କର୍ପୋରେଟ୍ କମ୍ପାନି ଜାରି କରୁଥିବା ଏନସିଡି ଫିକ୍ସଡ୍ ଡିପୋଜିଟ୍ ତୁଳନାର ଦେଇଥାଏ ଅଧିକ ରିଟର୍ଣ୍ଣ, ତେବେ  ନିବେଶ ପୂର୍ବରୁ କମ୍ପାନିକୁ ଭଲକରି ଜାଣନ୍ତୁ..

ଯଦି ଆପଣ ଭଲ ରିଟର୍ଣ୍ଣ ପାଇଁ ଭଲ ଫିକ୍ସଡ୍ ଡିପୋଜିଟର ସଂଧାନରେ ଅଛନ୍ତି ତେବେ ଆପଣ ବଜାରରେ ଉପଲବ୍ଧ ଥିବା ଅନ୍ୟ ବିକଳ୍ପ ବାବଦରେ ମଧ୍ୟ ଚିନ୍ତା କରିବା ଉଚିତ ହେବ। ଆପଣ NCD ଅର୍ଥାତ ନନ୍-କନଭର୍ଟିବଲ ଡିବେଞ୍ଚର୍ସରେ ନିବେଶ କରିପାରିବେ। ଗତ କିଛି ବର୍ଷ ଧରି NCDରେ ନିବେଶ ବୃଦ୍ଧି ପାଇଛି। ଅନେକ କମ୍ପାନି ବଜାରରେ ନିଜ ଏନ୍‌ସିଡିକୁ ଉପସ୍ଥାପନା କରିଛନ୍ତି।

NCDରେ ଆପଣଙ୍କୁ ଫିକ୍ସଡ୍ ଡିପୋଜିଟ୍ ତୁଳନାରେ ଦୁଇରୁ ତିନି ପ୍ରତିଶତ ଅଧିକ ରିଟର୍ଣ୍ଣ ମିଳିଥାଏ। ତେବେ ବିଶେଷଜ୍ଞଙ୍କ କହିବା ହେଉଛି ଆପଣ ମଧ୍ୟ ଯଦି ଏନସିଡିରେ ନିବେଶକରିବାକୁ ଚାହୁଁଛନ୍ତି ତେବେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଧ୍ୟାନରେ ରଖିବାକୁ ପଡିବ। ତେବେ ଯାଇକରି ଆପଣ ଭଲ ରିଟର୍ଣ୍ଣ ପାଇ ପାରିବେ।

NCD ‘ଣ?

ଏନସିଡି ଅର୍ଥାତ Non Convertible Debentures। ଯାହାକୁ କମ୍ପାନି ତାର ଆର୍ଥିକ ଆବଶ୍ୟକତା ପୁରଣ କରିବାକୁ ଜାରି କରିଥାଏ। ବଡ଼ ବଡ଼ କର୍ପୋରେଟ୍ ହାଉସ ନିଜ ଆର୍ଥିକ ଆବଶ୍ୟକତା ପୁରଣ କରିବାକୁ ସିଧା ସିଧା ଲୋକଙ୍କଠାରୁ ଟଙ୍କା ନେଇଥାନ୍ତି। ଉଧାର ନେବା ବଦଳରେ କମ୍ପାନି ଆପଣଙ୍କୁ ଗୋଟିଏ ଟୋକନ ଦେଇଥାଏ। ଯେଉଁଥିରେ ଆପଣ ଦେଇଥିବା ଟଙ୍କା ଉପରେ ଆପଣଙ୍କୁ କେତେ ସୁଧ ମିଳିବ ତାହା ଲେଖା ହୋଇଥାଏ।

ଯେତେବେଳେ ଆପଣ ଫିକ୍ସଡ୍ ଡିପୋଜିଟ୍ କରନ୍ତି ସେତେବେଳେ ଆପଣ ବ୍ୟାଙ୍କକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ଟଙ୍କା ଦେଇଥାନ୍ତି। ଯାହା ଉପରେ ବ୍ୟାଙ୍କ ଆପଣଙ୍କୁ ଅବଧି ପୁରା ହେବା ପରେ ନିର୍ଦ୍ଦିଷ୍ଟ ସୁଧ ସହ ମୂଳଧନ ଫେରାଇଥାଏ। କିନ୍ତୁ ଯେତେବେଳେ ଆପଣ NCD ରେ କୌଣସି କମ୍ପାନିକୁ ଟଙ୍କା ଦିଅନ୍ତି ସେତେବେଳେ କମ୍ପାନି ଆପଣଙ୍କୁ ଏଫ୍‌ଡିଠାରୁ ଅଧିକ ସୁଧ ଦେଇଥାଏ।

ନିବେଶ ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ

NCDରେ ନିବେଶ ପୂର୍ବରୁ ତିନୋଟି  କଥାର ଧ୍ୟାନ ରଖନ୍ତୁ;

  • କୌଣସି କମ୍ପାନିର NCDରେ ଟଙ୍କା ଲଗାଇବା ବେଳେ ସେହି କମ୍ପାନିର ଆର୍ଥିକ ସ୍ୱାସ୍ଥ୍ୟ ବାବଦରେ ସୂଚନା ଏକତ୍ରିତ କରନ୍ତୁ। କମ୍ପାନିର ଫାଇନାନ୍ସସିଆଲ ଷ୍ଟାଟସ କଣ ତାହା ଜାଣି ନିଅନ୍ତୁ। ଯଦି କମ୍ପାନିର ବାଲାନ୍ସ ସିଟ୍ ଓ ଫାଇନାନ୍ସସିଆଲ ବୁକ୍ ଠିକ୍ ଅଛି ତେବେ ହିଁ ନିବେଶ କରନ୍ତୁ। ଯଦି କମ୍ପାନିର ଆର୍ଥିକ ସ୍ଥିତି ଠିକ୍ ନାହିଁ ତେବେ ଆପଣଙ୍କ ଟଙ୍କା ବୁଡ଼ିବାର ଆଶଙ୍କା ରହିବ।
  • NCD ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ସେକ୍ୟୁର୍ଡ ଓ ଆରଟି ଅନସେକ୍ୟୁର୍ଡ। ସେକ୍ୟୁର୍ଡ ଏନସିଡିରେ ଯେତେବେଳେ କମ୍ପାନି ଆପଣଙ୍କଠାରୁ ଋଣ ନେଇଥାଏ, ସେତେବେଳେ ବଦଳରେ କିଛି ବନ୍ଧକ ରଖିଥାଏ। ଯେମିତି କମ୍ପାନି ଯଦି ୫୦୦ କୋଟିର ଏନସିଡି ଜାରି କରିଛି ତେବେ ବଦଳରେ ତାହା ୫୦୦ କୋଟିର ସମ୍ପତ୍ତି ଜାରି କରିଥାଏ। ଯଦି କୌଣସି କାରଣରୁ କମ୍ପାନି ଲୋକଙ୍କ ଟଙ୍କା ଫେରାଇ ପାରେନା ତେବେ ତାର ସଂପତ୍ତି ବିକ୍ରି କରି ନିବେଶକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଥାଏ। କିନ୍ତୁ ଅନସେକ୍ୟୁର୍ଡ ଏନସିଡିରେ କମ୍ପାନି ଟଙ୍କା ବଦଳରେ କୌଣସି କମ୍ପାନି ଆଲଟ୍ କରିନଥାଏ। ଏମିତିରେ କମ୍ପାନି ଯଦି ଟଙ୍କା ଫେରାଇ ନପରେ ତେବେ ଆପଣଙ୍କ ପାଖରେ ଟଙ୍କା ଫେରି ପାଇବାର ଅନ୍ୟ କୌଣସି ରାସ୍ତା ନଥାଏ। ତେଣୁ ସବୁବେଳେ ସେକ୍ୟୁର୍ଡ ଏନସିଡିରେ ନିବେଶ କରନ୍ତୁ।
  • NCDରେ ନିବେଶ ପୂର୍ବରୁ କମ୍ପାନିର ରେଟିଂକୁ ଚେକ୍ କରନ୍ତୁ। ଏହା ସବୁଠାରୁ ଜରୁରୀ ପଏଣ୍ଟ୍। ସବୁବେଳେ ନିଜ ଟଙ୍କା AAA ରେଟିଂ ବାଲା କମ୍ପାନିରେ ହିଁ ଲଗାନ୍ତୁ। ଏଭଳି କମ୍ପାନିଗୁଡ଼ିକ ବୁଡ଼ିବାର ଆଶଙ୍କା ଖୁବ କମଥାଏ।

ଫ୍‌ଡି ଓ NCD  ମଧ୍ୟରେ କେଉଁଟା ଭଲ ବିକଳ୍ପ

NCDରେ ଭଲ ରିଟର୍ଣ୍ଣ ମିଳିଥାଏ। କିନ୍ତୁ ଏଥିରେ ରିସ୍କ ମଧ୍ୟ ଥାଏ। କିନ୍ତୁ ଫିକ୍ସଡ୍ ଡିପୋଜିଟରେ କମ ରିଟର୍ଣ୍ଣ ମିଳୁଥିଲେ ମଧ୍ୟ ରିସ୍କ ନଥାଏ। ତେଣୁ ଏନସିଡିରେ ନିବେଶ ଉପରେ .ଯଦି ଆପଣଙ୍କୁ ଏଫଡିଠାରୁ ମାତ୍ର 1 କିମ୍ବା ଦେଢ ପ୍ରତିଶତ ଅଧିକ ରିଟର୍ଣ୍ଣ ମିଳୁଛି ତେବେ ଫିକ୍ସଡ୍ ଡିପୋଡିଟରେ ହିଁ ନିବେଶ କରନ୍ତୁ।କାରଣ ଟ୍ୟାକ୍ସ କଟିବା ପରେ ଆପମଣଙ୍କ ଲାଭ ବହୁତ କମିଯିବ। ତେଣୁ NCD ରେ ଯଦି ଆପଣଙ୍କୁ ଦୁଇରୁ 3 ପ୍ରତିଶତ (ଫିକ୍ସଡ ଡିପୋଜିଟ୍ ତୁଳନାରେ) ଅଧିକ ସୁଧ ମିଳୁଛି ତେବେ ହିଁ ଏଥିରେ ଟଙ୍କା ଲଗାନ୍ତୁ।