କାଳିଆ ଯୋଜନା ପାଇଁ ୩୧୯୫ କୋଟି ଟଙ୍କାର ବ୍ୟୟବରାଦ।

କୃଷି ଓ କୃଷକଙ୍କ ବିକାଶ ବିକାଶ ବିନା ରାଜ୍ୟର ବିକାଶ ଅସମ୍ଭବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ଵ ଦେଇ ଆସୁଛନ୍ତି। କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ମୋଟ ୧୯ ହଜାର ୪୦୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଗତ କିଛି ବର୍ଷ ହେଲା ରାଜ୍ୟ ସରକାର ସ୍ୱତନ୍ତ୍ର ବଜେଟ୍‌ ଉପସ୍ଥାପନ କରି ଆସୁଛନ୍ତି।

-ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୭ ଶହ କୋଟି

-ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ପାଇଁ ୭ ହଜାର ୧୪୫ କୋଟି

-ଚଳିତ ବର୍ଷ ଆଉ ୧.୮୪ ଲକ୍ଷ ହେକ୍ଟର ଚାଷଜମିକୁ ଜଳଯୋଗାଣ ଲକ୍ଷ୍ୟ

-ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧୦୬୦ କୋଟି

-ରୁଫ୍‌ ଟପ୍‌ ଓ ଗ୍ରାଉଣ୍ଡ ୱାଟର ରିଚାର୍ଜ ପାଇଁ ୫ ବର୍ଷରେ ୧୪୬ କୋଟି

-୧୫ ଜିଲ୍ଲାରେ ୧୦ ହଜାର ପୋଖରୀରର ନବୀକରଣ

-କାଳିଆ ଯୋଜନାରେ ବିନା ସୁଧରେ କୃଷି ଋଣ ପାଇଁ ୭୫ କୋଟି

-ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ୭୦୦ କୋଟି

-ମିଲେଟ୍‌ ମିଶନ ପାଇଁ ୧୦୬ କୋଟି

-ମତ୍ସ୍ୟ ଚାଷ ଓ ପଶୁପାଳନ ପାଇଁ ୧୨୧୧ କୋଟି

-ମାଛ ଚାଷ ପାଇଁ ପୋଖରୀ ଖୋଳିବାକୁ ୨୮ କୋଟି

-କାଳିଆ ଯୋଜନା ପାଇଁ ୩୧୯୫ କୋଟି