କରେଣ୍ଟ୍ ଆକାଉଣ୍ଟକୁ ଚାଲୁ ଖାତା ବୋଲି ମଧ୍ୟ କୁହାଯାଇଥାଏ। ସାଧାରଣତଃ ବ୍ୟବସାୟୀ କିମ୍ବା କମ୍ପାନି ଏଭଳି ଆକାଉଣ୍ଟର ବ୍ୟବହାର କରିଥାନ୍ତି।

କେଉଁମାନେ କାହିଁକି ଏହାର ବ୍ୟବହାର କରନ୍ତି?

ବ୍ୟବସାୟୀ ଓ କମ୍ପାନିଗୁଡ଼ିକ ଏହାର ବ୍ୟବହାର କରିଥାନ୍ତି। କାରଣ ସେମାନଙ୍କୁ ପ୍ରତିଦିନ ଦେଣ ନେଣ କରିବାକୁ ପଡ଼ିଥାଏ। ଯେଉଁଠାରେ ଅଧିକ ଟଙ୍କା ଦେଣନେଣ ହୋଇଥାଏ, ସେଠାରେ କରେଣ୍ଟ୍ ଆକାଉଣ୍ଟ ବ୍ୟବହାର ହୋଇଥାଏ। ଆସନ୍ତୁ ଏହା ବାବଦରେ କିଛି ଅଧିକ ଜାଣିବା।

କରେଣ୍ଟ ଆକାଉଣ୍ଟର ସୁବିଧା ?

କରେଣ୍ଟ୍ ଆକାଉଣ୍ଟ ବିଜନେସ୍ ଚଳାଉଥିବା ଲୋକଙ୍କ ପାଇଁ ଏକ ବ୍ୟାଙ୍କ ଖାତା। ଏହା ଦୈନିକ ବ୍ୟବସାୟିକ ଟ୍ରାଞ୍ଜାକସନ କରିବାରେ ସାହାଯ୍ୟ କରିଥାଏ।

ବିଶେଷ ସୁବିଧା ଥାଏ?

କରେଣ୍ଟ୍ ଆକାଉଣ୍ଟ୍‌ରେ ଥିବା ଟଙ୍କାକୁ ଯେକୌଣସି ସମୟରେ ବ୍ୟାଙ୍କ କିମ୍ବା ଏଟିଏମରୁ ଉଠା ଯାଇପାରିବ। ଟଙ୍କା ଉଠାଇବା ଉପରେ କୌଣସି ପ୍ରକାରର କଟକଣା ନଥାଏ। ଖାତା ଧାରକ ଯେତେ ଥର ଚାହିଁଲେ ବି ଟଙ୍କା ଉଠାଇ ପାରିବେ। ଅର୍ଥାତ କରେଣ୍ଟ ଆକାଉଣ୍ଟରୁ ଆପଣ ଗୋଟିଏ ଦିନରେ ଯେତେଥର ଚାହିଁଲେ ବି ଟଙ୍କା ଉଠାଇ ପାରିବେ କିମ୍ବା ପେମେଣ୍ଟ କରି ପାରିବେ।

ଅନ୍ୟ କେଉଁ କାମରେ ଆସିଥାଏ?

ଏହି ଖାତାର ବ୍ୟବହାର ଇଲେକଟ୍ରୋନିକ୍ ଟ୍ରାଞ୍ଜାକ୍ସନ୍ କିମ୍ବା ଚେକ୍ ଟ୍ରାଞ୍ଜାକ୍ସନ୍ ପାଇଁ କରାଯାଇପାରିବ।

ଖାତାରେ ଥିବା ଜମାରାଶିର କ’ଣ ହୁଏ?

ବ୍ୟବସାୟର ଆବଶ୍ୟକତା ଅନୁସାରେ କରେଣ୍ଟ୍ ଆକାଉଣ୍ଟର ଟଙ୍କା ଅଧିକାଂଶ ସମୟରେ କମ୍ ବହୁତ ହୋଇଥାଏ। ତେଣୁ ବ୍ୟାଙ୍କ ଏହି ଟଙ୍କାର ବ୍ୟବହାର କରିନଥାନ୍ତି। ଆପଣ ଏହା କହିପାରିବେ ଯେ, ଏହା ବ୍ୟାଙ୍କ ତରଫରୁ ମିଳୁଥିବା ଏକ ବିଶେଷ ସୁବିଧା।

କେତେ ସୁଧ ମିଳେ?

ସଞ୍ଚୟ ଖାତାରେ ଯେଉଁଠି ଆପଣଙ୍କୁ ଆପଣଙ୍କ ବକେୟା ଟଙ୍କା ଉପରେ ସୁଧ ମିଳିଥାଏ, କରେଣ୍ଟ୍ ଆକାଉଣ୍ଟରେ ବାଲାନ୍ସ ଉପରେ କୌଣସି ସୁଧ ମିଳିନଥାଏ। କରେଣ୍ଟ୍ ଆକାଉଣ୍ଟ ଖୋଲିବା ପାଇଁ ଆପଣ ଭୋଟର ଆଇଡି କାର୍ଡ, ଆଧାର କାର୍ଡ, ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ପାସପୋର୍ଟର ବ୍ୟବହାର କରିପାରିବେ।