ବ୍ୟାଙ୍କିଙ୍ଗ ଓମ୍ବୁଡସମ୍ୟାନ ପୋର୍ଟାଲରେ ଉପଲବ୍ଧ ଫର୍ମ ଡାଉନଲୋଡ୍ କରି ଅଭିଯୋଗ କରିପାରିବେ

ଆପଣ ବ୍ୟାଙ୍କ କିମ୍ବା ବୀମା କମ୍ପାନିଙ୍କ ସେବାକୁ ନେଇ ସନ୍ତୁଷ୍ଟ ନାହାନ୍ତି କି? ଅଭିଯୋଗ ପରେ ମଧ୍ୟ ସେମାନେ ଆପଣଙ୍କ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି କି? ଯଦି ଏଭଳି କିଛି ଆପଣଙ୍କ ସହ ଘଟିଛି ତେବେ ଆପଣ ବ୍ୟାଙ୍କି ଓମ୍ବୁଡସମ୍ୟାନଙ୍କ ନିକଟରେ ଅଭିଯୋଗ କରିପାରିବେ। ସେହିଭଳି କୌଣସି ରିୟଲ ଇଷ୍ଟେଟ୍ କମ୍ପାନି ବିରୋଧରେ କିଛି ଅଭିଯୋଗ ଥିଲେ ଆପଣ ସିଧା ସଳଖ ରେରା ବା ରିୟଲ ଇଷ୍ଟେଟ୍ ରେଗୁଲେଟାରି ଅଥରିଟିଙ୍କୁ ଯୋଗାଯୋଗ କରିପାରିବେ।

Banking-Ombudsman-Scheme-disabilities

ଆମେ ଆପଣଙ୍କୁ ଏଠାରେ ସେହି ସବୁ ବିଷୟରେ ଜଣାଇବୁ ଯାହା ଦ୍ୱାରା ଆପଣ ନିଜ ଅଭିଯୋଗକୁ ବ୍ୟାଙ୍କି ଓମ୍ବୁଡସମ୍ୟାନ, ବୀମା ଆମ୍ବୁଦସମ୍ୟାନ ଏବଂ ରେରା ନିକଟରେ ଅଭିଯୋଗ କରିପାରିବେ।

ବ୍ୟାଙ୍କିଙ୍ଗ୍ ଓମ୍ବୁଡସମ୍ୟାନ

  • ବ୍ୟାଙ୍କ ନିକଟରେ ଅଭିଯୋଗ କରନ୍ତୁ ଏବଂ ସେମାନଙ୍କୁ ଉତ୍ତର ଦେବାକୁ ୩୦ ଦିନ ସମୟ ଦିଅନ୍ତୁ।
  • ଯଦି ବ୍ୟାଙ୍କର ଉତ୍ତର ଆପଣଙ୍କୁ ସନ୍ତୋଷଜନକ ଲାଗେ ନାହିଁ ତେବେ ଆପଣ ସେହି ବ୍ୟାଙ୍କିଙ୍ଗ ଆମ୍ବୁଦସମ୍ୟାନ(ବିଓ) କାର୍ଯ୍ୟାଳୟ ସହ ସମ୍ପର୍କ କରନ୍ତୁ ଯାହା ଅଧିନରେ ମାମଲା ଆସିଥାଏ। ଏବେ ଆପଣ cms.rbi.org.in ଜରିଆରେ ଅନଲାଇନରେ ଅଭିଯୋଗ କରିପାରିବେ।
  • ଅଭିଯୋଗ ପରେ ଆପଣଙ୍କୁ ବ୍ୟାଙ୍କର ଉତ୍ତର ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିବ ନାହିଁ।
  • ବ୍ୟାଙ୍କିଙ୍ଗ ଓମ୍ବୁଡସମ୍ୟାନ ପୋର୍ଟାଲ https://bankingombudsman.rbi.org.in ପୋର୍ଟାଲରେ ଉପଲବ୍ଧ ଫର୍ମକୁ ଡାଉନଲୋଡ୍ କରି ଅଭିଯୋଗ କରିପାରିବେ।
  • ଅନଲାଇନରେ https://secwebrbi.org.in/BO/precompltindex.htm କୁ ଯାଇ ସେଠାରେ ଅଭିଯୋଗ କରିପାରିବେ।
  • ବିଓ ବୁଝାମଣା ଜରିଆରେ କିମ୍ବା ନିଜ ଆଦେଶ ବଳରେ ମାମଲାର ସମାଧାନ କରିପାରିବେ।
  • ବିଓଙ୍କ ନିଷ୍ପତିରେ ଯଦି ଆପଣ ସନ୍ତୁଷ୍ଟ ନାହାନ୍ତି ତେବେ ଆପଣ ଅପିଲ ପ୍ରାଧିକରଣକୁ ସମ୍ପର୍କ କରିପାରିବେ, ଏହା ପରେ ମଧ୍ୟ ଆପଣ ରାୟକୁ ନେଇ ଅସନ୍ତୁଷ୍ଟ ଥିଲେ ଉପଭୋକ୍ତା ଅଦାଲତକୁ ମାମଲା ନେଇ ପାରିବେ।

complain against bank

ଇନସ୍ୟୁରାନ୍ସ ଓମ୍ବୁଡସମ୍ୟାନ

  • ପ୍ରଥମେ ବୀମା କମ୍ପାନୀରେ ଲିଖିତ ଅଭିଯୋଗ କରନ୍ତୁ,ସିଧା ଓମ୍ବୁଡସମ୍ୟାନ ଙ୍କ ପାଖରେ ପହଂଚନ୍ତୁ ନାହିଁ। ଅଭିଯୋଗ ସହ ପ୍ରମାଣ ମଧ୍ୟ ଦିଅନ୍ତୁ।
  • ବୀମା କଂପାନୀଙ୍କ ଉତ୍ତର ଯଦି ଆପଣଙ୍କୁ ସନ୍ତୁଷ୍ଟ କଲା ନାହିଁ ତେବେ ଇଣ୍ଟିଗ୍ରେଟେଡ୍ ଗ୍ରାଇଭାନ୍ସ ମ୍ୟାନେଜମେଣ୍ଟ୍ ସିଷ୍ଟମ igms.irda.gov.in ଜରିଆରେ ଅଭିଯୋଗକୁ ଆଗକୁ ନେଇ ପାରିବେ।
  • ଆପଣ ସେହି ଓମ୍ବୁଡସମ୍ୟାନ ଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ କରିପାରିବେ ଯାହାଙ୍କ ଅଧିନରେ ମାମଲା ଆସୁଥିବ।
  • ଯଦି ଆପଣ ଓମ୍ବୁଡସମ୍ୟାନଙ୍କ ଉତ୍ତରରେ ସନ୍ତୁଷ୍ଟ ନାହାନ୍ତି ତେବେ ଉପଭୋକ୍ତା ଅଦାଲତରେ ଅଭିଯୋଗ କରିପାରିବେ।

Purchase Order_

RERA ନିକଟରେ ଅଭିଯୋଗ

  • RERA ୱେବସାଇଟକୁ ଯାଇ ସେଠାରେ ଅଭିଯୋଗ କରନ୍ତୁ।
  • ଆପଣଙ୍କୁ ମୋବାଇଲ ନମ୍ବର,ଇମେଲ୍ ଆଇଡି ଦେବାକୁ ପଡିବ।
  • ଆକାଉଣ୍ଟ ସେକ୍ସନର ‘ମାଇ ପ୍ରୋଫାଇଲ’କୁ ଯାଆନ୍ତୁ ଏବଂ ସବୁ ସୂଚନା ଦିଅନ୍ତୁ।
  • ‘କମ୍ପ୍ଲେନ ଡିଟେଲ୍ସ’ ଟ୍ୟାବକୁ କ୍ଲିକ୍ କରନ୍ତୁ ଏବଂ ‘ଆଡ୍ ନ୍ୟୁ କମ୍ପ୍ଲେନ’କୁ କ୍ଲିକ୍ କରନ୍ତୁ।
  • ସେଠାରେ ସୂଚନା ଦିଅନ୍ତୁ,ପ୍ରୋଜେକ୍ଟ ସମ୍ୱନ୍ଧିତ ଦସ୍ତାବିଜ ଅପଲୋଡ୍ କରନ୍ତୁ ଏବଂ ନିଜ ମାମଲା ସମ୍ପର୍କିତ ସବୁ ତଥ୍ୟକୁ ଦିଅନ୍ତୁ।
  • ମାମଲାରେ ଆପଣ କେଉଁଭଳି ଆଶ୍ୱାସନା ଚାହୁଁଛନ୍ତି ତାହା ଉଲ୍ଲେଖ କରନ୍ତୁ,ସେଥିରେ ମାମଲାର ପୃଷ୍ଠଭୂମି ଏବଂ ଆଇନଗତ ଦୀଗ କଥା ଉଲ୍ଲେଖ କରନ୍ତୁ।

  • ଆପଣ ଯାହା ସୂଚନା ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ସଠିକ ବୋଲି ଘୋଷଣାପତ୍ର ଦେବାକୁ ପଡିବ।
  • ଆବଶ୍ୟକ ଫିସ୍ ଅନଲାଇନ୍ ଜମା କରନ୍ତୁ।
  • RERA ଅଧିକାରୀ ମାମଲାର ଶୁଣାଣି କରିବା ସହ ଆଦେଶ ଦେବେ।
  • ଯଦି ଆପଣ ଆଦେଶକୁ ନେଇ ଅସନ୍ତୁଷ୍ଟ ତେବେ ଆଦେଶର ୬୦ ଦିନ ମଧ୍ୟରେ ଅପିଲ ଟ୍ରିବ୍ୟୁନାଲରେ ମାମଲା ଦାଏର କରିପାରିବେ।
  • ଅପିଲ ଟ୍ରିବ୍ୟୁନାଲ ରାଏ ଆପଣଙ୍କୁ ସନ୍ତୁଷ୍ଟ କରି ନପାରିଲେ ଆପଣ ହାଇକୋର୍ଟକୁ ମାମଲା ନେଇପାରନ୍ତି।