପଲିସି ଧାରକଙ୍କୁ ନୋ ଗ୍ୟାରେଣ୍ଟି ବିକଳ୍ପ ବାଛିବାର ଓ କମ୍ପାନିକୁ ଇକ୍ୱିଟି ନିବେଶ ବଢାଇବାକୁ କହିବା କାରଣରୁ ନିବେଶରୁ ଅଧିକ ରିଟର୍ଣ୍ଣ କମାଇବାର ମଉକା ମିଳିବ।

କର୍ପସର ଏକ ତୃତୀୟାଂଶ ଟ୍ୟାକ୍ସ ଫ୍ରି

ନୂଆ ଗାଇଡ୍ ଲାଇନ୍ ଅନୁସାରେ ପଲିସି ଧାରକଙ୍କୁ ସମାନ ପଲିସିରେ ସମାନ ସର୍ତ୍ତାବଳୀରେ ସଂଚୟ ଅବଧି କିମ୍ବା ସମୟସୀମାକୁ ୬୦ ବର୍ଷ ପର୍ଯ୍ୟନ୍ତ ବଢାଇବାର ବିକଳ୍ପ ମିଳୁଛି। ବୀମା କମ୍ପାନିଙ୍କୁ ଏବେ ପଲିସି ଧାରକଙ୍କ ପାଇଁ ନମନୀୟତା ଓ ଲିକ୍ୱିଡିଟି ବଢାଇବା ପାଇଁ ହିତାଧିକାରୀଙ୍କୁ ସରେଣ୍ଡର ସମୟରେ କିମ୍ବା ପଲିସି ଧାରକଙ୍କ ମୃତ୍ୟୁରେ ଏକକାଳୀନ ୬୦ ପ୍ରତିଶତ ରାଶି ଉଠାଇବାର ଅନୁମତି ଦେବାକୁ ପଡ଼ିବ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହା ୩୩ ପ୍ରତିଶତ ଥିଲା। ତେବେ ଯେତେବେଳେ ପେନସନ୍ କର୍ପସରୁ ଏକକାଳୀନ ରାଶି ଉଠାଯିବ ସେତେବେଳେ କର୍ପସର ଏକତୃତୀୟାଂଶ ହିଁ ଟ୍ୟାକ୍ସ ଫ୍ରି ହେବ। ପୂରା ୬୦ ପ୍ରତିଶତ ଟ୍ୟାକ୍ସ ଫ୍ରି ହେବ ନାହିଁ।

ସରେଣ୍ଡର ଭାଲ୍ୟୁ ନିୟମ ଅଧିକ ଅନୁକୂ

ସରେଣ୍ଡର ଭ୍ୟାଲୁ ନିୟମ ଏବେ ପଲିସି ଧାରକଙ୍କ ପାଇଁ ଅନୁକୂଳ। ମ୍ୟାଚୁରିଟି ପୂର୍ବରୁ କୌଣସି ପ୍ଲାନକୁ ବନ୍ଦ କରିବାରେ ଯେଉଁ ରାଶି ମିଳିଥାଏ ତାହା ହେଉଛି ସରେଣ୍ଡର ଭାଲ୍ୟୁ। ପାରମ୍ପାରିକ ବୀମା ପଲିସିରେ ଯଦି କୌଣସି ଗ୍ରାହକ କିଛି କାରଣ ପାଇଁ ନିଜ ପଲିସିକୁ ବନ୍ଦ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସୁନିଶ୍ଚିତ ସରେଣ୍ଡର ଭାଲ୍ୟୁ ପାଇଁ ତିନି ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏବେ ପଲିସି ଧାରକ ଦୁଇ ବର୍ଷ ପରେ ପଲିସିକୁ ଟର୍ମିନେଟ୍ କରିପାରିବେ।

ଆଗରୁ ଦିଆଯାଇଥିବା ସର୍ଭାଇବାଲ ବେନିଫିଟ୍ କଟିବ

ଏହାର ଅର୍ଥ ହେଉଛି ଯଦି ପଲିସି ଆରମ୍ଭ ହେବାର ଦୁଇ ବର୍ଷ ପରେ ତାକୁ ଟର୍ମିନେଟ୍ କରାଯାଉଛି ତେବେ ଦିଆଯାଇଥିବା ପ୍ରିମିୟମର ୩୦ ପ୍ରତିଶତ ସମକକ୍ଷ ରାଶି ପଲିସି ଧାରକଙ୍କୁ ମିଳିବ। ଏଥିରୁ ଆଗରୁ ଯଦି କିଛି ସର୍ଭାଇବାଲ ବେନିଫିଟ୍ ଦିଆଯାଇଥିବ ତେବେ ତାକୁ କାଟି ଦିଆଯିବ।

ଯଦି ଆପଣ ତିନି ବର୍ଷ ପରେ ପଲିସିକୁ ବନ୍ଦ କରୁଛନ୍ତି ତେବେ ସର୍ଭାଇବାଲ ବେନିଫିଟ୍ କାଟି ଆପଣଙ୍କୁ ୩୫ ପ୍ରତିଶତ ରାଶି ମିଳିବ। ଚତୁର୍ଥରୁ ସପ୍ତମ ବର୍ଷ ମଧ୍ୟରେ ପଲିସି ସରେଣ୍ଡର କରିଲେ ଆପଣଙ୍କୁ ୫୦ ପ୍ରତିଶତ ରାଶି ମିଳିବ।

ପଲିସି ମ୍ୟାଚୁର ହେବାର ଦୁଇ ବର୍ଷ ଆଗରୁ ସରେଣ୍ଡର କଲେ ବୀମା କମ୍ପାନିଙ୍କୁ ସେପର୍ଯ୍ୟନ୍ତ ଦିଆଯାଇଥିବା ପ୍ରିମିୟମରୁ ସର୍ଭାଇବାଲ ବେନିଫିଟ୍ କାଟିକରି ଆପଣଙ୍କୁ ୯୦ ପ୍ରତିଶତ ରାଶି ଦେବାକୁ ପଡ଼ିବ।