ଜିଓ ତା’ର ଗ୍ରାହକଙ୍କ ପାଇଁ ପୁଣି ଏକ ଖୁସି ଖବର ଆଣିଛି। ଏଣିକି ଜିଓ ବ୍ୟବହାରକାରୀମାନେ ବିନା ନେଟ୍‌ୱର୍କରେ କଲ୍ କରିପାରିବେ।

ଜିଓ ତରଫରୁ ଏଭଳି ନୂଆ ବ୍ୟବସ୍ଥାକୁ ଆରମ୍ଭ କରାଯାଇଛି। ଏହାଦ୍ୱାରା ନେଟ୍‌ୱର୍କ ନଥିଲେ ମଧ୍ୟ ଗ୍ରାହକମାନେ ୱାଇ-ଫାଇ ଜରିଆରେ ଫୋନ୍ କଲ୍ କରିପାରିବେ। ଏଥିରେ ଲୋକମାନେ ସାଧାରଣ କଲ୍ ପରି କଥା ହୋଇପାରିବେ। ଏଥିସହିତ ଏଥିପାଇଁ କୌଣସି ଅଧିକ ଶୁଳ୍କ ଦେବାକୁ ପଡ଼ିବନି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ତେବେ ଏହି ସୁବିଧା ସମସ୍ତ ଫୋନରେ ମିଳିବ ନାହିଁ। କେବଳ କେତେକ ଲାଟେଷ୍ଟ ଭର୍ସନ ଫୋନରେ ଏହି ସୁବିଧା ମିଳିପାରିବ। ଆପଣଙ୍କ ଫୋନରେ ଏହି ସୁବିଧା ମିଳିବ କି ନାହିଁ ଯାଞ୍ଚ କରନ୍ତୁ-  ଏଠାରେ କ୍ଲିକ୍ କରନ୍ତୁ