ସାଧାରଣତଃ କ୍ରେଡିଟ୍ କାର୍ଡ ହେଉଛି ଏକ ପ୍ରକାର ପେମେଣ୍ଟ କାର୍ଡ, ଯାହାର ବ୍ୟବହାର କରି ଆପଣ ବିଭିନ୍ନ ସାମଗ୍ରୀ ଓ ସେବା ପାଇପାରିବୋ ଅର୍ଥାତ ବିଭିନ୍ନ ପ୍ରକାର ଜିନିଷ କିଣିବା, ରେଷ୍ଟୁରାଣ୍ଟରେ ଖାଇବା, ଅନଲାଇନ୍ ସପିଂ କରିବା, ପେଟ୍ରୋଲ ପମ୍ପରୁ ତେଲ ପକାଇବାଠାରୁ ଆରମ୍ଭ କରି ବଡ଼ ଧରଣର ଖର୍ଚ୍ଚ ନିମନ୍ତେ ମଧ୍ୟ ଆପଣ ଟଙ୍କା ନ ଥିଲେ ବି କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବୋ ତେଣୁ ଯଦି ଆପଣଙ୍କ ପକେଟରେ ଏକ କ୍ରେଡିଟ୍ କାର୍ଡ ପଡ଼ିଛି, ତେବେ ଆପଣଙ୍କର ଖର୍ଚ୍ଚ କରିବାର କ୍ଷୁଧା ବଢିଚାଲିଥାଏା ଏ କ୍ଷେତ୍ରରେ ଆପଣ କ୍ରେଡିଟ୍ କାର୍ଡର ଉପଯୁକ୍ତ ବ୍ୟବହାର ନ କଲେ ବା ସାମାନ୍ୟ ସଞ୍ଜମତା ଅବଲମ୍ବନ ନ କଲେ ଫଶିଯାଇପାରନ୍ତିା

credit card

ସେହିପରି କ୍ରେଡିଟ୍ କାର୍ଡ ଏକ ପ୍ରକାର ୠଣ କାର୍ଡ ହୋଇଥାଏ, ଯେଉଁଥିପାଇଁ ଆପଣଙ୍କୁ ସୁଧ ତ ଦେବାକୁ ପଡ଼େ, ତାହା ସହ କାର୍ଡର ମେଣ୍ଟେନାନ୍ସ ଓ ଅନ୍ୟାନ୍ୟ ଫିସ ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିଥାଏା ଏହାବାଦ୍ କ୍ରେଡିଟ୍ କାର୍ଡ ଆପଣଙ୍କ ଅଜାଣତରେ ମଧ୍ୟ ବିଭିନ୍ନ ବାବଦରେ ଆପଣଙ୍କ ଟଙ୍କା ଶୋଷିଥାଏା ତେଣୁ ଯଦି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁା

କ୍ରେଡିଟ୍ କାର୍ଡର ଫାଇଦା

କ୍ରେଡିଟ୍ କାର୍ଡରେ ଥିବା ଅସୁବିଧା ସମ୍ପର୍କରେ ଜାଣିବା ପୂର୍ବରୁ ଆମେ ଏହାର କିଛି ଫାଇଦା ମଧ୍ୟ ଜାଣିବା ଆବଶ୍ୟକା ସାଧାରଣତଃ କ୍ରେଡିଟ କାର୍ଡଧାରୀମାନେ ନିମ୍ନଲିଖିତ ସୁବିଧା ପାଇଥାନ୍ତିା

୧- କ୍ରେଡିଟ୍‌ କାର୍ଡ ଥିଲେ ଆପଣଙ୍କୁ ଏକ ସଙ୍ଗେ ଅଧିକ ପରିମାଣର ଟଙ୍କା ନଗଦ ସାଥିରେ ନେଇଯିବାର ଆବଶ୍ୟକତା ନାହିଁ

୨-କ୍ରେଡିଟ୍ କାର୍ଡ ଜରିଆରେ ଅନଲାଇନ ସପିଂ କଲେ, ଆପଣଙ୍କୁ ବିଭିନ୍ନ ସମୟରେ ଡିସ୍କାଉଣ୍ଟ ମିଳିଥାଏା

୩-ସେହିପରି କ୍ରେଡିଟ୍ କାର୍ଡରେ ବିଭିନ୍ନ ଜିନିଷ କିଣିବା ଫଳରେ ଆପଣଙ୍କୁ ରିୱାର୍ଡ ମିଳିଥାଏ, ଯାହା ଆପଣଙ୍କୁ ପରବର୍ତ୍ତୀ ଟ୍ରାନଜାକ୍ସନ ନିମନ୍ତେ ଫାଇଦା ଦେଇଥାଏା

୪-କ୍ରେଡିଟ୍‌ କାର୍ଡ ଜରିଆରେ ଆପଣ ଯାହା ସବୁ ଖର୍ଚ୍ଚ କରୁଥିବେ ତାହାର ଏକ ବିସ୍ତୃତ ତଥ୍ୟ ପ୍ରତିମାସରେ ଆପଣଙ୍କ ଇ-ମେଲକୁ ଆସିଥାଏା ଫଳରେ ଏହାକୁ ଦେଖି ଆସନ୍ତା ମାସକୁ ଆପଣ ନିଜ ଖର୍ଚ୍ଚ ଠିକ୍ ଭାବେ ପରିଚାଳନା କରିପାରିବୋ

୫-ଯଦି ଆପଣଙ୍କ ପାଖରେ ନଗଦ ଟଙ୍କା ନାହିଁ, ତେବେ ଜରୁରୀ ସମୟରେ ଆପଣ ଏହାକୁ ବ୍ୟବହାର କରି ଫାଇଦା ପାଇପାରିବୋ

କ୍ରେଡିଟ୍ କାର୍ଡରେ କ’ଣ ରହିଛି ଅସୁବିଧା?

କ୍ରେଡିଟ୍ କାର୍ଡ ଟ୍ରାନଜାକ୍ସନରେ ଆପଣଙ୍କୁ ମାତ୍ରାଧିକ ସୁଧ ଦେବାକୁ ପଡ଼ିଥାଏା ଅର୍ଥାତ ଆପଣ ମାସକୁ ୩% ବା ତା’ଠାରୁ ଅଧିକ ହିସାବରେ ବାର୍ଷିକ ପ୍ରାୟ ୪୦%ରୁ ଅଧିକ ସୁଧ ଦେବାକୁ ପଡିଥାଏା

ଯଦି ଆପଣ ନିଜ କ୍ରେଡିଟ୍ କାର୍ଡ ପେମେଣ୍ଟ ଠିକ୍ ସମୟରେ ଦେଇନପାରିବେ, ତେବେ ଆପଣଙ୍କ କ୍ରେଡିଟ୍ ସ୍କୋର ବା ସିବିଲ ସ୍କୋର ଖରାପ ହୋଇଥାଏା ଫଳରେ ଆପଣଙ୍କୁ ୠଣ ମିଳିବାରେ ଅସୁବିଧା ହୋଇଥାଏା

କ୍ରେଡିଟ୍ କାର୍ଡ ମେଣ୍ଟେନାନ୍ସ ପାଇଁ ଆପଣଙ୍କୁ ବିଭିନ୍ନ ଫିସ ଦେବାକୁ ପଡିଥାଏା ସେହିପରି ଏହି ଫିସ ଯଦି ଆପଣ ଦେବାରେ ବିଳମ୍ବ କଲେ ତେବେ ସେଥିପାଇଁ ଆପଣଙ୍କୁ ଆହୁରି ଅଧିକ ଜରିମାନା ଦେବାକୁ ପଡିଥାଏା

କ୍ରେଡିଟ୍‌ କାର୍ଡ କମ୍ପାନୀ ଆପଣଙ୍କୁ କାର୍ଡ ଦେବା ସମୟରେ ଏହାର ଅନେକ ସର୍ତ୍ତ ସମ୍ପର୍କରେ ସୂଚନା ଦେଇଥାଏା ଯାହାକୁ ଆପଣ ଭଲଭାବେ ପଢି କାର୍ଡ ବ୍ୟବହାର କରିବା ଆବଶ୍ୟକା ନଚେତ ଆପଣ ଫଶିଯାଇପାରନ୍ତିା

କ୍ରେଡିଟ୍ କାର୍ଡ ନିମନ୍ତେ ଆପଣଙ୍କୁ ମାସିକ ଏକ ଛୋଟ ଧରଣ ବିଲ୍ ଦେବାକୁ ପଡ଼ିଥାଏା ଏହି ବିଲ୍ ଛୋଟ ହୋଇଥିଲେ ମଧ୍ୟ ଅଧିକ ସମୟ ବ୍ୟବଧାନ ପର୍ଯ୍ୟନ୍ତ ଏହି ଅର୍ଥ ଦେବା କ୍ଷେତ୍ରରେ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡ଼ୋ

କ୍ରେଡିଟ୍ କାର୍ଡ ସାଧାରଣତଃ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପ୍ରବର୍ତ୍ତାଇଥାଏା ଏପରିକି ଆପଣ ନିଜ ଆୟଠାରୁ ଅଧିକ ଖର୍ଚ୍ଚ କରିଦେଇଥାନ୍ତିା ଫଳରେ ଆପଣଙ୍କୁ କ୍ଷତିଗ୍ରସ୍ତ ହେବାକୁ ପଡ଼ୋ

NSC

କେମିତି କଟେ ଟଙ୍କା?

କ୍ରେଡିଟ୍ କାର୍ଡ ନିମ୍ନଲିଖିତ ପ୍ରକାରେ ଆପଣଙ୍କ ଟଙ୍କା ଶୋଷିନେଇଥାଏ, ଯାହା ଆପଣ ସହଜରେ ଜାଣିପାରନ୍ତି ନାହିଁା ଏହାକୁ ସାଧାରଣତଃ ‘ହିଡେନ୍ ଚାର୍ଜେସ’ କୁହାଯାଏା

ବିଳମ୍ବରେ ପେମେଣ୍ଟ ଦେବା: ଯଦି ଆପଣ କୌଣସି ମାସରେ ମିନିମମ୍ ଡ୍ୟୁ ଦେଇନପାରିବେ, ତେବେ ଏ କ୍ଷେତ୍ରରେ ଲେଟ୍ ପେମେଣ୍ଟ ଫି ଲାଗୁ ହୋଇଥାଏା ଏହାର ପରିମାଣ ବିଭିନ୍ନ ବ୍ୟାଙ୍କର ଅଲଗା ଅଲଗା ହୋଇଥାଏା ସାଧାରଣତଃ ଏହା ୩୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଥାଏା

ଟଙ୍କା ଉଠାଣ ଚାର୍ଜ: କ୍ରେଡିଟ୍ କାର୍ଡ ଜରିଆରେ ଆପଣ ଟଙ୍କା ଉଠାଣ କଲେ, ଏଥିପାଇଁ ଆପଣଙ୍କୁ ଅଲଗା ଚାର୍ଜ ଦେବାକୁ ପଡ଼ୋ

ସୁଧ ଚାର୍ଜ: କ୍ରେଡିଟ୍ କାର୍ଡ ୠଣ ବାବଦ ଆପଣଙ୍କୁ ସୁଧ ଦେବାକୁ ପଡିଥାଏା ଯାହାକି ବାର୍ଷିକ ପ୍ରାୟ ୪୦% ହୋଇଥାଏା ଏହାବାଦ ଏହା ବିଳମ୍ବରେ ଦେଲେ ଅଧିକ ଚାର୍ଜ ଲାଗୋ

ଜିଏସଟି: କ୍ରେଡିଟ୍ କାର୍ଡର ସମସ୍ତ ପ୍ରକାର ଚାର୍ଜରେ ଆପଣଙ୍କୁ ଜିଏସଟି ଦେବାକୁ ପଡିଥାଏ, ଯାହାକି ୧୮% ହୋଇଥାଏା ଏହାବାଦ୍ କ୍ରେଡିଟ୍ କାର୍ଡର ଇଏମଆଇ ସୁଧ, ଲେଟ୍ ପେମେଣ୍ଟ ଆଦି ସମସ୍ତ କ୍ଷେତ୍ରରେ ମଧ୍ୟ ଜିଏସଟି ଲାଗିଥାଏା

ବାର୍ଷିକ ଫି: କ୍ରେଡିଟ୍ କାର୍ଡ ପାଇଁ ସାଧାରଣତଃ ଆପଣଙ୍କୁ ବାର୍ଷିକ ଫିସ ଦେବାକୁ ପଡ଼ିଥାଏା

ଅଧିକ ଖର୍ଚ୍ଚ ପାଇଁ ଚାର୍ଜ: କ୍ରେଡିଟ୍ କାର୍ଡରେ ଆପଣଙ୍କ ନିର୍ଦ୍ଧାରିତ ଖର୍ଚ୍ଚ ପରିମାଣଠାଣୁ ଯଦି ଆପଣ ଅଧିକ ଖର୍ଚ୍ଚ କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଅଲଗା ଚାର୍ଜ ଲାଗିଥାଏା

ଚେକ୍ ବାଉନ୍ସ ବା ଅଟୋ ଡେବିଟ୍ ରିଭର୍ସାଲ: ଯଦି ଆପଣ କ୍ରେଡିଟ୍ କାର୍ଡ ପେମେଣ୍ଟ ଚେକ୍ ଆକାରରେ ଦେଉଛନ୍ତି ବା ବ୍ୟାଙ୍କ ଆକାଉଣ୍ଟ ସହ ଅଟୋ ଡେବିଟ୍ କରିଛନ୍ତି, ତାହା କୌଣସି କାରଣରୁ ବାଉନ୍ସ ହୋଇଗଲେ ଆପଣଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବା ଏହାର ପରିମାଣ ୨୦୦ରୁ ୫୦୦ ଟଙ୍କା ରହିଛିା

ବୈଦେଶିକ ମୁଦ୍ରା ଟ୍ରାନଜାକ୍ସନ: କ୍ରେଡିଟ୍ କାର୍ଡ ଜରିଆରେ ବୈଦେଶିକ ମୁଦ୍ରା ଟ୍ରାନଜାକ୍ସନ କଲେ ଅଲଗା ଚାର୍ଜ ଲାଗିଥାଏା ଏହା କମ୍ପାନୀ ହିସାବରେ ଭିନ୍ନ ଭିନ୍ନ ହୋଇଥାଏା

ପେଟ୍ରୋଲ ଓ ଡିଜେଲ ଆଦି ପକାଇଲେ: ପେଟ୍ରୋଲ ଓ ଡିଜେଲ ଆଦି ପକାଇବା ନିମନ୍ତେ କେତେକ କ୍ରେଡିଟ୍ କାର୍ଡ କମ୍ପାନୀ ଅଲଗା ଚାର୍ଜ ନେଇଥାନ୍ତିା

ଟ୍ରେନ୍ ଟିକେଟ୍ ବୁକିଂ: ଟ୍ରେନ୍ ଟିକେଟ ବୁକିଂ ବା ବାତିଲ କରିବା ନିମନ୍ତେ ଡେବିଟ୍ କାର୍ଡରେ ଅଲଗା ଭାବେ ଚାର୍ଜ ଲାଗିଥାଏା

କାର୍ଡ ହଜିଗଲେ: ଯଦି ଆପଣଙ୍କ କାର୍ଡ ହଜିଯାଏ କିମ୍ବା ଚୋରି ହୋଇଯାଏ ଏବଂ ଆପଣ ନୂଆ କାର୍ଡ ପାଇଁ ଆବେଦନ କରୁଛନ୍ତି, ତେବେ ଏକ୍ଷେତ୍ରରେ ଆପଣଙ୍କୁ ୧୦୦ରୁ ୨୫୦ ପର୍ଯ୍ୟନ୍ତ ଟଙ୍କା ଦେବାକୁପଡିଥାଏା

ନଗଦ ଟଙ୍କା ଦେଲେ: ସାଧାରଣତଃ କ୍ରେଡିଟ୍ କାର୍ଡ କମ୍ପାନୀ ଅନଲାଇନ୍ ପେମେଣ୍ଟ ଚାହିଁଥାନ୍ତିା ତେଣୁ ଆପଣ ଯଦି ଅଫିସକୁ ଯାଇ ନଗଦ ଟଙ୍କା ଦେଉଛନ୍ତି, ତେବେ ଆପଣଙ୍କୁ ଅତିରିକ୍ତ ୧୦୦ରୁ ୨୦୦ ଟଙ୍କା ଦେବାକୁ ପଡ଼ିବା

ଆଉଟ୍ ଷ୍ଟେଶନ ଚେକ୍: ଯଦି ଆପଣ ଆଉଟ୍ ଷ୍ଟେଶନ ଚେକ୍ ଦେଉଛନ୍ତି, ତେବେ କେତେକ କମ୍ପାନୀ ୫୦ରୁ ୨୦୦ ଟଙ୍କା ଜାର୍ଜ ଲଗାଇଥାନ୍ତିା

କିପରି କରିବେ ବ୍ୟବହାର?

ଆୟ ଦେଖି ବ୍ୟୟ: ଆପଣଙ୍କ ଆୟକୁ ଦେଖି ବ୍ୟୟ କରିବାର ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ ସେହି ଅନୁଯାୟୀ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତୁା ସାଧାରଣତଃ ଆୟର ୫୦% ରୁ ଅଧିକ ବ୍ୟୟ କରନ୍ତୁ ନାହିଁ

ସଞ୍ଜମତା ରକ୍ଷା କରନ୍ତୁ: କ୍ରେଡିଟ୍ କାର୍ଡ ବ୍ୟବହାର ବେଳେ ସାଧାରଣତଃ ସଞ୍ଜମତା ରକ୍ଷା କରନ୍ତୁା ଲୋଭରେ ପଡ଼ି ନିଜ କ୍ଷମତାଠାରୁ ଅଧିକ ମୂଲ୍ୟର କୌଣସି ବଡ଼ଧରଣ ଜିନିଷ କିଣାକିଣି କରୁଥିଲେ ଆପଣ ଅସୁବିଧାରେ ପଡ଼ିପାରନ୍ତିା

ନିୟମିତ ପେମେଣ୍ଟ: ନିୟମିତ ବ୍ୟବଧାନରେ କ୍ରେଡିଟ୍ କାର୍ଡ ପେମେଣ୍ଟ ଦିଅନ୍ତୁା ନଚେତ ଆପଣଙ୍କୁ ଅଧିକ ସୁଧ ଓ ଜରିମାନା ଦେବାକୁ ପଡ଼ିପାରୋ

ଅନାବଶ୍ୟକ ବ୍ୟବହାର: କ୍ରେଡିଟ୍ କାର୍ଡ ବ୍ୟବହାର କରିବା ଭଲ କଥାା କିନ୍ତୁ ଅନାବଶ୍ୟକ ଭାବେ କ୍ରେଡିଟ୍ କାର୍ଡ ବ୍ୟବହାର କରିବାଠାରୁ ଦୂରେଇ ରୁହନ୍ତୁା

ସର୍ତ୍ତ ଓ ନିୟମାବଳି ଭଲ ଭାବେ ବୁଝନ୍ତୁ: କ୍ରେଡିଟ୍ କାର୍ଡ ଆଣିବା ପୂର୍ବରୁ ସମ୍ପୃକ୍ତ କମ୍ପାନୀର ସର୍ତ୍ତ ଓ ନିୟମାବଳୀ ସମ୍ପର୍କରେ ଭଲ ଭାବେ ବୁଝିନିଅନ୍ତୁା ନଚେତ ଆପଣ ଅସୁବିଧାରେ ପଡ଼ିପାରନ୍ତିା